Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିର୍ବାଚନ ଲଢ଼ିବା ପାଇଁ ଅର୍ଥର ଆବଶ୍ୟକ ନାହିଁ, ଲୋକଙ୍କ ଭଲ ପାଇବା ଦରକାର

Odisha

ନିର୍ବାଚନ ଲଢ଼ିବା ପାଇଁ ଅର୍ଥର ଆବଶ୍ୟକ ନାହିଁ, ଲୋକଙ୍କ ଭଲ ପାଇବା ଦରକାର

Jitendra Dash
Browse all articles by Jitendra Dash
·2 years ago·1 min read
ନିର୍ବାଚନ ଲଢ଼ିବା ପାଇଁ ଅର୍ଥର ଆବଶ୍ୟକ ନାହିଁ, ଲୋକଙ୍କ ଭଲ ପାଇବା ଦରକାର

ଅର୍ଗସ ବ୍ୟୁରୋ : ନିଜ ଝିଅକୁ ନିର୍ବାଚନ ଲଢ଼ିବା ପାଇଁ ବାପ ବିକିଦେଲେ ନିଜ ଭିଟାମାଟି ଢିଅ । ଆମେ କହୁଚୁ କେନ୍ଦ୍ରାପଡ଼ା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ କଥା । ସେବାର ଅନ୍ୟନ୍ୟ ଦିଗଦର୍ଶନ ସାଜିଛନ୍ତି ବାପ ଦେବେନ୍ଦ୍ର ଶର୍ମା ଓ ଝିଅ ଦେବସ୍ମିତା ଶର୍ମା ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦେବସ୍ମିତା ରାଜନୀତି କରି ନିଜ ନିର୍ବାଚନ ମଣ୍ଡଳୀର ଜନତାଙ୍କ ସେବା କରିବାକୁ ପଣ ନେଇ ପ୍ରଥମେ ଡାକ୍ତରୀ ଚାକିରୀକୁ ଛାଡି ଥିଲେ ଓ କଂଗ୍ରେସରେ ନିଜ ଜେଜେ ଓ ବାପାଙ୍କ ସ୍ୱପ୍ନକୁ ପୁରା କରିବାକୁ ଲୋକଙ୍କ ପାଖକୁ ଯାଇ ଜନ ସମ୍ପର୍କ ସୃଷ୍ଟି କରିଥିଲେ । ଦୁଇଦିନ ତଳେ ପିସିସି ପକ୍ଷରୁ ଆଳି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଭାବେ ସେ ଟିକେଟ ପାଇବା ପରେ ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାପା ପୂର୍ବତନ ବିଧାୟକ ଦେବେନ୍ଦ୍ର ଏବେ ରୋଗ ସଜ୍ୟାରେ କିନ୍ତୁ ନିଜ ଝିଅକୁ ନିର୍ବାଚନ ଲଢ଼ିବା ପାଇଁ ନିଜ ଭିଟାମାଟି ଢିଅ ବିକ୍ରି କରିଦେବ କଥା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ନିଜ ଝିଅ ନିର୍ବାଚନ ଖର୍ଚ୍ଚ ବାବଦକୁ ଅର୍ଥ ସହାୟତା କରିବା ଉଦେଶ୍ୟରେ ସେ ଏହି ଢ଼ୀଅ ବିକ୍ରି କରିଥିବା କହିଛନ୍ତି । ତାହା ସହିତ ବିରୋଧୀଙ୍କୁ ମଧ୍ୟ ଉତ୍ତର ଦେଇଛନ୍ତି । ଶାସକ ଦଳ ପାଖରେ ଅର୍ଥ ବଳ ଥାଇ ପାରେ ମୋ ପଖାରେ ଲୋକଙ୍କ ଭଲ ପାଇବା ହିଁ ବଳ ବୋଲି ଶ୍ରୀ ଶର୍ମା  କହିଛନ୍ତି । 

Argus Whatsapp Channel Mobile Top
Sponsored
Father sold land to contest elections | Argus News