ବିଦେଶରେ ଅଦିନିଆ ରଥଯାତ୍ରା ନେଇ ଗଜପତି ମହାରାଜଙ୍କ ବିସ୍ଫୋରଣ

Key Points
- ବହୁତ ହୋଇଗଲା ଆଉ ସହିବାନି
- ବିଦେଶରେ ଅଦିନିଆ ରଥଯାତ୍ରା ନେଇ ଗଜପତି ମହାରାଜଙ୍କ ବିସ୍ଫୋରଣ
- ଅମାନିଆ ଇସ୍କନ ଗଭର୍ଣ୍ଣିଂ ବଡି କମିଶନN ଉପରେ ବର୍ଷିଲେ ଗଜପତି
- ବନ୍ଦ ନ କଲେ ଆଇନର ନେବ ନେଇ ଦେଲେ ଚେତାବନୀ
- ବିଦେଶରେ ଶ୍ରୀକୃଷ୍ଣ ଓ ଶ୍ରୀଜଗନ୍ନାଥଙ୍କ ପ୍ରଚାର ପ୍ରସାର କରୁଛି ଇସ୍କନ
- ଇସ୍କନ ଗଭର୍ଣ୍ଣିଂ ବଡି କମିଶନ ହିସାବରେ କୃଷ୍ଣଙ୍କ ଜନ୍ମ ସମୟ ସମାନ
- ଓଡ଼ିଶା ସମେତ ହ୍ୟୁଷ୍ଟନରେ ବି ତୀବ୍ର ପ୍ରତିକ୍ରିୟା
- ହେଲେ ରଥଯାତ୍ରାର କାହିଁକି ନୁହେଁ ବୋଲି ପ୍ରଶ୍ନ
ଅର୍ଗସ ବ୍ୟୁରୋ : ଅଦିନିଆ ରଥଯାତ୍ରା କରିବା ପାଇଁ ଜିଦରେ ଅଟଳ ଇସ୍କନ ଗଭର୍ଣ୍ଣିଂ ବଡି କମିଶନ। ଆମେରିକାର ହ୍ୟୁଷ୍ଟନ ସହରରେ ଆସନ୍ତା ୯ ତାରିଖରେ ଏବଂ ନାଇଜେରିଆର ୱାରି ସିଟିରେ ମଧ୍ୟ ୨୩ ତାରିଖରେ ହେବାକୁ ଯାଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା । ତେବେ ଇସ୍କନ ଗଭର୍ଣ୍ଣିଂ ବଡି କମିଶନର ଏଭଳି ଶାସ୍ତ୍ର ଓ ପରମ୍ପରା ବିରୋଧୀ ନିଷ୍ପତି ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଇସ୍କନ ଗଭର୍ଣ୍ଣିଂ ବଡି କମିଶନକୁ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ଗଜପତି । ମାର୍ଚ୍ଚ ମାସରେ ମାୟାପୁରରେ ଇସ୍କନ ଗଭର୍ଣ୍ଣିଂ ବଡି କମିଶନରେ ବୈଠକ ହେବାକୁ ଯାଉଛି । ଅଦିନିଆ ରଥଯାତ୍ରା ବନ୍ଦ ନକଲେ ମାର୍ଚ୍ଚ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ଗଜପତି । ବହୁତ ହୋଇଗଲା ଆଉ ବରଦାସ୍ତ କରାଯିବନି ବୋଲି ପ୍ରେସମିଟ୍ କରି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ସ୍କନ୍ଧ ପୁରାଣ ଓ ସନାତନ ଧର୍ମ ଅନୁଯାୟୀ ସ୍ନାନ ଯାତ୍ରା ଓ ରଥଯାତ୍ରା ତିଥି ନିଜେ ମହାପ୍ରଭୁ ନିର୍ଦ୍ଧାରଣ କରିଛନ୍ତି । ହ୍ୟୁଷ୍ଟନର ଇସ୍କନ କର୍ତ୍ତୃପକ୍ଷଙ୍କୁ ଗଜପତି ଚିଠି ଲେଖିବା ପରେ ୩ ତାରିଖ ହ୍ୟୁଷ୍ଟନର ସ୍ନାନଯାତ୍ରା ବନ୍ଦ ହୋଇଛି ହେଲେ ସେମାନେ ୯ ନଭେମ୍ବରରେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ତେଣୁ ଜଗନ୍ନାଥ ସଂସ୍କୃତି ବିରୋଧୀ ଅଦିନିଆ ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବରେ ସମସ୍ତ ଭକ୍ତ ପ୍ରତିବାଦ କରିବା ଦରକାର ବୋଲି ଆହ୍ଵାନ କରିଛନ୍ତି ଗଜପତି । ଇସ୍କନ କର୍ତ୍ତୃପକ୍ଷ ଯେବେ ଚାହିଁବେ ସଂକୀର୍ତ୍ତନ ବା ପ୍ରଚାର ଯାତ୍ରା କରନ୍ତୁ । କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ନେଇ ଭାରତ ଭିତରେ ଏବଂ ବିଦେଶରେ ମଧ୍ୟ ରଥଯାତ୍ରା କରନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ଗଜପତି ମହାରାଜା ।
ଭାରତରେ ଆଷାଢ ଶୁକ୍ଲପକ୍ଷ ଦ୍ବିତୀୟା ତିଥୀରେ ରଥଯାତ୍ରା ପାଳନ କରୁଛି ଇସ୍କନ। ଏ ନେଇ ନିତୀଗତ ନିଷ୍ପତି ବି ହୋଇଛି। ହେଲେ ବିଦେଶରେ ଏହାକୁ ମାନୁନାହିଁ ଇସ୍କନ ଗଭର୍ଣ୍ଣିଂ ବଡି କମିଶନ। ହ୍ୟୁଷ୍ଟନ ଓ ନାଇଜେରିଆରେ ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ଦାବି କରିଛନ୍ତି ଇସ୍କନ ଓଡ଼ିଶାର କର୍ମକର୍ତ୍ତା। ସେପଟେ ଅଦିନିଆ ରଥଯାତ୍ରାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଗଜପତି ମହାରାଜା ଓ ମନ୍ଦିର ପ୍ରଶାସନର ନିଷ୍ପତିକୁ ରାଜ୍ୟ ସରକାର ସମର୍ଥନ କରିବେ । ଯେଉଁଭଳି ଭାବରେ ସ୍ନାନ ଯାତ୍ରାକୁ ଇସ୍କନ କର୍ତ୍ତୃପକ୍ଷ ବନ୍ଦ କରିଛନ୍ତି ସେହିଭଳି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ନେଇ ସରକାର ଆଲୋଚନା କରିବେ । ନଚେତ ଗଜପତି ମହାରାଜା ଓ ମନ୍ଦିର ପ୍ରଶାସନର ନିଷ୍ପତିକୁ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ଅଧିକ ପଢନ୍ତୁ : ଆମେରିକା ହ୍ୟୁଷ୍ଟନରେ ଇସ୍କନର ଅଦିନିଆ ରଥଯାତ୍ରାକୁ ନେଇ ତୀବ୍ର ବିରୋଧ
📱 Get Argus News App
✨୧୯୬୭ ମସିହାରୁ ୫୭ ବର୍ଷ ହେଲା ବିଶ୍ବର ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ପାଳନ କରୁଛନ୍ତି ଇସ୍କନ ଗଭର୍ଣ୍ଣିଂ ବଡି କମିଶନ । ୧୯୮୦ରୁ ବାରମ୍ବାର ଇସ୍କନର ମୁଖ୍ୟ ମାନଙ୍କ ସହ ଆଲୋଚନା କରାଯାଇଥିଲା । କିନ୍ତୁ ଭାରତ ଭିତରେ ଏବଂ ବିଦେଶର ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ବନ୍ଦ ହୋଇନଥିଲା । ୨୦୨୧ ଜୁଲାଇରେ ଇସ୍କନର ଗଭର୍ଣ୍ଣିଂ କାଉନସିଲ ବିଧିବଦ୍ଧ ରିଜଲ୍ୟୁସନ ପାସ୍ କଲେ, ଏହାପରେ ୨୦୨୨ରୁ ଭାରତ ଭିତରେ ଅଦିନିଆ ରଥଯାତ୍ରା ବନ୍ଦ ହୋଇଛି କିନ୍ତୁ ଦେଶ ବାହାରେ ଏବେବି ଚାଲୁଛି । ତେବେ ଗଜପତିଙ୍କ ଚେତାବନୀ ପରେ ଆମେରିକାର ହ୍ୟୁଷ୍ଟନ ଏବଂ ନାଇଜେରିଆର ୱାରି ସିଟିରେ ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଇସ୍କନ ଗଭର୍ଣ୍ଣିଂ ବଡି କମିଶନ ନିଷ୍ପତି ନେଉଛି କି ନାହିଁ ତାହା ଉପରେ ନଜର ।