୫ଟି ବାଇକ ସହିତ ଅନେକ ଜବତ ସାମଗ୍ରୀ ଅଗ୍ନିକାଣ୍ଡରେ ପୋଡି ପାଉଁଶ

ଅର୍ଗସ ବ୍ୟୁରୋ : ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା କାମାକ୍ଷାନଗର ଅବକାରୀ ଥାନା । ନିଆଁରେ ଅବକାରୀ କାର୍ଯ୍ୟାଳୟର ଜବତ ସାମଗ୍ରୀ ସହିତ ୫ଟି ବାଇକ ପୋଡି ଯାଇଛି । କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।
ଗତକାଲି ରାତିରେ କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟର ପଛପାଖରେ ନିଆଁ ଲାଗିଯାଇଥିଲା । ଅଳ୍ପ ସମୟ ଭିତରେ ନିଆଁ ଚାରିଆଡେ ବ୍ୟାପିଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ଦୀର୍ଘ ସମୟ ପରିଶ୍ରମ କରିବା ପରେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ । କାର୍ଯ୍ୟାଳୟରେ ନିଆଁ ଲାଗିବା ସମୟରେ ଅବକାରୀ କର୍ମଚାରୀମାନେ ଚଢ଼ାଉ ପାଇଁ ବାହାରକୁ ଯାଇଥିଲେ। ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ କାମାକ୍ଷାନଗର ଅବକାରୀ କାର୍ଯ୍ୟାଳୟରେ ନିଆଁ କିପରି ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି। ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅବକାରୀ କାର୍ଯ୍ୟାଳୟ ପରିସରରେ ଜବତ ହୋଇ ରହିଥିବା ବାଇକ୍ ଗୁଡ଼ିକ ଜଳି ପୋଡ଼ି ପାଉଶଁ ହୋଇଯାଇଥିଲା।