Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେନ୍ଦ୍ରକୃଷି କଲ୍ୟାଣ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲା କୃଷକ ମୋର୍ଚ୍ଚା

Odisha

କେନ୍ଦ୍ରକୃଷି କଲ୍ୟାଣ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲା କୃଷକ ମୋର୍ଚ୍ଚା

Jitendra Dash
Browse all articles by Jitendra Dash
·2 years ago·3 min read
କେନ୍ଦ୍ରକୃଷି କଲ୍ୟାଣ ମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲା କୃଷକ ମୋର୍ଚ୍ଚା

ଅର୍ଗସ ବ୍ୟୁରୋ : ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷର ଶାସନକାଳରେ ଚାଷୀମାନଙ୍କ ଆୟ ଦୁଇଗୁଣା କରିବା ପାଇଁ ବିଭିନ୍ନ ପ୍ରକାରର କୃଷକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଛନ୍ତି l ଏହାର ଲାଭ ଦେଶର ସବୁ ରାଜ୍ୟର ଚାଷୀମାନେ ପାଉଥିବା ବେଳେ ଓଡ଼ିଶାର ଚାଷୀ ବଞ୍ଚିତ ହୋଇଛନ୍ତି। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧିନ ବିଜେଡି ସରକାର, ଦୀର୍ଘ ୨୪ ବର୍ଷ ଶାସନ କାଳରେ ୧୨ ହଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି। ଗଲା ନଭେମ୍ବର ମାସରେ ଓଡ଼ିଶାରେ ଅନାବୃଷ୍ଟି କାରଣରୁ ମରୁଡ଼ି ହେଇ ରାଜ୍ୟରେ ୩ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ୨୪ ବର୍ଷର ଶାସନକାଳରେ ଓଡ଼ିଶା ସରକାର ଚାଷ ଜମିକୁ ଜଳସେଚନ କରିବାରେ ବିଫଳ ହୋଇଛନ୍ତି। ସେହିପରି ଶୀତଳ ଭଣ୍ଡାର କରିବାରେ ମଧ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଓଡ଼ିଶାରେ ପ୍ରମୁଖ ଚାଷ ଧାନଚାଷ କିନ୍ତୁ ଦୀର୍ଘ ବର୍ଷ ଧରି ଓଡ଼ିଶାର ଚାଷୀ ଶୋଷିତ ହେଉଛି। ରାଜ୍ୟ ସରକାର ନଭେମ୍ବର ୧ ତାରିଖ ଠାରୁ ଧାନମଣ୍ଡି ଖୋଲିବା ପାଇଁ ଘୋଷଣା କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଧାନମଣ୍ଡି ଖୋଲିନଥିବା କାରଣରୁ ଚାଷୀ ତାର ଧାନକୁ ୧୩ ଶହରୁ ୧୪ ଶହ ଟଙ୍କାରେ ଦଲାଲମାନଙ୍କୁ ବିକିବା ପାଇଁ ବାଧ୍ୟ ହେଉଛି। ବିଗତ ଦିନମାନଙ୍କରେ ଧାନମଣ୍ଡିମାନଙ୍କରେ ଚାଷୀମାନଙ୍କ ଠାରୁ କ୍ବିଣ୍ଟାଲ୍ ପ୍ରତି ୫ କିଲୋରୁ ୧୦ କିଲୋ ଧାନ କଟନିଛଟନି କରାଯାଇ ଚାଷୀକୁ ଶୋଷଣ କରାଯାଇଛି। ସବୁ ଧାନମଣ୍ଡିରେ ମିଲରମାନଙ୍କର ରାଜ୍ ଚାଲିଛି। ଧାନ କିଣା କାରବାରରେ ବ୍ୟାପକ ଦୁର୍ନୀତି ଓ ହେରଫେର ଚାଲିଛି। ଧାନମଣ୍ଡି ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ। ଏପରିକି ଧାନକୁ ସୁରକ୍ଷିତ ରଖିବା ପାଇଁ ପକ୍କାଘର ନାହିଁ, ବାଉଣ୍ଡ୍ରୀୱାଲ୍ ନାହିଁ, ଚାଷୀମାନଙ୍କ ପାଇଁ ପିଇବା ପାଇଁ ପାଣି, ବସିବାର ବ୍ୟବସ୍ଥା ନାହିଁ। ଧାନ ଆଣିବା ପାଇଁ ଚାଷୀଙ୍କୁ ବସ୍ତା