Videos
|
Odisha

Puri Queue Darshan / ଗୋଇଠିରେ ଟେକି ହୋଇ ଦର୍ଶନ ଯନ୍ତ୍ରଣାରୁ ମିଳିବ ମୁକ୍ତି; ଧାଡ଼ି ଦର୍ଶନ ପାଇଁ ପାଇଲଟ୍ ମଡେଲ ପ୍ରସ୍ତୁତ

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ଗୋଇଠିରେ ଟେକି ହୋଇ ଦର୍ଶନ ଯନ୍ତ୍ରଣାରୁ ମିଳିବ ମୁକ୍ତି; ଧାଡ଼ି ଦର୍ଶନ ପାଇଁ ପାଇଲଟ୍ ମଡେଲ ପ୍ରସ୍ତୁତ
Puri Queue Darshan

Key Points

ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ପାଇଲଟ ମଡେଲ ପ୍ରସ୍ତୁତ
ଗୋଟିଏ ଘଣ୍ଟାରେ ଦର୍ଶନ କରିବେ ୮ରୁ ୧୦ ହଜାର ଲୋକ
IIT ଭୁବନେଶ୍ୱର ପ୍ରସ୍ତୁତ କରିଛି ଏହାର ଡ୍ରଇଂ ଡିଜାଇନ୍
ପୁରୀ: ନାଟମଣ୍ଡପରେ ବାହାର କାଠ ଦର୍ଶନ ସମୟରେ କାଳିଆକୁ ଦେଖିବାକୁ ଚାଲେ କସରତ । କିଏ ଟିପରେ ତ ପୁଣି କିଏ ଗୋଇଠିରେ ଟେକି ହୋଇ ଚକାଆଖିରେ ଆଖି ମିଶାଇବାକୁ ଆତୁର ହୁଏ । କିଏ ମନ ପୂରେଇ ଦେଖିବାକୁ ଚାହିଁଲା ବେଳକୁ ଗହଳି ଭିତରେ ସୁଯୋଗ ମିଳିପାରୁନି । ପୁଣି ବରିଷ୍ଠ ନାଗରିକ, ମହିଳାମାନଙ୍କ ପାଇଁ ଦର୍ଶନ କେବେ କେବେ ଗହଳିରେ ଯନ୍ତ୍ରଣାଦାୟୀ ହେଉଛି । ବାହାରେ ବ୍ୟାରିକେଡ଼ ଦେଇ ଧାଡ଼ିରେ ଯିବାବେଳେ ଏମିତି ହୁଏନାହିଁ । ହେଲେ ସାତପାହାଚଠାରୁ ଏକାସାଙ୍ଗରେ ଦର୍ଶନ ପାଇଁ ଯିବାବେଳେ ବିଶେଷକରି ବାହାର କାଠ ଦର୍ଶନ ସମୟରେ ଅସୁବିଧା ଭୋଗୁଛନ୍ତି ଭକ୍ତ ।

ତେଣୁ ଭିତରେ ଦର୍ଶନ ସୁବିଧା ପାଇଁ ସରକାର ନେଉଛନ୍ତି ନୂଆ ପଦକ୍ଷେପ । ଭିତରେ ସହଜ ଦର୍ଶନ ପାଇଁ ୫ ଥାକିଆ ରାମ୍ପ ହେବ । ଆଉ ଧାଡ଼ିରେ ଯାଇ ଘଣ୍ଟାକ ମଧ୍ୟରେ ଦର୍ଶନ କରିବେ ୮ରୁ ୧୦ ହଜାର ଶ୍ରଦ୍ଧାଳୁ । ଯାହାକୁ ସବୁ ମହଲରୁ ସ୍ୱାଗତ କରାଯାଇଛି । କିନ୍ତୁ ଏହାକୁ ପ୍ରଥମେ ପରୀକ୍ଷାମୂଳକ କରାଯାଇ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର । ନଚେତ୍ ଏଥିରେ ତ୍ରୁଟି ହୋଇପାରେ ବୋଲି ସେ କହିଛନ୍ତି । ସେପଟେ ନିଷ୍ପତ୍ତିକୁ ସବୁ ମହଲରୁ ସ୍ୱାଗତ କରାଯାଇଛି ।

  • ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ବିଶେଷ ବ୍ୟବସ୍ଥା
ସେପଟେ ଶ୍ରୀମନ୍ଦିର ଧାଡ଼ି ଦର୍ଶନ ପାଇଁ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଆଇଆଇଟି ଭୁବନେଶ୍ୱର ପ୍ରସ୍ତୁତ କରିଛି ପାଇଲଟ ମଡେଲ । ଗରୁଡ଼ ସ୍ତମ୍ଭଠାରୁ ବାହାର କାଠ ମଧ୍ୟରେ ଦର୍ଶନ ପାଇଁ ୫ ଥାକିଆ କୋଲାପ୍ସିବୁଲ ଅର୍ଥାତ୍ ଖୋଲା ଯୋଡ଼ା ହୋଇ ପାରିବା ଭଳି ରାମ୍ପ କରାଯିବ । ଗୋଟିଏ ରାମ୍ପ ବା ଧାଡ଼ିରେ ଥରକେ ୫୦ ଲୋକ ଯାଇପାରିବେ । ଗୋଟିଏ ଘଣ୍ଟାରେ ୮ରୁ ୧୦ ହଜାର ଲୋକଙ୍କୁ ଦର୍ଶନ ସୁବିଧା ଯୋଗାଇଦେବାକୁ ହେଉଛି ଯୋଜନା ।

ପଢନ୍ତୁ ଏହି ଖବର: ଶ୍ରୀମନ୍ଦିରରେ ବଡ଼ ପରିବର୍ତ୍ତନ…ନାଟମଣ୍ଡପରେ ଆରମ୍ଭ ହେଲା AC ଟ୍ରାଏଲ୍

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୩ରୁ ୪ ମାସ ମଧ୍ୟରେ ଏହାକୁ ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି କହିଛନ୍ତି ଆଇନମନ୍ତ୍ରୀ । ତେବେ ପୂର୍ବରୁ ଏହି ଯୋଜନା ହୋଇଥିବା ବେଳେ ବୈଷୟିକ କାରଣରୁ ବନ୍ଦ ରହିଥିଲା । ଆଗକୁ କାର୍ତ୍ତିକ ମାସ ରହିଥିବା ବେଳେ ଭିଡ଼କୁ ଦୃଷ୍ଟିରେ ରଖି ଏହି ସମୟରେ ପରୀକ୍ଷା କରିବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ସେବାୟତ । ସେପଟେ ଧାଡ଼ି ଦର୍ଶନ ବାଟ ଫିଟିବା ପରେ ସୁବିଧା ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି ବରିଷ୍ଠ ଓ ମହିଳା ଭକ୍ତ ।