ତେବେ ଗୋଟିଏ ପଟେ ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ମାନ୍ୟତା ନେଇ ଜିଲ୍ଲାବାସୀଙ୍କୁ ନିରାଶ ହେବାକୁ ପଡ଼ିଥିବା ବେଳେ ଅନ୍ୟପକ୍ଷେ ନୟାଗଡ଼ର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଚୂଡାନ୍ତ ଚୟନ ପ୍ରକ୍ରିୟା ଶେଷ ହୋଇଛି l ନୟାଗଡ଼ ପାଣିପୋଇଲା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ଆବେଦନ କ୍ରମେ ଭାରତ ସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜେଷ୍ଟ୍ରି ଇଣ୍ଟେକଚୁଆଲ ପ୍ରପଟି କାର୍ଯ୍ୟାଳୟରୁ ଏକ ବିଶେଷଜ୍ଞ ପ୍ରତିନିଧି ମଣ୍ଡଳୀ ଗତ ୬ ତାରିଖରେ ଭୁବନେଶ୍ବର ଗସ୍ତ କରି କଣ୍ଟେଇମୁଣ୍ଡି ବାଇଗଣର ଜିଆଇ ଟ୍ୟାଗ ମାନ୍ୟତା ନେଇ ସମୀକ୍ଷା କରିଛନ୍ତି l ଫଳରେ ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଓ ଖଣ୍ଡପଡା ଅଂଚଳରେ ସ୍ବତନ୍ତ୍ର ଭାବେ ଉତ୍ପାଦିତ ବାଇଗଣ ଏବେ ନିଜର ସ୍ବତନ୍ତ୍ର ପରିଚୟ ପାଇବା ନୟାଗଡ଼ ବାସିନ୍ଦାଙ୍କ ପାଇଁ ଅନେକ ଉତ୍ସାହ ଆଣିଛି l
ତେବେ ଜିଲ୍ଲାବାସୀ ଏବେ କଣ୍ଟେଇମୁଣ୍ଡି ବାଇଗଣ କୁ ଜିଆଇ ମାନ୍ୟତା ମିଳିବା ଆଶାରେ ଉତ୍ସାହିତ ଥିବା ବେଳେ ଛେନାପୋଡ଼ ପାଇଁ ଉପଯୁକ୍ତ କାଗଜପତ୍ର ଜିଲ୍ଲା ପ୍ରଶାସନ ଶୀଘ୍ର ଦାଖଲ କରିବାକୁ ଦାବି କରିଛନ୍ତି।
ଓଡିଶା ଖବର ଆହୁରି ପଢନ୍ତୁ