Bank fraud / ଜାଲ୍ ଦସ୍ତଖତ ଓ ଚେକ୍ ବହି ବ୍ୟବହାର କରି ୪୨ ଲକ୍ଷ ଠକେଇ; ବ୍ୟାଙ୍କର ପୂର୍ବତନ ରିଲେସନସିପ୍ ମ୍ୟାନେଜର ଗିରଫ
·3 weeks ago·3 min read

Key Points
ବଡ଼ବିଲ ICICI ବ୍ୟାଙ୍କରୁ ଜାଲିଆତି କରି ୪୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ
ବ୍ୟାଙ୍କର ପୂର୍ବତନ ରିଲେସନସିପ୍ ମ୍ୟାନେଜର ଓ ତାଙ୍କ ବାପା ଗିରଫ
ଜାଲ୍ ଦସ୍ତଖତ ଓ ଚେକ୍ ବହି ବ୍ୟବହାର କରି ଟଙ୍କା ହଡ଼ପ ଅଭିଯୋଗ
ଜଶପ୍ରୀତ ସିଂହ ଓରଫ୍ ଜସି ଏବଂ ପିତା ବିକ୍ରମ ସିଂହଙ୍କୁ ବାନ୍ଧିଲା ପୋଲିସ

ଚମ୍ପୁଆ (କେନ୍ଦୁଝର): ବାଡ଼ ଖାଉଥିଲା ଫସଲ । ଗ୍ରାହକଙ୍କ ଖାତା ଖାଲି କରୁଥିଲେ ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର । କାମ ଥିଲା ବ୍ୟାଙ୍କକୁ ଆସୁଥିବା ଗ୍ରାହକଙ୍କୁ ସହାୟତା କରିବା । ହେଲେ ଗ୍ରାହକଙ୍କ ଅସହାୟତାର ସୁଯୋଗ ନେଇ ସେ ଠକେଇ କରୁଥିଲେ । ଶେଷରେ ବାପପୁଅଙ୍କ ହାତରେ ପୋଲିସ ପକାଇଛି ହାତକଡ଼ି ।
ବଡ଼ବିଲ ICICI ବ୍ୟାଙ୍କରୁ ଜାଲିଆତି କରି ୪୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ବ୍ୟାଙ୍କର ପୂର୍ବତନ ରିଲେସନସିପ୍ ମ୍ୟାନେଜର ଓ ତାଙ୍କ ବାପାଙ୍କୁ ଗିରଫ କରିଛି ପୋଲିସ । ଜାଲ୍ ଦସ୍ତଖତ ଓ ଚେକ୍ ବହି ବ୍ୟବହାର କରି ୪୨ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି ।
ଗିରଫ ଦୁଇ ଅଭିଯୁକ୍ତ ହେଲେ ବଡ଼ବିଲ ମ୍ରିନାଲ୍ କଲୋନୀର ବାସିନ୍ଦା ଜଶପ୍ରୀତ ସିଂହ ଓରଫ୍ ଜସି ଏବଂ ତାଙ୍କ ପିତା ବିକ୍ରମ ସିଂହ । ଉଭୟଙ୍କୁ ବଡ଼ବିଲ ଥାନା ପୋଲିସ ଗିରଫ କରିଛି ।
ଏଥିସହ ପଢ଼ନ୍ତୁ: ବିଜେପି ନେତା ଫକୀର ରଣା ହତ୍ୟାକାଣ୍ଡ: ୨୪ ଘଣ୍ଟା ମଧ୍ୟରେ ୩ ଗିରଫ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ମାର୍ଚ୍ଚ ୧୪ ତାରିଖରେ ମ୍ରିନାଲ୍ କଲୋନୀର ଅନୀତା ଅଗ୍ରୱାଲ ନାମକ ଜଣେ ମହିଳା ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କର ICICI ବ୍ୟାଙ୍କର ସେଭିଂ ଆକାଉଣ୍ଟରୁ ଜାଲ୍ ଦସ୍ତଖତ ଓ ନକଲି ଚେକ୍ ବହି ମାଧ୍ୟମରେ ପ୍ରାୟ ୧୬ ଲକ୍ଷ ଟଙ୍କା ହଡ଼ପ ନେଇ ଅଭିଯୋଗ କରିଥିଲେ ।
