Videos
|
Odisha

Ganesh Puja Tomorrow / ରାତି ପାହିଲେ ଅଗ୍ରପୂଜ୍ୟ ପ୍ରଭୁ ବିଘ୍ନରାଜଙ୍କ ଆଗମନ; ବଡ଼ଗଡ଼ରେ ପୂଜା ପାଇବେ ୬୫ଫୁଟ୍ ଉଚ୍ଚ ଗଣେଶ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·3 min read
ରାତି ପାହିଲେ ଅଗ୍ରପୂଜ୍ୟ ପ୍ରଭୁ ବିଘ୍ନରାଜଙ୍କ ଆଗମନ; ବଡ଼ଗଡ଼ରେ ପୂଜା ପାଇବେ ୬୫ଫୁଟ୍ ଉଚ୍ଚ ଗଣେଶ
Ganesh Puja 2026 Odisha

Key Points

ଆସନ୍ତାକାଲି ପବିତ୍ର ଗଣେଶ ଚତୁର୍ଥୀ
ରାଜଧାନୀଠୁ ଆରମ୍ଭ କରି ସବୁଠି ଉତ୍ସାହ
ନୂଆସାହିରେ ପୂଜା ପାଇବେ ୭୦ଫୁଟ୍ ଉଚ୍ଚ ଗଣେଶ
ସେପଟେ ଶ୍ରୀକ୍ଷେତ୍ରରେ ଜମିଲାଣି ଭିଡ଼
ଭୁବନେଶ୍ଵର/ପୁରୀ/କେନ୍ଦ୍ରାପଡ଼ା: ଆସନ୍ତାକାଲି ପବିତ୍ର ଗଣେଶ ଚତୁର୍ଥୀ । ଧରାପୃଷ୍ଠକୁ ଓହ୍ଲାଇବେ ପ୍ରଭୁ ଶ୍ରୀବିଘ୍ନବିନାଶକ । ପାର୍ବଣର ଋତୁର ପ୍ରାରମ୍ଭରେ ଅଗ୍ରପୂଜ୍ୟଙ୍କ ଆଗମନ ପାଇଁ ଚଳଚଞ୍ଚଳ ଧରାପୃଷ୍ଠ । ଆଉ ହାତରେ ମାତ୍ର କେଇ ଘଣ୍ଟା ସମୟ ଥିବାରୁ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର । ଏପଟେ ରାଜଧାନୀଠୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୂଜା ମଣ୍ଡପଗୁଡିକୁ ସୁସଜ୍ଜିତ ତୋରଣ, ରଙ୍ଗୀନ ଆଲୋକମାଳାରେ ସଜାଇବାରେ ବ୍ୟସ୍ତ ପୂଜା କମିଟି ସଦସ୍ୟ ।

  • ରାଜଧାନୀରେ ବିରାଟ ବଡ଼ ମୂର୍ତ୍ତି
ଭୁବନେଶ୍ୱର ବଡଗଡରେ ମଧ ବଡ଼ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଛି । ଲାଲବାଗ ଥିମରେ ପ୍ରାୟ ୬୫ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶଙ୍କୁ ପୂଜା କରାଯିବ । ଚଳିତ ବର୍ଷ ଗଣେଶଙ୍କ ମଥାରେ ହୀରା ମଥାମଣି ଲାଗାଇବାକୁ କମିଟି ନିଷ୍ପତ୍ତି ନେଇଛି । ଏହି ହୀରା ମଥାମଣି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ବଡଗଡ ପୂଜା କମିଟି ପକ୍ଷରୁ କୁହାଯାଇଛି ।

  • ଆକର୍ଷିତ କରିବ କାନ୍ତାରା ମନ୍ଦିର ଶୈଳୀରେ ତୋରଣ
ଭୁବନେଶ୍ୱର ସହୀଦ କ୍ଳବ୍ ପକ୍ଷରୁ କର୍ଣ୍ଣାଟକର କାନ୍ତାରା ମନ୍ଦିର ଶୈଳୀରେ ନିର୍ମିତ ହୋଇଛି ଆକର୍ଷଣୀୟ ତୋରଣ । ୧୩ ଫୁଟ ଉଚ୍ଚତା ବିଶିଷ୍ଟ ଗଣେଶଙ୍କୁ ପୂଜା କରାଯିବ । ପ୍ରାୟ ୨୮ ଦିନ ଧରି କଲିକତାରୁ ଆସିଥିବା ୩୫ ଜଣ କାରିଗର ଏହି ତୋରଣ ଓ ମୂର୍ତ୍ତି ତିଆରିରେ ଲାଗିଛନ୍ତି । ହୁଗୁଳାପତ୍ର, ତାଳପତ୍ର, ଆଖୁ, ବାଉଁଶ ଆଦି ବ୍ୟବହାର କରି ଏହି ତୋରଣ ତିଆରି କରାଯାଇଛି । ଏହା ପରିବେଶ ପାଇଁ ବେଶ ଉପଯୋଗୀ ରହିଛି । ପ୍ରାୟ ତୋରଣ ତିଆରି ପାଇଁ ୭ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି ।

