Husband Kills Wife / ଜେଲ୍ରେ ୮ ବର୍ଷ କାଟିବା ପରେ... ସ୍ଵାମୀ ରକ୍ତମୁଖା; ତଣ୍ଟି କାଟି ସ୍ତ୍ରୀକୁ କଲା ହତ୍ୟା
·1 hour ago·2 min read

Key Points
୮ ବର୍ଷ ପରେ ଜେଲ୍ରୁ ବେଲ୍ରେ ଆସିଲା । ଆଉ ନେଇଗଲା ସ୍ତ୍ରୀର ଜୀବନ । ଘର ଭିତର ପଟୁ କବାଟ ଦେଇ କାଟିଦେଲା ସ୍ତ୍ରୀର ତଣ୍ଟି ।
ଆସିକା (ଗଞ୍ଜାମ): ହତ୍ୟା ଅଭିଯୋଗରେ ଜେଲ୍ ଯାଇଥିଲା । ୮ ବର୍ଷ ପରେ ଜେଲ୍ରୁ ବେଲ୍ରେ ଆସିଲା । ଆଉ ନେଇଗଲା ସ୍ତ୍ରୀର ଜୀବନ । ଘର ଭିତର ପଟୁ କବାଟ ଦେଇ କାଟିଦେଲା ସ୍ତ୍ରୀର ତଣ୍ଟି । ଏଭଳି ଅଭାବନୀୟ, ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ନାହାଡ଼ା ଗାଁରେ ।
ଏହି ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକ ହେଉଛନ୍ତି ମିନତୀ ପ୍ରଧାନ । ପୋଲିସ ମିନତୀଙ୍କ ସ୍ବାମୀ ସୁଜିତ୍ ବିଶ୍ଵାଳଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ମିନତୀଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଗାଁରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏଥିସହ ପଢ଼ନ୍ତୁ: NH କଡ଼ ଜଙ୍ଗଲରୁ ଜବତ କଙ୍କାଳ ବଢ଼ାଇଲା ଦ୍ଵନ୍ଦ୍ଵ; ପରିଚୟ ଜାଣିବାକୁ ହେଲା DNA ଟେଷ୍ଟ
୧୦ ବର୍ଷ ତଳେ ପ୍ରେମ
ସୂଚନା ଅନୁସାରେ, ମିନତୀ ନାବାଳିକା ଥିବା ସମୟରେ ସୁଜିତଙ୍କୁ ଭଲ ପାଇ ବସିଥିଲେ । ପରେ ୨୦୧୫ ମସିହାରେ ଦୁହେଁ ଘରୁ ଲଚି ସୁରତ ପଳାଇଥିଲେ । ସେତେବେଳେ ମିନତି ନାବାଳିକା ଥିବାରୁ ପରିବାର ଲୋକେ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ ।
ଯାହା ପରେ ଗାଙ୍ଗପୁର ପୋଲିସ ମିନତୀଙ୍କୁ ସୁରତରୁ ଉଦ୍ଧାର କରି ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ୨୦୧୬ ମସିହାରେ ମିନତୀଙ୍କୁ ୧୮ ବର୍ଷ ହେବା ପରେ ଉଭୟ ପରିବାର ସହମତିରେ ଭଞ୍ଜନଗର କୋର୍ଟରେ ସୁଜିତଙ୍କ ବିବାହ ହୋଇଥିଲା ।
ବାହାଘର ପରେ ସୁଜିତ୍ ସୁରତ ଚାଲି ଯାଇଥିଲେ । ସେଠାରେ ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ଜେଲ୍ ଯାଇଥିଲା ସୁଜିତ । ପ୍ରାୟ ୮ ବର୍ଷ ଜେଲରେ ରହିବା ପରେ ପରିବାର ଲୋକେ ସୁଜିତକୁ ବେଲରେ ଆଣିଥିଲେ ।
ଜେଲରୁ ଆସିବା ପରେ ସୁଜିତ, ମିନତୀଙ୍କୁ ନିର୍ଯାତନା ଦେଉଥିବା ଘର ଲୋକ ଅଭିଯୋଗ କରିଛନ୍ତି । ରବିବାର ଅପରାହ୍ଣରେ ଘରେ କେହି ନଥିବା ବେଳେ ସୁଜିତ ମିନତୀଙ୍କୁ ଏକା ଥିବା ଦେଖି ସମସ୍ତ କବାଟ ବନ୍ଦ କରି ଦେଇଥିଲା ।
ଏଥିସହ ପଢ଼ନ୍ତୁ: ଏମିତି ବି ଏକ ସମ୍ପର୍କ...ଭାଇ ଭାବି ଘରେ ଆଣି ରଖିଥିଲେ; ସାଜିଲା ପତ୍ନୀର ପ୍ରେମିକ
ଧାରୁଆ ଛୁରିରେ ମିନତୀଙ୍କ ତଣ୍ଟି କାଟି ହତ୍ୟା କରିଥିଲା । ହତ୍ୟା ପାଇଁ ସୁଜିତ୍ ତିନୋଟି ଛୁରି ବ୍ୟବହାର କରିଥିବା ଜଣା ପଡ଼ିଛି । ଚିତ୍କାର ଶୁଣି ପଡ଼ୋଶୀ ଲୋକ ମିନତୀଙ୍କ ବାପାଙ୍କୁ ଫୋନ୍ କରି ଜଣାଇଥିଲେ । ପୋଲିସ ଆସି ଦେଖି ଦେଖିଲା ବେଳେକୁ ଘର ଭିତରେ ମିନତୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଛି । ପୋଲିସ ମୃତଦେହ ଉଦ୍ଧାର କରିବା ସହ ସୁଜିତକୁ ଅଟକ ରଖି ତଦନ୍ତ କରୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories