ବିଦ୍ୟୁତ ତାର ନେଲା ଜୀବନ, ବାପ ମୃତ, ପୁଅ ଗୁରୁତର
·2 years ago·1 min read

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ହିଂଜିଳି ଥାନା ଅନ୍ତର୍ଗତ ଆଡ଼ପଡା ଗ୍ରାମରେ ପଦର କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପା ର ମୃତ୍ୟୁ ପୁଅ ଗୁରୁତର ।ମୃତ ବ୍ୟକ୍ତି ଜଣକ ହେଲେ କୋରା ବେହେରା ଗୁରୁତର ଯୁବକ ହେଉଛନ୍ତି ତୋଫାନ ବେହେରା ।ସକାଳ ସମୟେ ଗାଁ ପଦର କାମରେ ବାପା ପୁଅ ଯାଇଥିବା ବେଳେ ପାଣି ପମ୍ପ ଚଳାଇ କାମ କରୁଥିବା ବେଳେ ବିଦ୍ୟୁତ ତାର ଛିଣ୍ଡି ବାପା କୋରା ବେହେରା ଙ୍କ ଉପରେ ପଡିଥିବା ବେଳେ ଘଟଣା ସ୍ଥଳରେ ବାପା ଙ୍କ ମୃତ୍ୟୁ ଘଟିଛି ।
ଅଧିକ ପଢନ୍ତୁ ଓଡିଶା ଖବର
ବାପା ଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ମଧ୍ୟ ଗୁରୁତର ଅଛନ୍ତି । ଗ୍ରାମବାସୀ ଉଦ୍ଧାର କରି ନିକଟସ୍ଥ ଆଡ଼ପଡା ମେଡିକାଲ ରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ବାପା କୋରାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ପୁଅ ଅଚେତ ହୋଇ ପଡିରହିଥିବା ବେଳେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: