Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନ ସରକାରର ପତନ ପାଇଁ କୃଷକମୋର୍ଚ୍ଚା ତରଫରୁ ରାଜ୍ୟ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ

Jitendra Dash
Browse all articles by Jitendra Dash
·2 years ago·2 min read
ନବୀନ ସରକାରର ପତନ ପାଇଁ କୃଷକମୋର୍ଚ୍ଚା ତରଫରୁ ରାଜ୍ୟ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ

ଅର୍ଗସ ବ୍ୟୁରୋ : ବିଗତ ୧୦ବର୍ଷ ଶାସନ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ବିଜେପି ସରକାର କୃଷକକଲ୍ୟାଣ ପାଇଁ ଅନେକ ଯୋଜନାର କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଓଡିଶାରେ ବିଜେଡି ସରକାରର କୃଷକମାରଣ ନୀତି କାରଣରୁ ଓଡ଼ିଶାର ଚାଷୀକୁଳ ଏଥିରୁ ବଂଚିତ ହେଉଛନ୍ତି । ସର୍ବଭାରତୀୟ ସ୍ତରରେ ଚାଷୀର ଆୟ ବୃଦ୍ଧି ପାଉଥିବାବେଳେ ଓଡ଼ିଶାରେ ତାହା ସର୍ବନିମ୍ନ ରହିଛି । ଜଳସେଚନ ବ୍ୟବସ୍ଥାରେ ଓଡିଶା ସରକାର ସୁଧାର ଆଣିପାରିଲେ ନାହିଁ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ଚାଷୀଟିଏ ବଂଚିତ ହେଉଛି । 

କଟନୀ–ଛଟନୀର ଶିକାର ହେବା ସହିତ ଦଲାଲ୍‌-ଅଫିସର– ବିଜେଡି ନେତାଙ୍କ ମଧୁଚନ୍ଦ୍ରିକା କାରଣରୁ ଚାଷୀକୁଳ ହନ୍ତସନ୍ତ । ନବୀନ ସରକାରରେ ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ସହିତ ଚାଷୀମାରଣ ନୀତି ଯୋଗୁଁ ପ୍ରତିବର୍ଷ ଚାଷୀ ଆତ୍ମହତ୍ୟା ସଂଖ୍ୟା ବଢିଚାଲିଛି । କୃଷକବିରୋଧି ନବୀନ ସରକାରଙ୍କୁ ହଟାଇବା ପାଇଁ ଓଡିଶାର ଚାଷୀ ସଂକଳ୍ପ ନେଇଛନ୍ତି ବୋଲି କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ କହିଛନ୍ତି ।

ଓଡ଼ିଶାର ଚାଷୀଙ୍କ ଉନ୍ନତି ପାଇଁ “ମୋଦି ଗ୍ୟାରେଂଟି” କାର୍ଯ୍ୟ କରିବ । ଓଡ଼ିଶାରେ ବିଜେପି ସରକାର ଆସିଲେ ଧାନର ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି ୩୧୦୦ ଟଙ୍କା ଦିଆଯିବ, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର କରାଯିବ, କୃଷକର ସମସ୍ତ ଚାଷ ଜମିକୁ ଜଳସେଚିତ କରାଯିବ, ଚାଷୀ ତାର ଫସଲର ଲାଭକାରୀ ମୂଲ୍ୟ ପାଇପାରିବେ ସେଥିପାଇଁ ଇ-ମାର୍କେଟିଂ ବ୍ୟବସ୍ଥା ପ୍ରତି ବ୍ଲକରେ କରାଯିବ, ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସର ଚାଷୀମାନଙ୍କୁ କୃଷକ ସମ୍ମାନ ଭତା ପ୍ରଦାନ କରାଯିବା ସହିତ ଚାଷୀମାନଙ୍କୁ ୫ଲକ୍ଷ ଟଙ୍କା ସ୍ୱାସ୍ଥ୍ୟବୀମା ମଧ୍ୟ ପ୍ରଦାନ କରାଯିବ । ପ୍ରାକୃତିକ ବିପର୍ଯ୍ୟୟ ଓ କୀଟ, ପଶୁ, ପକ୍ଷୀମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନଙ୍କ ଶତପ୍ରତିଶତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କୃଷକମୋର୍ଚ୍ଚା ତରଫରୁ ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କୃଷକମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୦ବର୍ଷ ଶାସନକାଳରେ କୃଷକ କଲ୍ୟାଣକାରୀ ଯୋଜନା ଓ ୨୪ବର୍ଷରେ ନବୀନ ପଟ୍ଟନାୟକ ସରକାରରେ ଚାଷୀମାରଣ ନୀତି ଓ ବିଫଳତା ବିରୁଦ୍ଧରେ କୃଷକମୋର୍ଚ୍ଚା ରାଜ୍ୟର ୧୦ହଜାର ଗ୍ରାମରେ କୃଷକ ପଂଚାୟତ କରିବା ସହିତ ଗ୍ରାମ ପରିକ୍ରମା କାର୍ଯ୍ୟକ୍ରମ ବ୍ୟାପକଭାବେ କରି ଜନସଚେତନତା ସୃଷ୍ଟି କରିବା ପାଇଁ ବୈଠକରେ ନିଷ୍ପତି କରିଛି ବୋଲି ଶ୍ରୀ ସାହୁ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏହି ବୈଠକରେ କୃଷକମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ଉପସଭାପତି ହୃଷିକେଶ ଜେନା,ସୂର୍ଯ୍ୟନାରାୟଣ ମହାପାତ୍ର, ରାଜ୍ୟ ସମ୍ପାଦକ ଅଶୋକ କୁମାର ରଥ, ପ୍ରଶାନ୍ତ କୁମାର ସ୍ୱାଇଁ, ଅଜୟ କୁମାର ପ୍ରଧାନ, ଶ୍ରୀନିବାସ ପ୍ରଧାନ, ବିଜୟ କୁମାର ମାଝୀ, ସହଦେବ ପୃଷ୍ଟି, ଉତ୍କଳ ମନ୍ତ୍ରୀ, ମଦନମୋହନ ମହାନ୍ତ, ଉପେନ୍ଦ୍ର ରାଉଳ, ତପନ କୁମାର ବେହେରା, ଜଗନ୍ନାଥ ମହାପାତ୍ର, ବିକ୍ରମ ରାଉତ, ବିକ୍ରମ ପ୍ରଧାନ, ପାଣ୍ଡବ ଧଳ, ତାପସ କୁମାର ଜେନା, ଅଜୟ କୁମାର ସ୍ୱାଇର୍, ସୁଶ୍ରୀ ଜୟଲକ୍ଷ୍ମୀ ମହାନ୍ତି ପ୍ରମୁଖଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ ।   

Sponsored
Farmers of Odisha are determined to remove Naveen Govt | Argus News