Videos
|
Odisha

ପିଏମଙ୍କୁ ସ୍ବାଗତ ପାଇଁ ଉତ୍ସାହିତ ଅନ୍ତର୍ଜାମୀ

Swayangprajna Mishra
Browse all articles by Swayangprajna Mishra
·1 year ago
ପିଏମଙ୍କୁ ସ୍ବାଗତ ପାଇଁ ଉତ୍ସାହିତ ଅନ୍ତର୍ଜାମୀ

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ଅପେକ୍ଷାରେ ଭୁବନେଶ୍ବର ଗାଡ଼କଣର ଅନ୍ତର୍ଜାମୀ ନାୟକ। ମଙ୍ଗଳବାର ଓଡ଼ିଶା ଗସ୍ତ ଅବସରରେ ଅନ୍ତର୍ଜାମୀଙ୍କ ପିଏମ ଆବାସ ଉଦଘାଟନ କରିବେ ନିଜେ ପ୍ରଧାନମନ୍ତ୍ରୀ ମୋଦି। ଏ ଖବର ଶୁଣିବା ପରେ ଅନ୍ତର୍ଜାମୀଙ୍କ ପରିବାରରେ ଖୁସି କହିଲେ ନସରେ। କେବଳ ଅନ୍ତର୍ଜାମୀ ନୁହନ୍ତି ଗାଡ଼କଣ ଅଞ୍ଚଳର ଅନ୍ୟ ୩୭ ଜଣ ପିଏମ ଆବାସ ହିତାଧିକରୀଙ୍କୁ ଭେଟି ସେମାନଙ୍କ ମଧ୍ୟ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ।

ଅଧିକ ପଢନ୍ତୁ : ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଏହାକୁ ନେଇ ପୂରା ଗାଡ଼କଣ ଅଞ୍ଚଳର ଲୋକେ ଉତ୍ସାହିତ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରବିବାର ଗଡ଼କଣ ଯାଇ ହିତାଧିକାରୀଙ୍କ ଘର ବୁଲି ଦେଖିବା ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
gadkan residence are excited to welcome PM | Argus News