ଦିଆଯାଉନାହିଁ। ଧାନର ମାନ ପରୀକ୍ଷା କରିବା ପାଇଁ ଯନ୍ତ୍ରପାତି ନାହିଁ କି ଟେକନିସିଆନ୍ ନାହାନ୍ତି। ଯାହାଫଳରେ ମିଲରମାନେ ମନଇଚ୍ଛା ଧାନ କ୍ବିଣ୍ଟାଲ୍ ପ୍ରତି ୫ କିଲୋ ରୁ ୧୦ କିଲୋ ପର୍ଯ୍ୟନ୍ତ କଟନିଛଟନି କରୁଛନ୍ତି। ମିଲରମାନଙ୍କର କାମ ଧାନକୁ ଚାଉଳ କରି ସରକାରଙ୍କୁ ଦେବା l ହେଲେ ମିଲରମାନଙ୍କର ଧାନମଣ୍ଡିରେ ଦାଦାଗିରି ଚାଷୀମାନଙ୍କୁ ତଳିତଳାନ୍ତ କରୁଛି। ଟୋକନ୍ ବ୍ୟବସ୍ଥା ନାମରେ ଚାଷୀକୁ ହତାସ ହେବାକୁ ପଡୁଛି।କୃଷକମାନଙ୍କୁ ୫୦ ପ୍ରତିଶତ ରିହାତି ମୂଲ୍ୟରେ କେନ୍ଦ୍ର ସରକାର କୃଷି ଯନ୍ତ୍ରପାତି ଯୋଗାଇ ଦେଉଛନ୍ତି କିନ୍ତୁ ଓଡ଼ିଶାରେ ଏହି କାରବାରରେ ବ୍ୟାପକ ଦୁର୍ନୀତି ହେଉଛି। ଏପରିକି ବାଲେଶ୍ବର ଜିଲ୍ଲା ରେମୁଣାର ଶାସକଦଳର ବିଜେଡି ବିଧାୟକ କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ଓଡ଼ିଶା ଭିଜିଲାନ୍ସ ବିଭାଗ ତଦନ୍ତ ରିପୋର୍ଟରେ ଦର୍ଶାଇଛନ୍ତି। ଓଡ଼ିଶାର କୃଷିମନ୍ତ୍ରୀଙ୍କ ନିଜ ବିଧାନସଭା କ୍ଷେତ୍ରରେ ଚାଷୀମାନଙ୍କ ନାମରେ କୋ-ଅପରେଟିଭ୍ ସୋସାଇଟିମାନଙ୍କରେ ଜାଲିଆତି କରି କୋଟି କୋଟି ଟଙ୍କାର ଋଣ ଦୁର୍ନୀତି ହେଇଛି। ସାରା ରାଜ୍ୟରେ କେନ୍ଦ୍ର ସରକାର ଚାଷୀମାନଙ୍କୁ ଦେଉଥିବା ସହାୟତା ଯୋଜନାକୁ ବ୍ୟାପକ ଭାବେ ହରିଲୁଟ୍ କରାଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏସବୁର ପ୍ରତିବାଦରେ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁଙ୍କ ନେତୃତ୍ଵରେ ଭାରତ ସରକାରଙ୍କ କୃଷି କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କୈଳାଶ ଚୌଧୁରୀଙ୍କୁ ତାଙ୍କର ନୂଆଦିଲ୍ଲୀସ୍ଥିତ ବାସଭବନଠାରେ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ଆଲୋଚନା କରିଥିଲେ। କେନ୍ଦ୍ର ସରକାର ଓଡ଼ିଶାର ଚାଷୀ ମାନଙ୍କର ଆୟ ଦୁଇ ଗୁଣା କରିବା ପାଇଁ ଦେଉଥିବା ଅର୍ଥକୁ ଓଡ଼ିଶା ସରକାରଙ୍କ ଦ୍ଵାରା ହେଇଥିବା ବ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ଵର ଟୁଡୁଙ୍କ ନେତୃତ୍ଵରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ,ପୂର୍ବତନ ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ଶ୍ରୀ ବସନ୍ତ କୁମାର ପଣ୍ଡା, ବିଜେପି କିଷାନ୍ ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ଶମ୍ଭୁ କୁମାର, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଶ୍ରୀ ଜଗନ୍ନାଥ ମହାପାତ୍ର, ବିଶିଷ୍ଟ ଚାଷୀନେତା ଶ୍ରୀ ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
 

Sponsored
Farmers' Front met the Minister of Agriculture and presented the demand letter | Argus News