Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆସୁଛି ପବିତ୍ର ରମଜାନ ମାସ, ରୋଜା ରଖିବେ ମୁସଲମାନମାନେ ଭାଇ ଭଉଣୀ

Odisha

ଆସୁଛି ପବିତ୍ର ରମଜାନ ମାସ, ରୋଜା ରଖିବେ ମୁସଲମାନମାନେ ଭାଇ ଭଉଣୀ

Jitendra Dash
Browse all articles by Jitendra Dash
·2 years ago·1 min read
ଆସୁଛି ପବିତ୍ର ରମଜାନ ମାସ, ରୋଜା ରଖିବେ ମୁସଲମାନମାନେ ଭାଇ ଭଉଣୀ

ଅର୍ଗସ ବ୍ୟୁରୋ : ଆସୁଛି ପବିତ୍ର ରମଜାନ ମାସ । ଇସଲାମରେ ରମଜାନ ମାସ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ମାସ । ଏହି ପୂରା ମାସଟି ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ଉପବାସ କରାଯାଏ । ଇସଲାମିକ ସମ୍ପ୍ରାଦାୟର ବିଶ୍ଵାସ ଅନୁଯାୟୀ, ଏହି ମାସରେ ଉପବାସ କରୁଥିବା ଲୋକମାନେ ଆଶୀର୍ବାଦ ପ୍ରାପ୍ତି ହୁଅନ୍ତି ।

ରମଜାନ ସମୟରେ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ କିଛି ନ ଖାଇ ରୋଜା ରଖିବେ ମୁସଲମାନ ଭାଇ ଭଉଣୀ । ସଂଧ୍ୟା ହେବା ପରେ ହିଁ ସେମାନେ କିଛି ଖାଇବେ । ସଂଧ୍ୟାରେ ସେଥିପାଇଁ ଇଫ୍ତାର ପାର୍ଟି ରଖାଯାଇଥାଏ । ପୁରା ମାସେ ପଯର୍ୟନ୍ତ ଏହା ପାଳନ କରାଯାଇଥାଏ । ଇସଲାମିକ ବିଶ୍ୱାସ ଅନୁଯାୟୀ, କୁହାଯାଏ ଯେ ରମଜାନ ମାସରେ ଉପବାସ କରିବା କେବଳ ଭୋକିଲା ଏବଂ ଶୋଷିଲା ରହିବା ନୁହେଁ ବରଂ ଏହାର ଅର୍ଥ ହେଉଛି ତୁମର ବିଶ୍ୱାସ ବଜାୟ ରଖିବା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମନକୁ ଆସୁଥିବା ଖରାପ ଚିନ୍ତାଧାରାକୁ ତ୍ୟାଗ କରିବା ଏହି ଉପବାସର ଅର୍ଥ ହେଉଛି ପାପ କାମଠାରୁ ଦୂରେଇ ରହିବା । ତେଣୁ ରମଜାନରେ ଉପବାସ କରୁଥିବା ବ୍ୟକ୍ତିଙ୍କୁ ନିଜର ବିଶ୍ୱାସକୁ ପ୍ରାଧାନ୍ୟ ଦେବାକୁ ପଡ଼ିବ । ଏହି ସମୟରେ, ଉପବାସ କରୁଥିବା ବ୍ୟକ୍ତି କାହା ବିଷୟରେ ଖରାପ କଥା କହିବା ଉଚିତ୍ ନୁହେଁ। ଏହି ସମୟ ମଧ୍ୟରେ ଉପବାସ କରୁଥିବା ବ୍ୟକ୍ତି ମିଛ କହିବା ଉଚିତ୍ ନୁହେଁ କିମ୍ବା ମିଥ୍ୟା ପ୍ରତିଶୃତି ମଧ୍ୟ ଦେବା ଉଚିତ୍ ନୁହେଁ ବୋଲି ବିଶ୍ଵାସ କରାଯାଏ ।


 

Sponsored
Fasting hours and iftar times around the world | Argus News