ଦୀର୍ଘ ଦିନର ଦାବି ପୂରଣ, କଣ୍ଟିଲୋକୁ ମିଳିଲା ଏନ୍ ଏ ସି ମାନ୍ୟତା

ନୟାଗଡ : ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଜଗନ୍ନାଥଙ୍କ ଆଦ୍ୟକ୍ଷେତ୍ର ପ୍ରଭୁ ଶ୍ରୀ ନୀଳମାଧବଙ୍କ ପୀଠ କଣ୍ଟିଲୋକୁ ଦୀର୍ଘ ଦିନ ଧରି ଏନ୍ ଏ ସି ମାନ୍ୟତା ପ୍ରଦାନ କରିବା ପାଇଁ ଜନସାଧାରଣଙ୍କ ଦ୍ବାରା ଦାବି ହୋଇ ଆସୁଥିଲା । ଦୀର୍ଘ ୧୫ବର୍ଷ ପରେ ରାଜ୍ୟ ସରକାର ସାଧାରଣ ନିର୍ବାଚନକୁ ଆଖିରେ ରଖି କଣ୍ଟିଲୋକୁ ଏନ୍ ଏ ସି ମାନ୍ୟତା ଘୋଷଣା କରିଛନ୍ତି ସେଥିପାଇଁ କଣ୍ଟିଲୋ ଅଞ୍ଚଳରେ ଖୁସି
ର ଲହରୀ ଖେଳିଯାଇଥିବାଳେ ବିଭିନ୍ନ ସ୍ଥାନରେ ମିଠା ବଣ୍ଟନ କରାଯାଇ ଅଞ୍ଚଳ ବାସି ନିଜର ଖୁସି ଜାହିର କରିଛନ୍ତି ।
ଅଧିକ ପଢନ୍ତୁ : ପ୍ରତିଶ୍ରୁତିରେ ଅଟକିଛି ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ମାନ୍ୟତା
ଦୀର୍ଘ ବର୍ଷଧରି କଣ୍ଟିଲୋ ପଞ୍ଚାୟତ ବିଜୁଜନତା ଦଳ ଆୟତ୍ତରେ ରହିଆସିଥିଲା କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କଣ୍ଟିଲୋ ଜନସାଧାରଣ ବିଜୁଜନତା ଦଳ ସରକାର ଉପରୁ ଆସ୍ଥା ହରାଇ ଥିବାରୁ ଲୋକମାନଙ୍କ ମଧ୍ୟରେ ପୁଣିଥରେ ଆସ୍ଥାଭାଜନ କରାଇବା ପାଇଁ ଏହି ନିଷ୍ପତ୍ତି ନେଇ ନିର୍ବାଚନ କୁ ଆଖିରେ ରଖି କଣ୍ଟିଲୋ କୁ ଏନ୍ ଏ ସି ମାନ୍ୟତା ପ୍ରଦାନ କରାଯାଇଛି ।ଯାହାବି ହେଉ ଦୀର୍ଘ ଦିନ ଧରି ଜନସାଧାରଣ ଙ୍କ ଦାବି ପୂରଣ କରାଯାଇଥିବା ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତିି ଲୋକମାନେ।