Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Fuel Panic / ପେଟ୍ରୋଲ୍ ପମ୍ପ ମାଲିକଙ୍କ ଘରେ ନକଲି ଡିଜେଲ କାରଖାନା; ତନାଘନା କଲେ ଜିଲ୍ଲାପାଳ

Sushanta Sahoo
Browse all articles by Sushanta Sahoo
·1 month ago·2 min read
ପେଟ୍ରୋଲ୍ ପମ୍ପ ମାଲିକଙ୍କ ଘରେ ନକଲି ଡିଜେଲ କାରଖାନା; ତନାଘନା କଲେ ଜିଲ୍ଲାପାଳ
Odisha Fuel Scam

Key Points

ସଂକଟ ଭିତରେ ଡୁପ୍ଲିକେଟ୍ ଡିଜେଲ୍ ତିଆରି ଚାଲିଥିଲା । ତାହା ବି ପେଟ୍ରୋଲ୍ ପମ୍ପ ମାଲିକଙ୍କ ଘରେ । କାରନାମା ସାମ୍ନାକୁ ଆସିବା ପରେ ଏବେ ମାଲିକ ଫେରାର୍ ।
ସୋନପୁର/ଝାରସୁଗୁଡ଼ା: ଯାହା ହାତରେ ଚାବି ସିଏ କରୁଛି ଚୋରି । ସୋନପୁରରେ ପେଟ୍ରୋଲ ପମ୍ପ ମାଲିକଙ୍କ ଘରେ ନକଲି ଡିଜେଲ କାରଖାନା ଠାବ ପରେ ଘଟଣା ସ୍ଥଳକୁ ଯାଇ ଜିଲ୍ଲାପାଳ ତନାଘନା କରିଛନ୍ତି ।

ସେପଟେ ଝାରସୁଗୁଡ଼ାରେ ଦିନରେ ପେଟ୍ରୋଲ ପମ୍ପ ବନ୍ଦ କରି ରାତିରେ ହେଉଛି କଳାବଜାରୀ । ଅର୍ଗସ ନ୍ୟୁଜ କ୍ୟାମେରାରେ କଳା କାରବାରର ଏକ୍ସକ୍ଲୁସିଭ ଚିତ୍ର କଏଦ ହେବା ପରେ ପ୍ରଶାସନ ତତ୍ପର ହୋଇଛି ।

ଏଥିସହ ପଢ଼ନ୍ତୁ: କିରୋସିନରେ କେମିକାଲ ମିଶାଇ ତିଆରି ହେଉଛି ନକଲି ଡିଜେଲ 

ସୋନପୁରରେ ନକଲି ଡିଜେଲର କଳା ସାମ୍ରାଜ୍ୟ ଧରାପଡ଼ିବା ପରେ ତନାଘନା ଆରମ୍ଭ ହୋଇଛି । ସୋନପୁର ଖମ୍ବେଶ୍ୱରୀପାଲିର ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତଦନ୍ତ କରିଛନ୍ତି ଖୋଦ୍ ଜିଲ୍ଲାପାଳ । ଜବତ ହୋଇଥିବା ୮୯୦ ଲିଟର କିରୋସିନ ଏହି କାରଖାନାକୁ ଆସିଲା କେଉଁଠୁ ?

ନକଲି ଡିଜେଲ ତିଆରି ପରେ ଯାଉଥିଲା କୁଆଡ଼େ ? ପେଟ୍ରୋଲ ପମ୍ପ ନିକଟରେ ଏଭଳି କାରଖାନା ଚାଲିଥିବାରୁ ସନ୍ଦେହ ବଢ଼ିଛି । ସବୁଠୁ ବଡ଼ କଥା ହେଉଛି କାରଖାନା ଚାଲିଥିବା ଘର ହେଉଛି ନିକଟରେ ଥିବା ଏକ ପ୍ରେଟ୍ରୋଲ ପମ୍ପ ମାଲିକଙ୍କର । ଏହି ନକଲି ଡିଜେଲ ତିଆରି ପଛରେ ତାଙ୍କର କଣ ରହିଛି ଭୂମିକା ? ପୋଲିସ ପେଟ୍ରୋଲ ପମ୍ପ ମାଲିକଙ୍କୁ ଖୋଜୁଥିବା ବେଳେ ସେ ଫେରାର ହୋଇଯାଇଛନ୍ତି ।

ରାଜ୍ୟରେ ତେଲ ସଙ୍କଟକୁ ନେଇ ଗୁଜବ ପ୍ରଚାରିତ ହେଉଥିବା ବେଳେ ଝାରସୁଗୁଡ଼ାରେ ତେଲର କଳାବଜାରୀ ହେଉଛି । ପେଟ୍ରୋଲ ପମ୍ପରେ ରାତି ଅଧରେ ପେଟ୍ରୋଲ ପମ୍ପ ମାଲିକ ନିଜେ ଉପସ୍ଥିତ ରହି ତେଲ କଳା ବଜାରୀ କରୁଛନ୍ତି । ତାର ଏକ୍ସକ୍ଲୁସିଭ ଭିଡିଓ ଲାଗିଛି ଅର୍ଗସ ହାତରେ ।

ଏଥିସହ ପଢ଼ନ୍ତୁ: ସ୍ୱାଭାବିକ ହେଉଛି ପେଟ୍ରୋଲ ପମ୍ପ୍; ଆଉ ମାତ୍ର ୨ରୁ ୩ ଦିନ 

ଲଇକେରା ବ୍ଲକ ରେଙ୍ଗାଲବେଡା ସ୍ଥିତ ପେଟ୍ରୋଲ ପମ୍ପରେ ରାତି ଅଧିଆ ଚାଲିଛି ତେଲର କଳା ବଜାରୀ । ଏଠି ରାଜ୍ୟ ସରକାରଙ୍କ ନିୟମର ଖୁଲମଖୁଲା ଉଲ୍ଲଂଘନ ହେଉଛି । ଜାରକିନ୍‌ରେ ଗ୍ରାହକଙ୍କୁ ଦିଆଯାଉଛି ପେଟ୍ରୋଲ । ସମ୍ବଲପୁର ଜିଲ୍ଲାର ଏକ କ୍ରସରକୁ କଣ୍ଟେନର ସାହାଯ୍ୟରେ ରାତି ଅଧରେ ପଠା ଯାଉଛି ତେଲ ।

ପେଟ୍ରୋଲ, ଡିଜେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ କିଏ ଡୁପ୍ଲିକେଟ କଲାଣି ତ କିଏ ଟାଙ୍କିରେ କଲାଣି କଳାବଜାରୀ । ଯାହା ହାତରେ ଚାବି ସିଏ ସାଜିଛି ଚୋର । ଏଭଳି ଅପରାଧୀଙ୍କୁ ସାବାଡ଼ କରିବାକୁ ଆବଶ୍ୟକ କଡ଼ା କାର୍ଯ୍ୟାନୁଷ୍ଠାନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fake Diesel Factory Found at Petrol Pump Owner’s House in Sonpur | Argus News | Argus News