Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Heart Surgery / ଫାଟି ଯାଇଥିଲା ମୁଖ୍ୟ ରକ୍ତନଳୀ; ମାଗଣାରେ ହେଲା ବିରଳ ଅପରେସନ୍

Sushanta Sahoo
Browse all articles by Sushanta Sahoo
·6 months ago·2 min read
ଫାଟି ଯାଇଥିଲା ମୁଖ୍ୟ ରକ୍ତନଳୀ; ମାଗଣାରେ ହେଲା ବିରଳ ଅପରେସନ୍
Capital Hospital Doctors Perform Rare Life-Saving Surgery Free of Cost

Key Points

ଛାତି ଭିତରକୁ ଲିକ୍ ହେଉଥିଲା ରକ୍ତ । ଲକ୍ଷାଧି ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ ଘରୋଇ ହସ୍ପିଟାଲ୍ । ନିରାଶା, ହତାଶା ଭିତରେ ଶେଷ ଆଶା ନେଇ କ୍ୟାପିଟାଲ୍ ହସ୍ପିଟାଲ୍ ଦୌଡ଼଼ି ଆସିଥିଲେ ପରିବାର ।
ଭୁବନେଶ୍ଵର: ସଂକଟରେ ଥିଲା ଜୀବନ । ୩ ସପ୍ତାହ ଧରି ଜୀବନ ମରଣ ସହ କରୁଥିଲେ ସଂଗ୍ରାମ । ଛାତି ଭିତରକୁ ଲିକ୍ ହେଉଥିଲା ରକ୍ତ । ଲକ୍ଷାଧି ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ ଘରୋଇ ହସ୍ପିଟାଲ୍ । ନିରାଶା, ହତାଶା ଭିତରେ ଶେଷ ଆଶା ନେଇ କ୍ୟାପିଟାଲ୍ ହସ୍ପିଟାଲ୍ ଦୌଡ଼଼ି ଆସିଥିଲେ ପରିବାର । ଶେଷରେ ଗରିବଙ୍କ ଆଶା ଭରସାରେ ମଜଭୁତ୍ ହୋଇଥିବା କ୍ୟାପିଟାଲ୍ ହସ୍ପିଟାଲ୍‌ରେ ସଫଳ ହୋଇଛି ବିରଳ ଅସ୍ତ୍ରୋପଚାର ।

ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ଅପରେସନ ସମ୍ପୂର୍ଣ୍ଣ ଭାବେ ମାଗଣାରେ ହୋଇଛି । କ୍ୟାପିଟାଲ୍ ହସ୍ପିଟାଲ୍‌ରେ ନୂଆ ଜୀବନ ପାଇଛନ୍ତି ପୁରୀ ଜିଲ୍ଲା କାକଟପୁରର ୬୬ ବର୍ଷୀୟ ନୀଳମଣି ବେହରା । ଏବେ ନୀଳମଣିଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ରହିଛି । ବିନା ଖର୍ଚ୍ଚରେ ନୀଳମଣିଙ୍କ ଅପରେସନ୍ ସଫଳ ହୋଇଥିବାରୁ ପରିବାର ଲୋକ କୃତଜ୍ଞତା ଜଣାଇଛନ୍ତି ।

ଏଥିସହ ପଢ଼ନ୍ତୁ: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ

କ୍ୟାପିଟାଲ୍ ହସ୍ପିଟାଲ୍‌ର ହୃଦ୍ ବିଭାଗ ମୁଖ୍ୟ ଡାକ୍ତର ପ୍ରଭାତ କୁମାର ଦାସଙ୍କ ନେତୃତ୍ଵାଧୀନ ଟିମ୍‌ ଏହି ଅପରେସନ୍ କରିଥିବା ବେଳେ ସଫଳତା ମିଳିଛି । ୩୦ ମିନିଟ୍ ଅପରେସନ୍ ଚାଲିଥିଲା । ଡାକ୍ତର ନୀଳମଣିଙ୍କ ଟେମ୍ପଟିଂ ଓପନ୍ ସର୍ଜରୀ (Tempting Open Surgery) ବା ମୁଖ୍ୟ ରକ୍ତନଳୀ ଅପରେସନ୍ ସଫଳ ହୋଇଛି ।


ଘରୋଇ ହସ୍ପିଟାଲ୍‌ରେ ଏହି ଅପରେସନ୍ ପାଇଁ ଖର୍ଚ୍ଚ ହୋଇଥାଏ ଲକ୍ଷାଧିକ ଟଙ୍କା । କିନ୍ତୁ ବିନା ଖର୍ଚ୍ଚରେ ବଡ଼ ଅପରେସନ୍ କରି ରୋଗୀଙ୍କୁ ନୂଆ ଜୀବନ ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲର ଡାକ୍ତରୀ ଟିମ । ନୀଳମଣିଙ୍କ ମୁଖ୍ୟ ରକ୍ତନଳୀ ଫାଟି ଯାଇଥିବା ଜାଣିବା ପରେ ପରିବାର ଲୋକେ ବିଭିନ୍ନ ଘରୋଇ ହସ୍ପିଟାଲକୁ ଦୌଡ଼ିଥିଲେ ।

ଏଥିସହ ପଢ଼ନ୍ତୁ: ଗଛ ଆଢ଼ୁଆଳରେ ପ୍ରେମୀ ଯୁଗଳଙ୍କୁ କରୁଥିଲେ ଟାର୍ଗେଟ୍; ଫଟୋ ଦେଖାଇ ଡରାଉଥିଲେ, ଲୁଟୁଥିଲେ ଟଙ୍କା

ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜାଣିବା ପରେ ଅର୍ଥ ନଥିବାରୁ କ୍ୟାପିଟାଲ ହସ୍ପିଟାଲର ହୃଦ୍ ରୋଗ ମୁଖ୍ୟ ଡାକ୍ତର ପ୍ରଭାତ କୁମାର ଦାସଙ୍କ ସହ ଆଲୋଚନା କରିଥିଲେ ପରିବାର । ଏହାପରେ ଅପରେସନ୍ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ୩୦ ମିନିଟ୍‌ର ଅପରେସନ୍ ସଫଳ ହୋଇଛି । ସରକାରୀ ଡାକ୍ତରଖାନାରେ ବ୍ୟୟବହୁଳ ଚିକିତ୍ସା ସଫଳ ହୋଇଥିବାରୁ ଲୋକଙ୍କ ମନରେ ନୂଆ ଆଶା ଭରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Free Major Heart Surgery Saves 66-Year-Old Patient | Argus News | Argus News