ସେହିପରି ତାଙ୍କ ଅଜାଣତରେ ICICI ପ୍ରୁଡେନ୍ସିଆଲ୍ର ୨୦ ଲକ୍ଷ ଟଙ୍କାର ଜୀବନ ବୀମା ପଲିସିକୁ ସମୟ ପୂର୍ବରୁ ସେଟଲ୍ କରାଇ ଦୁଇଟି କିସ୍ତିରେ ପ୍ରାୟ ୧୦ ଲକ୍ଷ ୩୪ ହଜାର ଟଙ୍କା ଉଠାଇ ନିଆଯାଇଥିଲା । ତଦନ୍ତ ସମୟରେ ବ୍ୟାଙ୍କ ରେକର୍ଡ, ଖାତା ସମ୍ବନ୍ଧୀୟ ଦସ୍ତାବିଜ ଏବଂ କଲ୍ ଡିଟେଲ୍ ରେକର୍ଡ (CDR) ସମେତ ବିଭିନ୍ନ ଇଲେକ୍ଟ୍ରୋନିକ୍ ପ୍ରମାଣ ସଂଗ୍ରହ ଓ ଯାଞ୍ଚ କରିବା ସମୟରେ ପୋଲିସ ହାତରେ ଲାଗିଥିଲା ପ୍ରମାଣ ।
ପୋଲିସ ଜାଣିବାକୁ ପାଇଥିଲା ଯେ, ମୁଖ୍ୟ ଅଭିଯୁକ୍ତ ଜଶପ୍ରୀତ ସିଂହ ଓରଫ୍ ଜସି, ଆଇସିଆଇସିଆଇ ବ୍ୟାଙ୍କର ରିଲେସନସିପ୍ ମ୍ୟାନେଜର ଭାବେ କାର୍ଯ୍ୟରତ ଥିବା ସମୟରେ ଗ୍ରାହକଙ୍କ ଦସ୍ତଖତ ଜାଲିଆତି କରିବା, ନକଲି ଫିକ୍ସଡ୍ ଡିପୋଜିଟ୍ (FD) ରସିଦ ପ୍ରଦାନ କରିବା, ପ୍ରକୃତ FDକୁ ସମୟ ପୂର୍ବରୁ ବନ୍ଦ କରିବା, ଅନୁମତି ବିନା ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର ପରିବର୍ତ୍ତନ କରିବା, ଗ୍ରାହକଙ୍କ ଖାତାକୁ ବେଆଇନ ଭାବେ ପରିଚାଳନା କରିବା ଏବଂ ବିଭିନ୍ନ ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ଅର୍ଥ ସ୍ଥାନାନ୍ତର କରି ଏହି ଠକେଇ କାର୍ଯ୍ୟ କରୁଥିଲେ ।
ଏଥିସହ ପଢ଼ନ୍ତୁ: ୨୨ବର୍ଷ ଜେଲରେ ସଜ୍ଜା କାଟିବା ପରେ ନିର୍ଦ୍ଦୋଷ ପ୍ରମାଣିତ ହେଲେ ଅର୍ଜୁନ
ଏତଲା ପରଠୁ ଜଶପ୍ରୀତ୍ ଫେରାର୍ ରହିଥିଲା । ପୋଲିସ ତାକୁ କୋଲକାତାର ଆଲିପୁର ଥାନା ଠାକୁର ପୁଖୁର ଅଞ୍ଚଳରୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି । ଜଶପ୍ରୀତକୁ ପଚରାଉଚରା ପରେ ତାଙ୍କ ପିତା ବିକ୍ରମ ସିଂହଙ୍କ ସମ୍ପୃକ୍ତି ପଦାକୁ ଆସିଥିଲା । ଏହାପରେ ପୋଲିସ ଚଢ଼ାଉ କରି ପିତା ବିକ୍ରମ ସିଂହଙ୍କୁ ତାଙ୍କ ବଡ଼ବିଲ ମ୍ରିନାଲ୍ କଲୋନୀ ସ୍ଥିତ ଘରୁ ଗିରଫ କରିଛି ।
କେବଳ ଅନୀତା ଅଗ୍ରୱାଲ ନୁହନ୍ତି, ଅନ୍ୟ ୩ ଜଣ ଗ୍ରାହକ ସତ୍ୟାନନ୍ଦ ମହାନ୍ତ, ବଚ୍ଚି ଦେବୀ ଓ ଦେବସ୍ମିତା ଜେନାଙ୍କ ଆକାଉଣ୍ଟରୁ ମଧ୍ୟ ପ୍ରାୟ ୧୬ ଲକ୍ଷ ଟଙ୍କା ଠକେଇ ହୋଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ଅଭିଯୁକ୍ତ ପିତା-ପୁତ୍ରଙ୍କୁ କୋର୍ଟ ଚାଲାଣ ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ରାକେଟ୍ରେ ବ୍ୟାଙ୍କର ଅନ୍ୟ କେଉଁ କର୍ମଚାରୀ ସାମିଲ ଅଛନ୍ତି କି ନାହିଁ, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Related Topics
Explore more stories