Taste to Tragedy / ବିଷ ପାଲଟିଲା ଦହିବରା; ଜଣେ ମୃତ, ୫୦ରୁ ଅଧିକ ଅସୁସ୍ଥ
·2 hours ago·2 min read

Key Points
ଖରାରେ ଗାଁର ପିଲାଠୁ ବୁଢ଼ା ସମସ୍ତେ ଦହିବରାର ମଜା ନେଲେ । ଆଉ ଦହିବରା ଖାଇବାର ମାତ୍ର କିଛି ଘଣ୍ଟା ପରେ ଗାଁରେ ଆରମ୍ଭ ହୋଇଗଲା ଝାଡ଼ାବାନ୍ତି ସହ ଜ୍ଵର ।
ଯାଜପୁର: ଗାଁକୁ ଆସିଥିଲା ଦହିବରା । ଆଉ ଖରାରେ ଗାଁର ପିଲାଠୁ ବୁଢ଼ା ସମସ୍ତେ ଦହିବରାର ମଜା ନେଲେ । ଆଉ ଦହିବରା ଖାଇବାର ମାତ୍ର କିଛି ଘଣ୍ଟା ପରେ ଗାଁରେ ଆରମ୍ଭ ହୋଇଗଲା ଝାଡ଼ାବାନ୍ତି ସହ ଜ୍ଵର । ଦେଖୁ ଦେଖୁ ଗାଁରେ ଚହଳ ପଡ଼ିଗଲା । ମାତ୍ର କେଇ ଘଣ୍ଟାରେ ଗାଁର ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଲେ । ଜଣେ ବୟସ୍କ ମଧ୍ୟ ଆଖି ବୁଜିଛନ୍ତି ।
ଦହିବାର ଖାଇ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଜୟନ୍ତରା ପଞ୍ଚାୟତ ପାଟପୁର ଗାଁର ୫୦ରୁ ଅଧିକ ଲୋକେ ଅସୁସ୍ଥ ହୋଇ ପଡ଼ିଛନ୍ତି । ଅସୁସ୍ଥଙ୍କୁ ନିକଟସ୍ଥ ଦଶରଥପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ୨୦ ଜଣ ଛୁଆ ଚିକିତ୍ସିତ ହେଉଛନ୍ତି ।
ଏଥିସହ ପଢ଼ନ୍ତୁ: ଶିଶୁଙ୍କୁ ଅଧିକ ମୋବାଇଲ୍ ଦେଖାଇବା ହୋଇପାରେ ବିପଜ୍ଜନକ
ସୂଚନା ଅନୁସାରେ, ଶୁକ୍ରବାର ପାଟପୁର ଗାଁକୁ ଜନୈକ ବ୍ୟବସାୟୀ ଠେଲାରେ ଦହିବରା ବିକ୍ରି ପାଇଁ ଆସିଥିଲେ । ସକାଳ ୧୦ଟାରୁ ୧୧ଟା ମଧ୍ୟରେ ଗାଁ ଲୋକେ ଉକ୍ତ ବ୍ୟବସାୟୀଙ୍କ ଠାରୁ ଦହିବରା ଖାଇଥିଲେ । ଆଉ ଅପରାହ୍ଣ ୩ଟା ହେଉ ହେଉ ଜଣଙ୍କ ପରେ ଜଣେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ସହ ଜ୍ଵରରେ ପଡ଼ିଥିଲେ ।
ଏହାପରେ ଅସୁସ୍ଥଙ୍କୁ ମଙ୍ଗଳପୁର ଓ ଦଶରଥପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଜିଲ୍ଲା ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଗାଁରେ ମେଡିକାଲ ଟିମ୍ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ଗାଁରୁ ପାଣି ନମୁନା ସଂଗ୍ରହ କରାଯାଇଛି । ବିଷାକ୍ତ ଦହିବରା ଖାଇ ଲୋକେ ଅସୁସ୍ଥ ହୋଇଥିବା ଡାକ୍ତର ଅନୁମାନ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ରାଜଧାନୀରେ ବୁଲିଲା ବୁଲଡୋଜର, ଭାଙ୍ଗିଲା ନିଶା ବେପାରୀର ଘର
ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଅସୁସ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ବ୍ୟବସ୍ଥା କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଯାଜପୁର ମେଡିକାଲ୍ ଯାଇ ଅସୁସ୍ଥଙ୍କୁ ଭେଟି ଆଲୋଚନା କରିଛନ୍ତି । ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ।
ଜଣେ ବୟସ୍କଙ୍କ ମୃତ୍ୟୁ, ୫୦ରୁ ଅଧିକ ଅସୁସ୍ଥ ହେବା ପରେ ଏବେ ସେହି ଦହିବରା ବ୍ୟବସାୟୀଙ୍କୁ ଖୋଜା ପଡ଼ିଛି । କିଏ ସେହି ଦହିବରା ବ୍ୟବସାୟୀ ? ଦହିବରାରେ ମିଶାଇଥିଲେ କି କିଛି ବିଷାକ୍ତ ଖାଦ୍ୟ ? ନା କାରଣ ଆଉ କିଛି ? ପ୍ରଶାସନ ସେ ଦିଗରେ ତଦନ୍ତ ଜାରି ରଖିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories