Farmers Stranded in River / ନଦୀରେ ହଠାତ୍ ଆସିଲା ସୁଅ; ଗଛରେ ୫ ଜଣ, ଫସିଛନ୍ତି ମୋଟ ୧୩ ଚାଷୀ
·2 hours ago·2 min read

Key Points
ଉନ୍ଦେର ନଦୀର ବିଭିନ୍ନ ସ୍ଥାନରେ ପାଣି ଘେରରେ ଫସି ରହିଛନ୍ତି ପ୍ରାୟ ୧୩ ଜଣ । ଗନ୍ଧର୍ଲା ଗାଁରେ ୫ ଜଣ ଓ ଶୁଣ୍ଢିମୁଣ୍ଡାରେ ୪ ଜଣ ଫସି ରହିଥିବା ବେଳେ ଟିଟିଲାଗଡ଼ ବ୍ଲକ କୁରସୁଡ଼ ପଞ୍ଚାୟତରେ ୪ ଜଣ ଫସିଛନ୍ତି ।
କଣ୍ଟାବାଞ୍ଜି (ବଲାଙ୍ଗିର): ରାଜ୍ୟରେ ବର୍ଷା ବିତ୍ପାତ ଲାଗି ରହିଛି । ଲଘୁଚାପ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବଲାଙ୍ଗିର ଜିଲ୍ଲାରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ବନ୍ୟା ଭିତରେ ଦୁର୍ଦ୍ଦଶା ଭିତରେ ବଙ୍ଗୋମୁଣ୍ଡାରୁ ଆସିଛି ଚକିତ କଲା ଭଳି ଖବର ।
କଣ୍ଟାବାଞ୍ଜି ବିଧାନସଭା ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଗାଁ ପାଖରେ ନଦୀରେ ଫସି ରହିଛନ୍ତି ୫ ଜଣ । ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ଧରି ନଦୀ ଭିତରେ ୫ ଜଣ ଚାଷୀ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।
ଏଥିସହ ପଢ଼ନ୍ତୁ: ମଧ୍ୟାହ୍ନରେ ଦ୍ଵିତୀୟ ଶ୍ରେଣୀ ଛାତ୍ରୀ ନିଖୋଜ; ସନ୍ଧ୍ୟାରେ ସ୍କୁଲ୍ ପଛ ପାର୍ଶ୍ଵରୁ ମିଳିଲା ମୃତଦେହ
ମିଳିଥିବା ସୂଚନା ଅନୁସାରେ, ନଦୀ ଆର ପଟେ ଥିବା ଚାଷ ଜମିକୁ କୃଷକମାନେ ଯାଇଥିଲେ । ଅପରାହ୍ଣରେ ଜମି କାମ ସାରି ଫେରିବା ବେଳେ ହଠାତ୍ ବଢ଼ି ଯାଇଥିଲା ନଦୀର ଜଲସ୍ତର । ଫଳରେ ନଦୀ ପାର୍ ନ ହୋଇ ୫ ଜଣ ଚାଷୀ ଫସି ଯାଇଥିଲେ ।
ଉନ୍ଦେର ନଦୀର ବିଭିନ୍ନ ସ୍ଥାନରେ ପାଣି ଘେରରେ ଫସି ରହିଛନ୍ତି ପ୍ରାୟ ୧୩ ଜଣ । ଗନ୍ଧର୍ଲା ଗାଁରେ ୫ ଜଣ ଓ ଶୁଣ୍ଢିମୁଣ୍ଡାରେ ୪ ଜଣ ଫସି ରହିଥିବା ବେଳେ ଟିଟିଲାଗଡ଼ ବ୍ଲକ କୁରସୁଡ଼ ପଞ୍ଚାୟତରେ ୪ ଜଣ ଫସି ରହିଥିବା ସୂଚନା ମିଳିଛି ।
ତେବେ ନଦୀ ନିକଟରେ ଥିବା ଗଛ ଯୋଗୁଁ ସେମାନେ ଭାସିବା ଆଗରୁ ବଞ୍ଚି ଯାଇଛନ୍ତି । ପ୍ରାୟ ୫ ଘଣ୍ଟା ହେଲା ଚାଷୀମାନେ ଗଛ ଡାଳକୁ ଧରି ନଦୀର ବଢ଼ି ପାଣିରେ ଫସି ରହିଛନ୍ତି । ଚାଷୀ ମାନେ ଅଳ୍ପକେ ଗଛକୁ ଧରି ରହିଥିବା ବେଳେ ୩ ଗୋଟି ଗାଈ ଭାସି ଯାଇଥିବା ଜଣାପଡ଼ିଛି ।
ସେପଟେ ଲଗାଣ ବର୍ଷା ଯୋଗୁଁ ତୁରେକେଲା ବ୍ଲକ ମହଖଣ୍ଡ-ସିକୁଆଁ ସୀମା ମଧ୍ୟରେ ଥିବା ବ୍ରିଜ ଦବିବାରେ ଲାଗିଛି । ଫଳରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି । ଯିବା ଆସିବା ଗୋଟିଏ ପ୍ରକାର ବାଧାପ୍ରାପ୍ତ ହୋଇଛି ।
ଏଥିସହ ପଢ଼ନ୍ତୁ: ପରିବା ଦରରେ ନିଆଁ; ମହଙ୍ଗା ମାଡ଼ରେ ଘାଇଲା ଖାଉଟି
ସଇଁତଲା ବ୍ଲକର କରଲାମୁଣ୍ଡା ଗାଁକୁ ସଂଯୋଗ କରୁଥିବା ଅଣ୍ଡରଗ୍ରାଉଣ୍ଡ ବ୍ରିଜରେ ଆଣ୍ଠୁଏ ପାଣି ଜମି ରହିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ସ୍ଥାନୀୟ ଲୋକେ ଦୈନନ୍ଦିନ କାର୍ଯ୍ୟ, ଜରୁରୀ ସେବା ପାଇଁ ଯିବାଆସିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବଲାଙ୍ଗିର ସହରରେ ମଧ୍ୟ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ସହରର କିଛି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗାନ୍ଧୀନଗର ପଡ଼ାରେ ନାଳ ନର୍ଦ୍ଦମା ପାଣି ସିଧାସଳଖ ଲୋକଙ୍କ ଘର ଭିତରେ ପଶିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories