Videos
|
Odisha

ଏନକାଉଣ୍ଟର ଭୟରେ ନ୍ୟାୟ ପାଇଁ ଗୁହାରୀ କଲା ଗ୍ୟାଙ୍ଗଷ୍ଟର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଏନକାଉଣ୍ଟର ଭୟରେ ନ୍ୟାୟ ପାଇଁ ଗୁହାରୀ କଲା ଗ୍ୟାଙ୍ଗଷ୍ଟର

ଅର୍ଗସ ବ୍ୟୁରୋ : ନ୍ୟାୟ ପାଇଁ ଗୁହାରୀ କଲା ଗ୍ୟାଙ୍ଗଷ୍ଟର ଶକିଲ। ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ଶେୟାର କରି ନ୍ୟାୟ ପାଇଁ ଗୁହାରୀ କରିଛି ଶକିଲ। ଏନକାଉଣ୍ଟର ଭୟରେ ଏବେ ନ୍ୟାୟଭିକ୍ଷା କରୁଛି ଶକିଲ।ମତେ ନ୍ୟାୟ ଦରକାର ମୁଁ ବଞ୍ଚିବାକୁ ଚାହୁଁଛି। ମୁଁ ଅପରାଧ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ଚାହୁଁଚି। ମୁଁ ମୋ ସ୍ତ୍ରୀ ଓ ଛୋଟ ଛୁଆକୁ ନେଇ ପରିବାର ସହ ଭଲ ଜୀବନ ଯାପନ କରୁଛି। ହେଲେ ମତେ ଏନକାଉଣ୍ଟର  କରିଦେବେ।

ଅଧିକ ପଢନ୍ତୁ ଓଡିଶା ଖବର

ମତେ ବହୁତ ଭୟ ଲାଗୁଛି। ମୁଁ ବଞ୍ଚିବାକୁ ଚାହୁଁଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମତେ ନ୍ୟାୟ ଦିଅନ୍ତୁ।ସେପଟେ ଏନେଇ କଟକ ଡିସିପି କହିଛନ୍ତି ଏନ୍ କାଉଣ୍ଟର ଅଭିଯୋଗ ଭିତ୍ତିହୀନ ଓ ତାହା ମିଛ ତା ନାଁରେ ଯଦି ସେଭଳି ମାମଲା ଥିବ ତା ହେଲେ ପୋଲିସ ଖୋଜୁ ଥିବ। ସେ ମୁଖ୍ୟ ସ୍ରୋତରେ ସାମିଲ ହେବାରେ ପୋଲିସ ବାଧକ ନୁହେଁ। ତା ନାଁ ରେ ଏବେ କି କି ମାମଲା ରହିଛି ତାକୁ ଦେଖିବାକୁ ପଡ଼ିବ।ଯିଏ ଅପରାଧ କରିବା ତା ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Fearing an encounter, the gangster screamed for justice | Argus News