Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମଦ ପିଇବାକୁ ବାରଣ କଲା ପୁଅ, କୀଟନାଶକ ପିଇ ଜୀବନ ହାରିଦେଲା ବାପା

Odisha

Shocking News / ମଦ ପିଇବାକୁ ବାରଣ କଲା ପୁଅ, କୀଟନାଶକ ପିଇ ଜୀବନ ହାରିଦେଲା ବାପା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମଦ ପିଇବାକୁ ବାରଣ କଲା ପୁଅ, କୀଟନାଶକ ପିଇ ଜୀବନ ହାରିଦେଲା ବାପା
Father Ends Life After Argument Over Alcohol

Key Points

ଯେଉଁଠି ବାପା, ପୁଅକୁ ଆକଟ କରିବା କଥା ସେଠି ତା'ର ଓଲଟା ଘଟିଛି । ମଦ ପିଇବାକୁ ପୁଅର ବାରଣ ପରେ କୀଟନାଶକ ପିଇ ଦେବାରୁ ବୃଦ୍ଧ ବାପାର ମୃତ୍ୟୁ ହୋଇଛି ।
ଘୁ.ଉଦୟଗିରି (କନ୍ଧମାଳ): ନିଶା ସଂସାର ଉଜାଡ଼ି ଦିଏ, ମଥାରୁ ସିନ୍ଦୂର ପୋଛିଦିଏ, ସନ୍ତାନ ସନ୍ତତିଙ୍କୁ ଅନାଥ କରିଦିଏ । ଆଉ ଥରେ ଯିଏ ନିଶା ମାୟାରେ ପଡ଼େ, ସିଏ ମଲା ପର୍ଯ୍ୟନ୍ତ ଛାଡ଼ି ପାରେନି । ଆଉ ଶେଷରେ ଜୀବନ ଚାଲିଯାଏ ।

ଏହାର ଉଦାହରଣ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ । ଯେଉଁଠି ବାପା, ପୁଅକୁ ଆକଟ କରିବା କଥା ସେଠି ତା'ର ଓଲଟା ଘଟିଛି । ମଦ ପିଇବାକୁ ପୁଅର ବାରଣ ପରେ କୀଟନାଶକ ପିଇ ଦେବାରୁ ବୃଦ୍ଧ ବାପାର ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ: ଶିକାରୀଙ୍କ ଫାଶରେ ପଡ଼ି ଛଟପଟ ହୋଇ ମଲା କଲରାପତରିଆ ବାଘ 

ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବାଡ଼ାବାଙ୍ଗା ପଞ୍ଚାୟତ ବାଲୁବାଙ୍ଗା ଗାଁରେ ୬୨ ବସୀତାରାମ ନାୟକଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ବାଲୁବାଙ୍ଗା ଗାଁର ବସୀତାରାମ ସବୁଦିନ ଭଳି ସବୁଦିନ ଭଳି ମଦ୍ୟପାନ କରି ଘରକୁ ରାତିରେ ଫେରିଥିଲେ ।

ବାପା ନିଶାସକ୍ତ ଅବସ୍ଥାରେ ଘରକୁ ଫେରିବା ଦେଖି ପୁଅ ମୁରଲୀ ନାୟକ ବିରୋଧ କରିଥିଲେ । ବାପା ମଦ ପିଇବାକୁ ପୁଅ ବାରଣ କରିଥିଲା । ଆଉ ପୁଅର ବିରୋଧକୁ ନେଇ ଉତ୍‌କ୍ଷିପ୍ତ ହୋଇ ପଡ଼ିଥିଲେ ବସୀତାରାମ । ପୁଅର ଆକଟ ପରେ ନେଇ ଯାଇଥିଲେ ଚରମ ନିଷ୍ପତ୍ତି ।

ଏଥିସହ ପଢ଼ନ୍ତୁ: ଭୁଜାଲି ମାଡ଼ର ଜବାବ ଗୁଳି; ପୋଲିସ ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ 

ପିଇଦେଲେ କୀଟନାଶକ

କୋବି ଚାଷ ପାଇଁ ଘରେ ରଖା ଯାଇଥିବା କୀଟନାଶକ ପିଇ ଦେଇଥିଲେ ବସୀତାରାମ । ପରିବାର ଲୋକେ ବସୀତାରାମ କୀଟନାଶକ ପିଇ ଦେଇଥିବା ଜାଣିବା ପରେ ସଙ୍ଗେ ସଙ୍ଗେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ଅବସ୍ଥା ଆହୁରି ବିଗିଡ଼ିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଜିଲ୍ଲା ଚିକିତ୍ସାଳୟ ନେବା ବାଟରେ ହିଁ ବସୀତାରାମଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଦାରିଙ୍ଗବାଡ଼ି ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ସୂଚନା ଦେଇଛନ୍ତି ଦାରିଙ୍ଗବାଡ଼ି ଥାନା ଅଧିକାରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kandhamal Tragedy: Father Dies After Son Stops Him From Drinking | Argus News | Argus News