Fake Paneer Racket / ଅଧା ହୋଇଯାଇଛି ପନିର ବିକ୍ରି; ଦଲାଲଙ୍କ ପାଇଁ ସଜା ଭୋଗୁଛନ୍ତି ଗୋପାଳ ପରିବାର
·1 hour ago·2 min read

Key Points
ନକଲି ପାଇଁ ଅସଲି ଭୋଗୁଛି ଦଣ୍ଡ
ଭେଜାଲ କରୁଛନ୍ତି ଦଲାଲ ଆଉ,
ସଜା ଭୋଗୁଛନ୍ତି ଗୋପାଳ ପରିବାର
ଭେଜାଲ କରୁଛନ୍ତି ଦଲାଲ ଆଉ,
ସଜା ଭୋଗୁଛନ୍ତି ଗୋପାଳ ପରିବାର
ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତାର କଣ୍ଟାଗୋଠ ଗାଁ । ଏଠାରେ ରୁହନ୍ତି ପ୍ରାୟ ୬୦ ଗୋପାଳ ପରିବାର । ଗାଁର ସମସ୍ତେ ଗାଈ ରଖିଛନ୍ତି । ଛେନା, ପନିର ବିକ୍ରି ପରିବାର ଚଳାନ୍ତି । ହେଲେ ଭେଜାଲ ପନିର ସନ୍ଦେହରେ ଏବେ ବିଭିନ୍ନ ସ୍ଥାନରେ ଧରପଗଡ ପରେ ଚିନ୍ତାରେ ଏହି ଗାଁର ଗୋପାଳ ପରିବାର । ଅଧା ହୋଇଯାଇଛି ପନିର ବିକ୍ରି । ସବୁ ଦିନ ପନିର ନେଉଥିବା ଛୋଟ ଦୋକାନୀ ବି ଆଉ ଏମାନଙ୍କ ଠାରୁ ପନିର ନେଉନାହାନ୍ତି । ଗାଁର ଉର୍ମିଳାଙ୍କ ଗ୍ୟାସ ଚୁଲାରେ ୨୦ ଲିଟର ବଦଳରେ ବସିଛି ୧୦ ଲିଟର କ୍ଷୀର । ପୂର୍ବରୁ ୪-୫ କେଜି ପନିର କରୁଥିଲେ ଏବେ ୨ କେଜିକୁ ପନିର ତିଆରି ଖସିଆସିଛି ।
ପଢନ୍ତୁ ଏହି ଖବର: ଭୁବନେଶ୍ଵରରୁ କଟକ ଓ ବ୍ରହ୍ମପୁର ସଵୁଠି ଭେଜାଲ୍ ପନିର; ଖାଇବା ଥାଳିରେ ପରସା ଯାଉଛି କି ବିଷ ?
- ଭାଲିଆଦଣ୍ଡା ଗାଁରେ ବି ସମାନ ସ୍ଥିତି
- ଛୋଟ ଦୁଗ୍ଧ ଚାଷୀ ପ୍ରଭାବିତ
ପଢନ୍ତୁ ଏହି ଖବର: ଭୁବନେଶ୍ଵରରୁ କଟକ ଓ ବ୍ରହ୍ମପୁର ସଵୁଠି ଭେଜାଲ୍ ପନିର; ଖାଇବା ଥାଳିରେ ପରସା ଯାଉଛି କି ବିଷ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିଛି ଅସାଧୁ ବ୍ୟବସାୟୀ କ୍ଷୀରରୁ ନୁହେଁ, ବିଷରୁ ପ୍ରସ୍ତୁତ କରୁଛନ୍ତି ପନିର । ଅସଲି କ୍ଷୀର ବଦଳରେ ମଇଦା, ପାରସ ପାଉଡର ଓ ରାସାୟନିକ ପଦାର୍ଥରେ ପ୍ରସ୍ତୁତ ହେଉଥିବା ପନିର କିଛି ସ୍ଥାନରେ ଧରା ପଡ଼ିଲାଣି । ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଦୈନିକ ୮୦ରୁ ୧୦୦ ମେଟ୍ରିକ୍ ଟନ୍ ପନିରର ଚାହିଦା ରହିଥିବା ବେଳେ ଉତ୍ପାଦନ କମ୍ ଥିବାରୁ କୋଲକାତା ସମେତ ଅନ୍ୟ ସ୍ଥାନରୁ ବି ଆସୁଛି ପନିର । ନିଅଣ୍ଟିଆ ସ୍ଥିତିର ସୁଯୋଗ ନେଇ ପନିରର ନକଲି ନେଟୱାର୍କ ଏବେ ସହର ବଜାର ଗଳିକନ୍ଦିରେ ମୁଣ୍ଡ ଟେକିଳଣି ।
Related Topics
Explore more stories