|
logo
Live

Argus News - ଓଡ଼ିଆ ଲୋକମାନଙ୍କ ସମ୍ପନ୍ନତା, ଓଡିଆ ଯୁବକଙ୍କୁ ଆତ୍ମସ୍ୱାଭିମାନ ଏବଂ ଓଡ଼ିଶାର ବିକାଶ କରିବା ଆମର ଲକ୍ଷ୍ୟ

Odisha

ଓଡ଼ିଆ ଲୋକମାନଙ୍କ ସମ୍ପନ୍ନତା, ଓଡିଆ ଯୁବକଙ୍କୁ ଆତ୍ମସ୍ୱାଭିମାନ ଏବଂ ଓଡ଼ିଶାର ବିକାଶ କରିବା ଆମର ଲକ୍ଷ୍ୟ

Jitendra Dash
Browse all articles by Jitendra Dash
·2 years ago·3 min read
ଓଡ଼ିଆ ଲୋକମାନଙ୍କ ସମ୍ପନ୍ନତା, ଓଡିଆ ଯୁବକଙ୍କୁ ଆତ୍ମସ୍ୱାଭିମାନ ଏବଂ ଓଡ଼ିଶାର ବିକାଶ କରିବା ଆମର ଲକ୍ଷ୍ୟ

ଅର୍ଗସ ବ୍ୟୁରୋ : ପରିଶ୍ରମୀ ଓ ବୁଦ୍ଧିମତା ଓଡ଼ିଆ ପିଲାଙ୍କ ଦକ୍ଷତାକୁ ଉପଯୋଗ କରି ବିଶ୍ୱର ନେତୃତ୍ୱ ନେବା ।  ଭାଷା ଭିତ୍ତିରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରୁଥିବା ବେଳେ ୨୦୩୬ ସୁଦ୍ଧା ରୋଜଗାର କରିବା ନୁହେଁ, ରୋଜଗାର ଦେବାର ସଂକଳ୍ପନା କରିବା ବୋଲି ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲାର ଜଟଣୀ ପଦନପୁର ଠାରେ ଜଟଣୀ ଠାରେ ନ୍ୟାସନାଲ ସ୍କିଲ୍ ଟ୍ରେନିଙ୍ଗ୍ ଇନଷ୍ଟିଚ୍ୟୁଟ୍ (NSTI Plus), ଭୁବନେଶ୍ୱରର ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ  ପ୍ରାୟ ୮ ଏକର ପରିମିତ ଜମିରେ ପାଖାପାଖି ୯୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦରେ ଏହି କ୍ୟାମ୍ପସ ପ୍ରତିଷ୍ଠା ହେବ । ଭାରତ ସରକାରଙ୍କ ଅନୁଷ୍ଠାନ ସମେତ ଓଡ଼ିଶାରେ ମୋଟ ୫୨୪ଟି ଆଇଟିଆଇରେ ଛାତ୍ରଛାତ୍ରୀମାନେ ପଢୁଛନ୍ତି । ଆଇଟିଆଇର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସର୍ବଭାରତୀୟ ସ୍ତରର ଅତ୍ୟାଧୁନିକ ତାଲିମ୍ ଦେବା ପାଇଁ ଏନଏସଟିଆଇ ପ୍ଲସ ସହଯୋଗୀ ହେବ । ଏଠାରେ ଭାରତର ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଆଇଟିଆଇ ମଧ୍ୟ କାର୍ଯ୍ୟକ୍ଷମ ହେବ । ପିଲାଙ୍କୁ ଉଦ୍ୟୋଗୀ କରିବା ପାଇଁ ପ୍ରଶିକ୍ଷଣ ଦିଆଯିବ । ସ୍ଥାନୀୟ ଅଞ୍ଚଳରେ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ, ଦକ୍ଷତା ବିକାଶ କେନ୍ଦ୍ର (ଏସଡିଆଇ), ନାଇଜର ଏବଂ ଏମ୍ସ, ଫୁଡ୍ ଆଣ୍ଡ୍ ମାଉଥ ଆଦି ରାଷ୍ଟ୍ରୀୟ ଅନୁଷ୍ଠାନ ଗୁଡ଼ିକ ଅବସ୍ଥିତ । ଭାରତ ସରକାରଙ୍କର ଦୁଇ ତିନୋଟି ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟ ଏଠାରେ କାମ କରୁଛି । ଏହି ଅନୁଷ୍ଠାନ ଆମର ଯୁବଶକ୍ତିଙ୍କୁ ଆବଶ୍ୟକ ଦକ୍ଷତା ଓ ଜ୍ଞାନ ସହ ଯୋଡି ସଶକ୍ତ କରିବା ସହ ଚାକିରି କରିବା ପରିବର୍ତ୍ତେ ଚାକିରି ଦେବା ପାଇଁ ପ୍ରୋତ୍ସାହିତ କରିବ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନ ସମୟରେ ଚାକିରି କରିବା ନୁହେଁ ବରଂ ଚାକିରି ଦେବା ନୂଆ ପିଲା ମାନଙ୍କର ମିଜାଜ୍ ରହିବା ଦରକାର । ନୂଆ କୋଣାର୍କ ଭଳି ସ୍ଥପତି ନିର୍ମାଣ କରିବା ଦରକାର । ଆଜି ଗରିବ ଘରୁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦି ଏବଂ ସାଧାରଣ ଘରୁ ଆସିଥିବା ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରେ ପିଲା ମାନେ ଉଦ୍ୟମୀ ହେବା ପାଇଁ ସ୍ୱପ୍ନ ଦେଖିଛନ୍ତି। ରାଷ୍ଟ୍ରୀୟ ଶିକ୍ଷା ନୀତିରେ ସ୍କିଲକୁ ପ୍ରାଥମିକତା ଏବଂ ମହତ୍ତ୍ଵ ଦିଆଯାଉଛି । ଆଜି ଓଡ଼ିଶାରେ ୪ କୋଟି ୮୦ ଲକ୍ଷ ଜନସଂଖ୍ୟାଙ୍କ ମଧ୍ୟରୁ ୧୫ ରୁ ୫୯ ବର୍ଷ ବୟସର ୨ କୋଟି ୫୧ ଲକ୍ଷ ଲୋକମାନେ ଅଛନ୍ତି । ଓଡ଼ିଶାରେ ଏହି ବର୍ଗର ଲୋକଙ୍କୁ ସ୍କିଲିଂ, ରି - ସ୍କିଲିଂ ଏବଂ ଅପ୍ ସ୍କିଲିଂ କରିବାର ଇକୋ ସିଷ୍ଟମ୍ ତିଆରି କରିବା ପାଇଁ ପଡ଼ିବ । 

ଓଡ଼ିଶାରେ ୪୫୦ କିମି ସୁଦୀର୍ଘ ବେଳାଭୂମି, ପ୍ରଚୁର ଖଣିଜ ସମ୍ପଦ, ଜଙ୍ଗଲ ସମ୍ପଦ ଅଛି । ଓଡ଼ିଶାର ବିକାଶ ପାଇଁ ମୋଦି ସରକାରଙ୍କ ପାଖରେ ଟଙ୍କାର ଅଭାବ ନାହିଁ । ମାତ୍ର ଓଡ଼ିଆ ଲୋକମାନେ ସମ୍ପନ୍ନ ହେବା ଦରକାର, ଓଡିଆ ଯୁବକ ଆତ୍ମସ୍ୱାଭିମାନ ହେବା ଦରକାର । ୨୦୩୬ରେ ଓଡିଶା ଭାଷାଭିତ୍ତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ରେ ଦେଶ ସ୍ୱାଧୀନତା ପୂର୍ତ୍ତିର ୧୦୦ ବର୍ଷ ପୂରଣ କରିବ । ଏଥିପାଇଁ ଆଗାମୀ ୧୩ ବର୍ଷ ଓ ୨୫ ବର୍ଷ ଆମ ପାଇଁ ମହତ୍ୱପୂର୍ଣ୍ଣ । ବିକଶିତ ଓଡ଼ିଶା ହେଲେ ବିକଶିତ ଭାରତ ହେବ । ଭାରତ ସରକାର, ରାଜ୍ୟ ସରକାର, ଶିଳ୍ପ ଏବଂ ଶିକ୍ଷାନୁଷ୍ଠାନ ଗୁଡିକ ମିଳିତ ଭାବରେ  ଓଡିଆ ପିଲା ମାନଙ୍କୁ ସମ୍ପନ୍ନ ବନାଇବା ପାଇଁ ସାହାଯ୍ୟ ଓ ସମର୍ଥନ କରିବା ଦରକାର । ଆଜି ଶିଳାନ୍ୟାସ ହୋଇଥିବା ଏନଏସଟିଆଇ ଭୁବନେଶ୍ୱର ଗରିବ ଓ ସାଧାରଣ ପିଲାଙ୍କ ପାଇଁ ଗୁରୁକୁଳ ଭାବରେ କାମରେ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Sponsored
ଓଡ଼ିଆ ଲୋକମାନଙ୍କ ସମ୍ପନ୍ନତା, ଓଡିଆ ଯୁବକଙ୍କୁ ଆତ୍ମସ୍ୱାଭିମାନ ଏବଂ ଓଡ଼ିଶାର ବିକାଶ କରିବା ଆମର ଲକ୍ଷ୍ୟ | Argus News