Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଂଗ୍ରେସ ପରିତ୍ୟାଗ କରି ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ଅନାମ ନାୟକ ଏବଂ ପିସିସି ସଦସ୍ୟ ରାକେଶ ସିଂ

Jitendra Dash
Browse all articles by Jitendra Dash
·2 years ago·2 min read
କଂଗ୍ରେସ ପରିତ୍ୟାଗ କରି ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ଅନାମ ନାୟକ ଏବଂ ପିସିସି ସଦସ୍ୟ ରାକେଶ ସିଂ

ଅର୍ଗସ ବ୍ୟୁରୋ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ଦିନ ବିଜେଡି ଏବଂ କଂଗ୍ରେସ ସମେତ ଅନ୍ୟାନ୍ୟ ରାଜନୈତିକ ଦଳର ନେତୃବୃନ୍ଦ ବିଜେପିରେ ସାମିଲ ହେଉଛନ୍ତି । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଂଗ୍ରେସ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ଭବାନିପାଟଣାର ପୂର୍ବତନ ବିଧାୟକ ଅନାମ ନାୟକ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ମୟୂରଭଞ୍ଜର ଯୁବ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟ ଶ୍ରୀ ରାକେଶ ସିଂ । ଶ୍ରୀ ସିଂଙ୍କ ସହ ବାରିପଦା ନିର୍ବାଚନ ମଣ୍ଡଳି ଯୁବ କଂଗ୍ରେସ ଉପସଭାପତି ସୈାଜିତ କୁମାର ବେସ୍ରା, ଯୁବ କଂଗ୍ରେସ ନେତା ବେଣୁଧର ବେହେରା, ନରେନ୍ଦ୍ର ବେହେରା, ଟୁନା ବେହେରା, ଶିବଧର ବେହେରା, ଫତେ ସୋରେନ, ନରେନ୍ଦ୍ର ସିଂ, କର୍ଜି ମୁର୍ମୁ, ଦୁଃଖିଶ୍ୟାମ ହାଂସଦା, ଯୁବ ସଂଗଠକ ଶିବଶଙ୍କର ସିଂ, ବିଜୁ କୁମାର ସିଂ, ଚଟିଆ ସିଂ, ସଚିଦାନନ୍ଦ ସିଂ ପ୍ରମୁଖ ଆଜି ବିଜେପିରେ ସାମିଲ ହୋଇଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର
 
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ନୂତନ ସଦସ୍ୟଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଓ ପ୍ରଦୀପ ପୁରୋହିତ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Former MLA Anam Naik and PCC member Rakesh Singh left the Congress and joined the BJP | Argus News