  • ନୂଆସାହିରେ ୭୦ ଫୁଟ୍ ଉଚ୍ଚ ତୋରଣ
ଭୁବନେଶ୍ୱର ନୂଆସାହି ଶ୍ରୀଶ୍ରୀଆଖଣ୍ଡଳମଣି ସେବା ସଂସଦ ପକ୍ଷରୁ ୪୧ ବର୍ଷ ଧରି ହୋଇଆସୁଛି ଗଜାନନଙ୍କ ପୂଜା । ଚଳିତ ବର୍ଷ ବିରାଟକାୟ ରାଜକୁମାର ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଛି । ଏହା ନିର୍ମାଣ କରିବାକୁ ଦୀର୍ଘ ୨ ମାସ ହେଲା ଖୋର୍ଦ୍ଧାର ୬ ଜଣ କାରିଗର ମୂର୍ତ୍ତି ତିଆରି ଲାଗିଥିଲେ । ଅବିକଳ ଇଣ୍ଡିଆ ଗେଟ୍ ଭଳି ଆକର୍ଷଣୀୟ ତୋରଣ ସହ ଓଡ଼ିଆ ଅସ୍ମିତାର ଝଲକ ଦେଖିବାକୁ ମିଳିଛି । ଏହି ତୋରଣ ଉଚ୍ଚତା ପ୍ରାୟ ୭୦ ଫୁଟ୍ ଥିବା ସୂଚନା ମିଳିଛି।

  • ପୁରୀରେ ବଣ୍ଟା ହେବ ୬ କୁଇଣ୍ଟାଲ ଲଡୁ
ଗଣେଶ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ବଳଗଣ୍ଡି ସ୍ଥିତ ପୂଜା କମିଟ୍ ପକ୍ଷରୁ ଚଳିତ ବର୍ଷ ଗଣେଶ ପୂଜାରେ ଭକ୍ତ ଶ୍ରଦ୍ଧାଳୁଙ୍କୁ ବଣ୍ଟା ହେବ ୬ କୁଇଣ୍ଟାଲ ଲଡୁ । ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି ତୋରଣ କାର୍ଯ୍ୟ । ଗଣେଶ ପୂଜା ପାଳନକୁ ନେଇ ପୁରୀ ସହରରେ ବ୍ୟାପକ ପ୍ରସ୍ତୁତି ହୋଇଛି । ବିଭିନ୍ନ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କ ସହ ପୋଲିସ ପ୍ରଶାସନ ପକ୍ଷରୁ ଆଲୋଚନା ହୋଇଥିବା ବେଳେ ପୂଜା ମଣ୍ଡପଗୁଡିକରେ ସିସିଟିଭି ସ୍ଥାପନ କରିବା, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା, ଶବ୍ଦ ପ୍ରଦ୍ୟୁଷଣ ନ କରିବା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ କୌଣସି ବିଶୃଙ୍ଖଳା ନକରିବା ପାଇଁ ପରାମର୍ଶ ଦେଇଛନ୍ତି ଏସପି ।‌ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଆକର୍ଷଣୀୟ ସୁଉଚ୍ଚ ତୋରଣ ସାଙ୍ଗକୁ ବିଭିନ୍ନ ଡିଜାଇନର ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି ।

ପଢନ୍ତୁ ଏହି ଖବର: ସଜେଇ ହେଲାଣି ଵନ୍ଦର ନଗରୀ; ଦେବଶିଳ୍ପୀ ବିଶ୍ବକର୍ମାଙ୍କୁ ଦିଆଯାଉଛି ଶେଷ ସ୍ପର୍ଶ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • କେନ୍ଦ୍ରାପଡ଼ାରେ ୨୦ରୁ ଊର୍ଦ୍ଧ୍ଵ ପୂଜା ମଣ୍ଡପ
ତେବେ କେନ୍ଦ୍ରାପଡ଼ାରେ ଗଜଲକ୍ଷ୍ମୀ ପୂଜା ପ୍ରସିଦ୍ଧ ଲାଭ କରିଥିବାବେଳେ, ଏଇ କିଛି ବର୍ଷ ହେବ ଗଣେଶ ପୂଜାକୁ ମଧ୍ୟ ଜାକଜକମରେ ପାଳନ କରୁଛନ୍ତି ଜିଲ୍ଲାବାସୀ । ସହରରେ ପାଖାପାଖି ୨୦ରୁ ଊର୍ଦ୍ଧ ପୂଜା ମଣ୍ଡପରେ ଗଣେଶ ପୂଜା ଅନୁଷ୍ଠିତ ହେଉଥିବାବେଳେ ସହର ଉପକଣ୍ଠ ବାରୋ, କୋରୋ, ପାଳକଣା, ନଳପାରି, କନ୍ତିଆ, ଇନ୍ଦୁପୁର ଭଳି ବିଭିନ୍ନ ଅଞ୍ଚଳରେ ଗଣେଶ ପୂଜାକୁ ବଡ଼ ଧୁମଧାମରେ ପାଳନ କରାଯାଉଛି । ଚଳିତ ବର୍ଷ ତୁହାକୁ ତୁହା ବର୍ଷା ହେଉଥିବାରୁ ପୂଜା କମିଟି ସଦସ୍ୟଙ୍କ ମନରେ ଟିକେ ଚିନ୍ତା ରହୁଛି, ତଥାପି ପୂଜାକୁ ମହାଆଡ଼ମ୍ବରେ ପାଳନ ପାଇଁ ସଭିଏଁ ପ୍ରସ୍ତୁତରେ ଲାଗିପଡିଛନ୍ତି ।