ଚାଷୀ ମାନେ କଟନୀ ଛଟନୀର ହେବେନି ଶିକାର , ମଣ୍ଡିରେ ଲାଗିବ କ୍ବାଲିଟି ଅନାଲାଇଜର ମେସିନ

ଅର୍ଗସ ବ୍ୟୁରୋ : ପ୍ରତ୍ୟେକ ମଣ୍ଡିରେ ଲାଗିବ କ୍ବାଲିଟି ଅନାଲାଇଜର ମେସିନ । ଚାଷୀ ମାନେ କଟନୀ ଛଟନୀର ଶିକାର ହେବେ ନାହିଁ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ମିଲର ମାନଙ୍କର ଦାବି ଯେ, ଅନେକ ଚାଷୀ ଆଣୁଥିବା ଧାନରେ କୁଟା ରହୁଛି । ସେହି ଧାନ ଦ୍ଵାରା କ୍ଷତି ହେଉଛି । ସେଥିପାଇଁ FAQ ମାନର ଧାନ ଚାଷୀ ଦେବେ । ତେଣୁ ଧାନକୁ ଭଲ ଭାବେ ସଫା କଲେ ତାହା FAQ ମାନର ହୋଇପାରିବ ।
ଅଧିକ ପଢନ୍ତୁ : ମଣ୍ଡିରେ ଆଉ ଚାଷୀ ହେବେନି ଶୋଷଣର ଶୀକାର
ଧାନକୁ ସଫା କରିବା ପାଇଁ କ୍ବାଲିଟି ଅନାଲାଇଜର ମେସିନ ପ୍ରତ୍ୟେକ ମଣ୍ଡିରେ ଲାଗିବ । ଯାହାଦ୍ବାରା ଧାନକୁ ସଫା କରି FAQ ମାନର କରାଯିବ । ଫଳରେ ମିଲର ମାନେ ବେଶି କ୍ଷତି ସହିବେ ନାହିଁ । ଚାଷୀ ମାନେ ମଧ୍ୟ କଟନୀ ଛଟନୀର ଶିକାର ହେବେ ନାହିଁ । କଟନୀ ଛଟନୀକୁ ବନ୍ଦ କରିବା ପାଇଁ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।