Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଫିକା ପଡିପାରେ ଗଣେଶ ପୂଜା, ଆସନ୍ତା ୭ ଦିନ ପ୍ରବଳ ବର୍ଷା

Odisha

ଫିକା ପଡିପାରେ ଗଣେଶ ପୂଜା, ଆସନ୍ତା ୭ ଦିନ ପ୍ରବଳ ବର୍ଷା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଫିକା ପଡିପାରେ ଗଣେଶ ପୂଜା, ଆସନ୍ତା ୭ ଦିନ ପ୍ରବଳ ବର୍ଷା

ଅର୍ଗସ ବ୍ୟୁରୋ : ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ରାଜ୍ୟରେ ବର୍ଷା ପରିମାଣ  ବଢିବ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ।  ପ୍ରଭାବରେ ଆସନ୍ତା ୭ ଦିନ ଯାଏ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା। ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କିଛି ସ୍ଥାନରେ ୫ ଦିନ ଯାଏ ପ୍ରବଳ ରୁ ଅତିପ୍ରବଳ ବର୍ଷାର ସମ୍ଭାବନା। ବର୍ଷା ଯୋଗୁଁ ଫିକା ପଡିପାରେ ଗଣେଶ ପୂଜା। ଲଘୁଚାପ ପ୍ରଭାବରେ ବିଶେଷ କରି ଭିଜିବ ଉପକୂଳ ଓଡ଼ିଶା ।

ଅଧିକ ପଢନ୍ତୁ : ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲା କୋରାପୁଟ, ରାୟଗଡା, ମାଲକାନଗିରି, ଗଂଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି  ଓ  ନବରଙ୍ଗପୁରକୁ ୟେଲୋ  ୱାର୍ଣ୍ଣିଙ୍ଗ  ଜାରି କରିଛି  ପାଣିପାଗ ବିଭାଗ । ଲଘୁଚାପଟି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡିଶା  ଉପକୂଳ ପାଶ୍ବବର୍ତୀ ଅଂଚଳରେ ସୃଷ୍ଟି ହୋଇଛି। ପରେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ganesh Puja may fade, heavy rain for next 7 days | Argus News