୭ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ
·2 years ago

କଟକ : ବର୍ବରତାର ଟପିଲା ସବୁ ସୀମା । ଚିକିତ୍ସା କରେଇଦେବା କହି ନାବାଳିକାକୁ କଲେ ଗଣଦୁଷ୍କର୍ମ। କଟକ ମଧୁପାଟଣା ଥାନା ଅଞ୍ଚଳରେ ଏପରି ଲଜ୍ଜାଜନକ ଘଟଣା ଦେଖିବାକୁ ମିିଛି । ୭ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୀଡ଼ିତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୀଡ଼ିତା ଜଣଙ୍କ ତାର ସାଙ୍ଗ ସହିତ ପୋପୋରଡାକୁ ସାଇକେଲରେ ବୁଲିବାକୁ ଯାଇ ଫେରୁଥିବା ବେଳେ, ପଡିଯାଇଥିଲା ।
ଅଧିକ ପଢନ୍ତୁ ଅପରାଧ ଖବର
ତାର କ୍ଷତକୁ ଦେଖି ସାଙ୍ଗମାନେ ଭୟଭୀତ ହୋଇ ସେଠାରେ ତାକୁ ଛାଡି ଚାଲି ଯାଇଥିଲେ । ନାବାଳିକାକୁ ଏକୁଟିଆ ପାଇ କିଛି ଯୁବକ ଚିକିତ୍ସା କରାଇବାକୁ କହି ପାଖରେ ଥିବା ଏକ ବୁଦାଳିଆ ସ୍ଥାନକୁ ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: