Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସେବାୟତଙ୍କ ଦ୍ୱାରା ମହିଳା ବିଦେଶୀ ପର୍ଯ୍ୟଟକ ହେଲେ ଚିହ୍ନଟ

Odisha

ସେବାୟତଙ୍କ ଦ୍ୱାରା ମହିଳା ବିଦେଶୀ ପର୍ଯ୍ୟଟକ ହେଲେ ଚିହ୍ନଟ

Jitendra Dash
Browse all articles by Jitendra Dash
·2 years ago·1 min read
ସେବାୟତଙ୍କ ଦ୍ୱାରା ମହିଳା ବିଦେଶୀ ପର୍ଯ୍ୟଟକ ହେଲେ ଚିହ୍ନଟ

ଅର୍ଗସ ବ୍ୟୁରୋ : ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ । ପୁଣି ସୁରକ୍ଷାକର୍ମୀଙ୍କ ଅବହେଳା ପଦାରେ ପଡିଛି ।  କିଛିଦିନ ପୂର୍ବରୁ ୪ ଜଣ ଅଣହିନ୍ଦୁ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ବେଳେ ଆଜି ପୁର୍ନବାର ପୁରୀ ଶ୍ରୀମନ୍ଦିର ଭିତରେ ଜଣେ  ମହିଳା ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିଛନ୍ତି । ତେବେ ସମ୍ପୃକ୍ତ ଅଣହିନ୍ଦୁ ମହିଳା ଜଣକ ବାଇଶିପାହାଚ ଦେଇ ଯାଉଥିବା ବେଳେ ସେବାୟତଙ୍କ ଦ୍ୱାରା ଚିହ୍ନଟ ପରେ ସିଂହଦ୍ଵାର ଥାନାରେ ଅଟକ ରଖାଯାଇଥିଲା ।  

ମହିଳା ବିଦେଶୀ ପର୍ଯ୍ୟଟକ ଜଣଙ୍କ ପୋଲାଣ୍ଡ ନାଗରିକ ହୋଇଥିବା ବେଳେ ସେ ଶ୍ରୀମନ୍ଦିର ଭିତରକୁ କେଉଁ କାରଣ ହେତୁ ପ୍ରବେଶ କଲେ ସେ ନେଇ ପୋଲିସ ଅଧିକ ଅନୁସନ୍ଧାନ କରୁଅଛି । ତେବେ ବିଦେଶିନୀଙ୍କ ସହିତ ଅନ୍ୟ ଜଣେ ଯୁବକ ମଧ୍ୟ ଯାଇଥିବା ବେଳେ ତାଙ୍କ ମଧ୍ୟ ପୋଲିସ ଅଟକ ରଖିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାଇଶିପାହାଚ ନିକଟରୁ ବିଦେଶୀନି ଜଣଙ୍କୁ ସେବାୟତ ଓ ପୋଲିସ କର୍ମଚାରୀ ମାନେ ଉଦ୍ଧାର କରିଥିବା ବେଳେ ସେ ଏକ ଦଳ ସହ ଶ୍ରୀମନ୍ଦିର ଭିତରକୁ ପଶି ଯାଇଥିବା ଜଣାପଡିଛି । ତେବେ ତାଙ୍କର ପାସପୋର୍ଟ ଯାଞ୍ଚ କରାଯାଉଥିବା ବେଳେ ସଂପୃକ୍ତ ବିଦେଶିନୀ ଜଣଙ୍କ ୨୦୨୩ରେ ମଧ୍ୟ  ଭାରତକୁ ଆସିଥିବା ଅତିରିକ୍ତ ଏସପି ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି ।

Sponsored
foreign tourist inside the temple | Argus News