Border Tension / ଗଜପତି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ଦାଦାଗିରି
·4 months ago·2 min read

Key Points
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଗଙ୍ଗାବାଡ଼ ପଞ୍ଚାୟତରେ ଦେଖିବାକୁ ମିଳିଛି ଆନ୍ଧ୍ର ଅଧିକାରୀଙ୍କ ଦାଦାଗିରି । ଜନଗଣନା ବାହାନାରେ ଓଡ଼ିଶା ଭିତରକୁ ପଶି ଆସି ଘର ନମ୍ବର ମାରିବାକୁ ନେଇ ସୃଷ୍ଟି ହୋଇଛି ବିବାଦ ।
ପାରଳାଖେମୁଣ୍ଡି: ସୀମାନ୍ତରେ ପୁଣି ମୁହାଁମୁହିଁ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଗଙ୍ଗାବାଡ଼ ପଞ୍ଚାୟତରେ ଦେଖିବାକୁ ମିଳିଛି ଆନ୍ଧ୍ର ଅଧିକାରୀଙ୍କ ଦାଦାଗିରି । ଜନଗଣନା ବାହାନାରେ ଓଡ଼ିଶା ଭିତରକୁ ପଶି ଆସି ଘର ନମ୍ବର ମାରିବାକୁ ନେଇ ସୃଷ୍ଟି ହୋଇଛି ବିବାଦ ।
ତେବେ ଏହାକୁ ତୀବ୍ର ବିରୋଧ କରିବା ସହ ଆନ୍ଧ୍ର ଲେଖିଥିବା ନମ୍ବର ଉପରେ ରଙ୍ଗ ବୋଳି ନିଜର ନମ୍ବର ଲେଖିଛି ଗଜପତି ଜିଲ୍ଲା ପ୍ରଶାସନ । ରାଜସ୍ୱ ମନ୍ତ୍ରୀ କହିଛନ୍ତି, ସରକାର ସବୁ ସ୍ଥିତି ଉପରେ ନଜର ରଖିଛନ୍ତି ।
ଏଥିସହ ପଢ଼ନ୍ତୁ: ଶିଶୁ ଅପରାଧ କ୍ଷେତ୍ରରେ ଚାର୍ଜସିଟ୍ ଦାଖଲରେ ସବୁଠୁ ପଛରେ ଓଡ଼ିଶା: NCRB
ପ୍ରଥମ ଆନ୍ଧ୍ରର ଅଧିକାରୀ ଘର ନମ୍ବର ଲେଖିଥିଲେ । ଏହା ଉପରେ ରଙ୍ଗ ମାରୁଛନ୍ତି ଓଡ଼ିଶା ଅଧିକାରୀ । ପୁଣି ଆନ୍ଧ୍ରର ଦାଦାଗିରି । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଓ ଗୁଡ଼ିଖୁଡ଼ି ଗାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୀମାନ୍ତବର୍ତ୍ତୀ ଏହି ଦୁଇ ଗାଁକୁ ଅକ୍ତିଆର କରିବା ପାଇଁ ଆନ୍ଧ୍ର ପ୍ରଶାସନ ବାରମ୍ବାର ପ୍ରୟାସ କରି ଆସୁଥିଲା । ସ୍ଥାନୀୟ ଲୋକଙ୍କ ବିରୋଧ ଏବଂ ଗଜପତି ଜିଲ୍ଲା ପ୍ରଶାସନର ପଦକ୍ଷେପ ଯୋଗୁଁ ଏଥିରେ ସଫଳ ହୋଇନି । ଏବେ ଜନଗଣନା କାମ ଚାଲିଥିବା ଆନ୍ଧ୍ର ଅଧିକାରୀମାନେ ସୀମା ପାର ହୋଇ ଆସି ଏପରି ଦାଦାଗିରି କରୁଥିବା ଅଭିଯୋଗ ହୋଇଛି ।
ପୂର୍ବରୁ ଆନ୍ଧ୍ର ଏହି ଦୁଇ ଗାଁରେ ଅନୁପ୍ରବେଶ କରି ଏଠାକାର ଲୋକଙ୍କୁ ନିଜର ଭୋଟର ଭାବେ ଗ୍ରହଣ କରିଛି । ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ସାରିଛି । ଏପରିକି ମାଣିକପାଟଣା ଗାଁରେ ଆନ୍ଧ୍ର ପ୍ରଶାସନ ଏକ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ସ୍ଥାପନ କରିଛି । ଯାହାକୁ ନେଇ ଉପୁଜିଥିଲା ବିବାଦ ।
କିନ୍ତୁ ଚୋର ମୁହଁ ଟାଣ ଭଳି ଆନ୍ଧ୍ରର ସ୍ଥାନୀୟ ଜନ ପ୍ରତିନିଧି କହିଛନ୍ତି ଯେ, ମାଣିକପାଟଣା ଏବଂ ଗୁଡିଖୁଡି ହେଉଛି ଆନ୍ଧ୍ରର । ଏଠାକାର ଲୋକେ ଆନ୍ଧ୍ରର ସମସ୍ତ ସରକାରୀ ସୁବିଧା ସୁଯୋଗ ପାଉଛନ୍ତି । ତେଣୁ ସେମାନେ ବି ଆନ୍ଧ୍ରରେ ରହିବାକୁ ଚାହୁଁଛନ୍ତି ।
ଏଥିସହ ପଢ଼ନ୍ତୁ: ଜଳଖିଆ ପ୍ଲେଟ୍ ଉପରେ ଥିବା ପତଳା ପଲିଥିନ ସାଜିଛି କ୍ୟାନ୍ସର୍ ବାହକ
ଖବର ପାଇ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ, ରାୟଗଡ଼ ତହସିଲଦାର ଏବଂ ଗାରାବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ତୁରନ୍ତ ଆନ୍ଧ୍ର ଲେଖିଥିବା ନମ୍ବରକୁ ଲିଭାଇ ଓଡ଼ିଶାର ଜନଗଣନା ନମ୍ବର ଲେଖାଇଥିଲେ ।
ଉପ ଜିଲ୍ଲାପାଳ କହିଛନ୍ତି ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରୟାସ କରାଯାଉଛି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଆନ୍ଧ୍ରର ଗିତିବିଧିକୁ ନେଇ ସରକାର ସତର୍କ ଅଛନ୍ତି, ଆବଶ୍ୟକତା ଅନୁସାରେ ପ୍ରଶାସନ ପଦକ୍ଷେପ ନେବ ।"

Related Topics
Explore more stories