Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାନଦୀକୁ ଗାଧୋଇବାକୁ ଯାଇ ଘଟିଲା ଅଘଟଣ

Jitendra Dash
Browse all articles by Jitendra Dash
·2 years ago·1 min read
ମହାନଦୀକୁ ଗାଧୋଇବାକୁ ଯାଇ ଘଟିଲା ଅଘଟଣ

ଅର୍ଗସ ବ୍ୟୁରୋ : ଗତକାଲି ସହଙ୍ଗା ଗୋପାଳପୁର ଠାରେ ମହାନଦୀରେ ଡଙ୍ଗା ଓଲଟି ପଡିବାରୁ ନିଖୋଜ ଥିବା ଯୁବକ ରଜତ ନାୟକଙ୍କୁ ଆଜି ଉଦ୍ଧାର କରିଛି ଅଗ୍ନିଶମ୍ ବାହିନୀ । ଗତ କାଲି ଡଙ୍ଗାଟି ଗଣ୍ଡ ମଝିରେ ପଲଟି ଯିବା ପରେ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିଲେ । ଆଜି ସକାଳେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକଜଣକ ଢେ଼ଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ଅଞ୍ଚଳର ୨୩ ବର୍ଷିୟ ରଜତ ନାୟକ ବୋଲି ଜଣାପଡି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତକାଲି ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ପଞ୍ଚାୟତ ସପ୍ତଶଯ୍ୟା ପଡା ଗ୍ରାମର ଦୁଇଜଣ ଯୁବକ ତିଗିରିଆ ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମର ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ । ବୁଲାବୁଲି ସାରି ୪ ଯୁବକ ଗତକାଲି ମଧ୍ୟାହ୍ନ ସମୟରେ ବାଙ୍କୀ ଥାନା ଅନ୍ତର୍ଗ ସହଙ୍ଗା ଗୋପାଳପୁର ଗ୍ରାମ ଦେଇ ପ୍ରବାହିତ ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ କୌତୁହଳବଶଃତ ହୁଲି ଡଙ୍ଗାରେ ଭିତରକୁ ପଳାଇଥିଲେ । ମାତ୍ର ମଝି ନଦୀରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୁଇ ଜଣ ପହଁରି କୂଳକୁ ଆସିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମାତ୍ର ରଜତଙ୍କ କୌଣସି ପତ୍ତା ମିଳୁ ନ ଥିଲା । ଗତକାଲି ରାତି ସାରା ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍‌, ସ୍କୁବା ଡାଇଭର ଖୋଜାଖୋଜି କରି ବି ରଜତଙ୍କ ଖବର ପାଇ ପାରି ନ ଥିଲେ। ଆଜି ସକାଳୁ ପୁଣି ଥରେ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି ଆରମ୍ଭ କରି ମୃତଦେହ ଉଦ୍ଧାର କରିଛନ୍ତି ।

Sponsored
4 friends go for swim in Mahanadi river; 1 death, three rescued | Argus News