ଶତ୍ରୁ ସହ ଲଢ଼ି ଦେଶକୁ ଦେଉଥିଲା ସୁରକ୍ଷା, ଆଜି ଅବହେଳିତ

ଅର୍ଗସ ବ୍ୟୁରୋ : ଦେଶ ପାଳନ କରିଛି ୭୫ ତମ ସାଧାରଣତନ୍ତ୍ର ଦିବସ । ଗାଁ ଠୁ ସହର ସବୁଆଡେ ଫର୍ ଫର୍ ହୋଇ ଉଡିଥିଲା ସ୍ବାଧୀନତାର ସ୍ୱତନ୍ତ୍ରତାର ପ୍ରତୀକ ଜାତୀୟ ପତାକା । ସ୍ବାଧିନ ଭାରତକୁ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ କରିବାକୁ ସମ୍ବିଧାନ ପ୍ରଣୟନ ମଧ୍ୟ କରାଗଲା । ଦେଶର ସୁରକ୍ଷା ପାଇଁ ମଧ୍ୟ ତିନି ସେନଙ୍କୁ ମୁତୟନ କରାଗଲା । ଆଉ ଅନେକ ସମୟରେ ଦେଶର ସୁରକ୍ଷାରେ ନିୟୋଜିତ ଅସ୍ତ୍ର ଶସ୍ତ୍ର ମଧ୍ୟ ନିଜକୁ ବଳିଦାନ ଦେଲେ । ଦେଶର ସୁରକ୍ଷାରେ ଦିନେ ନିୟୋଜିତ ଥିଲା ଏହି ଦୁଇଟି ଟ୍ୟାଙ୍କ । ଶତ୍ରୁ ସହ ଲଢ଼ି ଦେଶକୁ ସୁରକ୍ଷା ଦେବାପାଇଁ ଦିନେ ଦିନରାତି କାର୍ଯ୍ୟ କରୁଥିଲା ଏହି ଦୁଇଟି ଟ୍ୟାଙ୍କ ।
ଦେଶର ସୁରକ୍ଷା ସହ ସନ୍ୟ ବାହିନୀଙ୍କ ସାହସର ପ୍ରତୀକ ଥିବା ଏହି ଦୁଇଟି ଟ୍ୟାଙ୍କ ମଧ୍ୟ ଦିନେ ଶତ୍ରୁକୁ ଡରେଇଥିବ ଆଉ ଦେଶକୁ ସୁରକ୍ଷା ଦେଇଥିବ । ଏହି ଦୁଇଟି ଟ୍ୟାଙ୍କକୁ ଲକ୍ଷାଧିକ ଟଙ୍କାରେ ପ୍ରଶାସନର ସହଯୋଗରେ ଜିଲ୍ଲାକୁ ଆସିଲା । ଲକ୍ଷ ଥିଲା ଦେଶ ମାତୃକାର ସେବା ପାଇଁ କର୍ଯ୍ୟକରୁଥିବା ଏହି ଟ୍ୟାଙ୍କ ଦୁଇଟିକୁ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ଅବସ୍ଥିତ କରାଯିବ । ଆଉ ଏହାର ମହତ୍ତ୍ଵକୁ ଛାତ୍ରଛାତ୍ରୀ ଜାଣିବେ ଏବଂ ଲୋକେ ଏହାର ବିରତ୍ଵ ବିଷୟରେ ଜାଣିବେ ଛାତ୍ରଛାତ୍ରୀ ।
📱 Get Argus News App
✨ନରସିଂହ ଚୌଧୁରୀ ମହାବିଦ୍ୟାଳୟର ଛାତ୍ରୀ ନିବାସ ମଧ୍ୟରୁ ଦୁଇବର୍ଷ ଧରି ପଡି ରହିଛି ଏହି ଦୁଇଟି ଟ୍ୟାଙ୍କ । ଦୁଇଟି ଟ୍ୟାଙ୍କକୁ କଲେଜର ସୋନ୍ଦର୍ଯ୍ୟ ବୃଦ୍ଧି ସହ ଦେଶର ସୁରକ୍ଷାରେ ନିୟୋଜିତ ଥିବା ଏହି ଦୁଇଟି ଟ୍ୟାଙ୍କକୁ ଦେଖି ସମସ୍ତେ ଗର୍ବ ଅନୁଭବ କରିବେ । ସେଥିପାଇଁ କରାଯାଇଥିଲା ଏହି ବ୍ୟବସ୍ଥା । ହେଲେ ବ୍ୟବସ୍ଥା ଆଜିବି ଅବ୍ୟବସ୍ଥା ଭିତରେ ଭାଙ୍ଗିରୁଜୀ ଗଲାଣି ଏହି ଦୁଇଟି ଟ୍ୟାଙ୍କ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଛାତ୍ର ଛାତ୍ରୀଙ୍କ କହିବା କଥା ଧୀରେ ଧୀରେ ଦୁଇଟି ଟ୍ୟାଙ୍କ ନିଜର ଅସ୍ତିତ୍ବ ହରାଇ ବସିଲାଣି । ଟ୍ୟାଙ୍କ ଗୁଡ଼ିକର ରକ୍ଷଣବେକ୍ଷଣ ଅଭାବରୁ କଳଙ୍କି ଲଗି ନଷ୍ଟ ହେବାକୁ ବସିଲାଣି । ଆଜି ଦେଶ ପାଳନ କହୁଛି ୭୫ ତମ ସାଧାରଣତନ୍ତ୍ର ଦିବସ, ହେଲେ ଏମାନଙ୍କ ଉପରେ ନାଁ ଫୁଲ ଟିଏ ପଡୁଛି ନାଁ ଏମାନଙ୍କୁ ଲୋକ ଲୋଚନକୁ ଅଣାଯାଇଛି ।

