Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖସିଲା ଅତଡ଼ା, ଠପ୍ ଯାତାୟାତ

Jitendra Dash
Browse all articles by Jitendra Dash
·2 years ago·1 min read
ଖସିଲା ଅତଡ଼ା, ଠପ୍ ଯାତାୟାତ

ଅର୍ଗସ ବ୍ୟୁରୋ : ଗଜପତି ଜିଲ୍ଲା ଗଙ୍ଗାବାଡ ପଞ୍ଚାୟତରେ ପୁଣି ଖସିଲା ଅତଡ଼ା ।  ଏଥିଯୋଗୁଁ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ  ଠପ୍ । କାଳବୈଶାଖୀ ପ୍ରଭାବରେ ତୁହାକୁ ତୁହା ବର୍ଷାରେ କଇଁପୁର ଠାରୁ ବଡ ପାଚଡିଆ ରାସ୍ତାରେ ଅତଡ଼ା ଧସିଛି । ଏଥିଯୋଗୁଁ ୨୨ ଟି ଗାଁକୁ ଯାତାୟାତ ବନ୍ଦ ହୋଇଛି । ସ୍ଥାନୀୟ ସରପଞ୍ଚ ହରିବନ୍ଧୁ କାର୍ଯୀ ନିମ୍ନମାନର କାମ ହେଉଥିବା ଅଭିଯୋଗ କରିଛନ୍ତି । 

ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଦୁର୍ଗମ ଅଞ୍ଚଳରେ ଅତଡା ଖସୁଛି । କୈାଣସି ବଡ଼ ଦୁର୍ଘଟଣା ହେଲେ ଜିଲ୍ଲାପ୍ରଶାସନ ଦାୟୀ ରହିବେ ବୋଲି ସେ ଚେତା ଓ ରାଜ୍ୟ ସରକାର ହିଁ ଦାୟୀ ଦାଇ ରହିବେ ବୋଲି ସେ କହିଛନ୍ତି । ନୂତନ ଭାବେ ନିର୍ମାଣ ହେଉଥିବା ରାସ୍ତାରେ ଅତଡ଼ା ଖସି ଯାତାୟାତ ଠପ୍ ହୋଇ ପଡିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗଜପତି ଜିଲ୍ଲା ରାୟଗଡା ବ୍ଳକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତ ତିତିଲି ମହାବାତ୍ୟା ସମୟରେ ଅତଡ଼ା ଖସି ଅନେକ ଧନ ଜୀବନ ନଷ୍ଟ ହେବାସହ ଅନେକ ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଇଥିଲା ଟିକିଏ ବର୍ଷା ହେଉ କିମ୍ବା ବାତ୍ୟା ଆସିଲେ ସମସ୍ତେଙ୍କ ନଜର ରହିଥାଏ । 

Sponsored
gajapati rain issue | Argus News