Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିଜେପିର ଅନେକ ପ୍ରମୁଖ ନେତା ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଲେ

Jitendra Dash
Browse all articles by Jitendra Dash
·2 years ago·2 min read
ବିଜେପିର ଅନେକ ପ୍ରମୁଖ ନେତା ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଲେ

ଅର୍ଗସ ବ୍ୟୁରୋ : ଉତର ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନିଜ ସମର୍ଥକଙ୍କ ସହ ଆଜି ବିଜୁ ଜନତା ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ,ମୋଦିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି । ଭାରତକୁ ସାରା ବିଶ୍ୱରେ ବିକାଶଶୀଳ କରିବା ପାଇଁ ମୋଦିଜୀଙ୍କ ଦୂରଦୃଷ୍ଟି ସମସ୍ତ ଲୋକଙ୍କୁ ଉତ୍ସାହିତ କରିଛି । ମୋଦିଜୀ ଜି-୨୦ ସମ୍ମିଳନୀରେ ଓଡିଶା ତଥା ଭାରତକୁ ବିଶ୍ୱଦରବାରରେ ପରିଚିତ କରିଥିଲେ, ଯାହା ମୋତେ ଅନୁପ୍ରାଣିତ କରିଥିଲା । ବିଜେପିର ଶୃଙ୍ଖଳିତ କାର୍ଯ୍ୟକର୍ତା ଭାବେ କାର୍ଯ୍ୟ କରିବି ବୋଲି ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି ।

ରାଜ୍ୟରେ “ବିଜେଡି ସରକାର ଯାଉଛି, ବିଜେପି ସରକାର ଆସୁଛି” । “ବିକଶିତ ଭାରତ, ବିକଶିତ ଓଡିଶା” ପରିପ୍ରେକ୍ଷୀରେ ଓଡିଶାବାସୀ ‘ଏଥର ବିଜେପି ସରକାର’ ଗଠନ ପାଇଁ ସଂକଳ୍ପ ନେଇଛନ୍ତି । ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭୀଚାର ବିଜେଡି ଶାସନ ବିରୁଦ୍ଧରେ ଲଢେଇ ହେବ । ଓଡିଆ ଅସ୍ମିତାକୁ ନେଇ ଗଠନ ହେବ ନୂତନ ଓଡିଶା । ଓଡିଶାରେ ବିଜେପିର “ଡବଲ୍ ଇଂଜିନ ସରକାର” ଗଠନ ହେବ । ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ସମସ୍ତ ବର୍ଗର ଲୋକେ ବିଜେପିକୁ ଆପଣାଉଛନ୍ତି । ଓଡିଶାର ବିକାଶ ପାଇଁ ଆମେ କାର୍ଯ୍ୟ କରିବା ବୋଲି ସଂକଳ୍ପ ନେବା । ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ୮୯୮୦୮୦୮୦୮୦ ନମ୍ବରରେ ଡାୟାଲ କରି ବିଜେପିର ସଦସ୍ୟ ହୁଅନ୍ତୁ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ସେହିପରି ଖୋର୍ଦ୍ଧା ଜିଲ୍ଲା ବିଜେଡି ଉପସଭାପତି କୁନାଲ ରାଉତ, ୱାର୍ଡ ସଭାପତି ସ୍ୱାକ୍ଷର ରଞ୍ଜନ ମହାନ୍ତି, ଭୁବନେଶ୍ୱରର ଉପସଭାପତି ଆଲୋକ ପାଣିଗ୍ରାହୀ, ପୂର୍ବତନ ସରପଂଚ ଅଜୟ କୁମାର ବେହେରା, ସଞ୍ଜୁ ଭୋଇ, ନିର୍ମଳ ବେହେରା, ସମାଜସେବୀ ବିଦୁଲତା ବେହେରା, ୱାଡ ମେମ୍ବର ଦିଲୀପ ରାଉତ, ପୂର୍ବତନ ୱାଡ ମେମ୍ବର ଗୁରୁଚରଣ ରାଉତ, ଜିଲ୍ଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ସେନାପତି, ଜିଲ୍ଲା ସାଧାରଣ ସମ୍ପାଦକ ଲୋକେଶ କୁମାର, ଖୋର୍ଦ୍ଧା ଜିଲ୍ଲା ସଭାପତି ଦୟାନିଧି ସ୍ୱାଇଁ, ପୂର୍ବତନ କର୍ପୋରେଟର ରଶ୍ମିରେଖା ଜେନା, ଦାସରଥି ନାୟକ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ନିର୍ବାଚନ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଆସ୍କା ସାଂସଦ ପ୍ରାର୍ଥିନୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । 

Sponsored
Former North Bhubaneswar MLA Priyadarshi Mishra joined the BJP | Argus News