|
logo
Live

Argus News - ନଈକୁ ଗାଧୋଇବାକୁ ଯାଇଥିଲେ...ବୁଡ଼ିଗଲା ପରେ...

Odisha

ନଈକୁ ଗାଧୋଇବାକୁ ଯାଇଥିଲେ...ବୁଡ଼ିଗଲା ପରେ...

Jitendra Dash
Browse all articles by Jitendra Dash
·1 year ago·2 min read
ନଈକୁ ଗାଧୋଇବାକୁ ଯାଇଥିଲେ...ବୁଡ଼ିଗଲା ପରେ...

ଅର୍ଗସ ବ୍ୟୁରୋ : ଚିତ୍ରୋତ୍ପଳା ନଦୀରେ ଭାସିଗଲେ ୨ ଛାତ୍ର । କଟକ ସାଲେପୁର ଅଧିନସ୍ତ ଜଳହରି ଗାଁରେ ଘଟିଛି ଅଘଟଣ । ଚିତ୍ରୋତ୍ପଳା ନଦୀକୁ ପାଞ୍ଚଜଣ ସାଙ୍ଗ ଗାଧୋଇବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ନଦୀକୁ ଗାଧୋଇବା ପାଇଁ  ୫ ଜଣ ଛାତ୍ର ଯାଇଥିବା ବେଳେ ଭାସି ଯାଇଥିଲେ । ଘଟଣାସ୍ଥଳରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ଏବେବି ୨ ଜଣ ଛାତ୍ର ନିଖୋଜ ଥିଲେ । ମୃତ ଛାତ୍ରଦ୍ବୟ ହେଲେ ମୀର୍ଜାପୁର ପଞ୍ଚାୟତ କାନପୁର ଗ୍ରାମର ରେସ୍‌ମା ବିବିଙ୍କ ପୁଅ ସୈୟଦ୍‌ ମହମ୍ମଦ ଜିସାନ୍‌ ଓ ସେହି ଗ୍ରାମର ଶେଖ୍‌ ସମିମ୍‌ଙ୍କ ପୁଅ ଶେଖ୍‌ ରିହାନ୍‌ । 

ଗତ କାଲି ଅପରାହ୍ଣରେ ଜିସାନ୍‌ ଓ ରିହାନ୍‌ଙ୍କ ସମେତ ମୀର୍ଜାପୁର ଅଞ୍ଚଳର ୫ଜଣ ସାଙ୍ଗ ଚିତ୍ରୋତ୍ପଳା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ କୌଣସି କାରଣରୁ ଚାରିଜଣ ପାଣିରେ ବୁଡ଼ି ଯାଇଥିଲେ । ଏହା ଦେଖି କୂଳରେ ଥିବା ଜଣେ ସାଙ୍ଗ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ । ମାତ୍ର ଜିସାନ୍‌ ଓ ରିହାନ୍‌ଙ୍କ ପତ୍ତା ମିଳି ନ ଥିଲା । ଖବର ପାଇ ସାଲେପୁରରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି କରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାତି ପ୍ରାୟ ୯ଟାରେ ବୁଡ଼ିଥିବା ସ୍ଥାନର କିଛି ଦୂରରୁ ଉଭୟଙ୍କୁ ଉଦ୍ଧାର କରାଯାଇ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସାଲେପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ପଠାଯିବ ବୋଲି ପୁଲିସ କହିଛି । ସୂଚନାଯୋଗ୍ୟ ଯେ ମୃତ ଜିସାନ୍‌ ନିଶ୍ଚିନ୍ତକୋଇଲି ଅଞ୍ଚଳର ଏକ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ +୨ ପଢ଼ୁଥିଲା ବେଳେ ରିହାନ୍‌ ରାଇସୁଙ୍ଗୁଡ଼ାର ଏକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ବୋଲି ଜଣାପଡ଼ିଛି । ଦୁଇ ଛାତ୍ରଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
 

Sponsored
ନଈକୁ ଗାଧୋଇବାକୁ ଯାଇଥିଲେ...ବୁଡ଼ିଗଲା ପରେ... | Argus News