Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୫ଟି ଚୋରା ସାଇକେଲ ସହ ୪ ଅଭିଯୁକ୍ତ ଗିରଫ କରିଛି

Odisha

୨୫ଟି ଚୋରା ସାଇକେଲ ସହ ୪ ଅଭିଯୁକ୍ତ ଗିରଫ କରିଛି

Jitendra Dash
Browse all articles by Jitendra Dash
·2 years ago·1 min read
୨୫ଟି ଚୋରା ସାଇକେଲ ସହ ୪ ଅଭିଯୁକ୍ତ ଗିରଫ କରିଛି

ଅର୍ଗସ ବ୍ୟୁରୋ : ନୟାଗଡ଼ ଟାଉନଥାନା ପୋଲିସ ଏକ ସାଇକେଲ୍ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ପୋଲିସ ସେମାନଙ୍କ ଠାରୁ ୨୫ଟି ଚୋରା ସାଇକେଲ ଜବତ କରିବା ସହ ୪ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ସଦରଥାନା ଅନ୍ତର୍ଗତ ନୂଆ କଣ୍ଟାବଣିଆ ଗ୍ରାମର ଅଲେଖ ପ୍ରଧାନ । ଡିମିରିପାଟଣା ଗ୍ରାମର କୁମର ରଞ୍ଜନ ସାହୁ, ପ୍ରଶାନ୍ତ କୁମାର ନାୟକ ଏବଂ ମନୁଆ ବୋଲି ସୂଚନା ମିଳିଛି । 

ଅଭିଯୋଗ ଅନୁଯାୟୀ, ଗତ ମାସ ୧୧ ତାରିଖରେ ନୟାଗଡ଼ ସହର ଗ୍ୟାଲେସ୍କି ଚପଲ ସୋରୁମଠାରୁ ମାଲିକ ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଏକ ସାଇକେଲ ଚୋରି ହୋଇଥିଲା । ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଥିଲା । ଟାଉନଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ ଘଟଣାର ତଦନ୍ତ ଦାୟିତ୍ୱ ନେଇଥିଲେ । ସିସିଟିଭି ଫୁଟେଜ୍‌ ଆଧାରରେ କୁମର ସାଇକେଲ ଚୋରି କରିଥିବା ସ୍ପଷ୍ଟ ହୋଇଥିଲା । କୁମରକୁ ପୋଲିସ ପ୍ରଥମେ ନିଜ ହେପାଜତକୁ ନେବା ପରେ ସେ ସବୁ ସତ ମାନିଥିଲା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୁଖ୍ୟ ଅଭିଯୁକ୍ତ ଅଲେଖ ପ୍ରଧାନ କଥାରେ ପରିଚାଳିତ ହୋଇ ଏବଂ ତାହା ଠାରୁ ନିଶାଦ୍ରବ୍ୟ ସେବନ କରି  ଦୀର୍ଘଦିନ ଧରି ଏହି ରାକେଟ୍ ଚଳାଇ ଆସୁଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ସାଇକେଲ ଚୋରି କରି ଏହାକୁ କ୍ରିଦାଶପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିକ୍ରି କରାଯାଇଥିଲା । ଅଭିଯୁକ୍ତଙ୍କ ମାନଙ୍କ ଠାରୁ ପୋଲିସ ୨୫ଟି ସାଇକେଲ ଜବତ କରିଛି ଏବଂ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Sponsored
Gang of bike thieves in police hands | Argus News