Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜା- ରାଣୀ ଙ୍କ ପ୍ରେମ କାହାଣୀ ଅଧୁରା , ଚାଲିଗଲା ବାଘ 'ରାଣୀ'

Odisha

ରାଜା- ରାଣୀ ଙ୍କ ପ୍ରେମ କାହାଣୀ ଅଧୁରା , ଚାଲିଗଲା ବାଘ 'ରାଣୀ'

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ରାଜା- ରାଣୀ ଙ୍କ ପ୍ରେମ କାହାଣୀ ଅଧୁରା , ଚାଲିଗଲା ବାଘ 'ରାଣୀ'

ସମ୍ବଲପୁର : ସମ୍ବଲପୁର ଚିଡିଆଖାନାରେ ରାଜା- ରାଣୀ ଙ୍କ ପ୍ରେମ କାହାଣୀ ଅଧୁରା । ଚିଡିଆଖାନାରେ ଥିବା କଲରାପତରିଆ ରାଣୀ ବାଘର ମୃତ୍ୟ ହୋଇଛି । ଗର୍ଭାଶୟ ଜନିତ ସଂକ୍ରମଣ କାରଣରୁ ମୃତ୍ୟୁ ବରଣ ହୋଇଛି । ଗତ ବର୍ଷେ ପୂର୍ବରୁ ନୁଆଁପଡାରୁ ମଣିଷ ଖିଆ କଲରାପତରିଆ ବାଘ ରାଜାକୁ ସମ୍ବଲପୁର ଚିଡିଆଖାନାକୁ ଅଣାଯାଇଥିଲା ଓ ନଭେମ୍ବର ମାସରେ ତାକୁ ରାଣୀ ସହିତ ମିଳାମିଶା ପାଇଁ ଛାଡିଥିଲେ । ଦୁହେଁ ଭେଟ ହେବା ପରେ ସାଙ୍ଗେ ସାଙ୍ଗେ ମିଟିଙ୍ଗ ମଧ୍ୟ ଚାଲିଥଲା । ଚିଡିଆଖାନାରେ ଆଉ ବାଘ ଶାବକ ଜନ୍ମ ହେବାନେଇ ଆଶା ମଧ୍ୟ ରହିଥିଲା।ଏଥିପାଇ ମାସକ ପରେ ଗର୍ଭ ପରୀକ୍ଷା କରାଯିବାର ଥିଲା ।

ଅଧିକ ପଢନ୍ତୁ ଓଡିଶା ଖବର

ହେଲେ ଗତ ୩ ତାରିଖ ସନ୍ଧ୍ୟାରେ କଲରାପତରିଆ ରାଣୀ ବାଘର ଗୁପ୍ତାଙ୍ଗ ରୁ ପାଣି ବାହାରିବାରୁ  ପରୀକ୍ଷା କରାଇଥିଲା । ପ୍ରାଥମିକ ପରୀକ୍ଷା ରୁ ଗର୍ଭାଶୟ ସଂକ୍ରମଣ ହୋଇଥିବା ଜଣାପଡିଥିଲା । ଚିକତ୍ସା ଆରମ୍ଭ ହେଵା ସହ ଗତ କାଲି ରାତି ୯ଟା ରେ ତାର ମୃତ୍ୟୁ ହୋଇଛି । ଆଜି ମୃତ ବାଘର ଶବ ବ୍ୟବଚ୍ଛେଦ କରାଯାଇଥିବା ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ବିଭାଗ DFO ଅଂଶୁପ୍ରଜ୍ଞା ଦାଶ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
female leopard death in sambalpur zoo | Argus News