Videos
|
Odisha

Crime In Odisha / NH କଡ଼ ଜଙ୍ଗଲରୁ ଜବତ କଙ୍କାଳ ବଢ଼ାଇଲା ଦ୍ଵନ୍ଦ୍ଵ; ପରିଚୟ ଜାଣିବାକୁ ହେଲା DNA ଟେଷ୍ଟ

Sushanta Sahoo
Browse all articles by Sushanta Sahoo
·52 mins ago·2 min read
NH କଡ଼ ଜଙ୍ଗଲରୁ ଜବତ କଙ୍କାଳ ବଢ଼ାଇଲା ଦ୍ଵନ୍ଦ୍ଵ; ପରିଚୟ ଜାଣିବାକୁ ହେଲା DNA ଟେଷ୍ଟ
Whose Skeleton Is It?

Key Points

କଙ୍କାଳ କାଳିଆର ନା ଦିବ୍ୟର । ୧୬ ନମ୍ବର ଜାତୀୟ ରାଜପଥ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ବେଣ୍ଟ ଜଙ୍ଗଲରୁ କଙ୍କାଳ ଜବତ ଘଟଣାରେ ନୂଆ ମୋଡ଼ ।
ଖୋର୍ଦ୍ଧା/ନୟାଗଡ଼: ଦ୍ଵନ୍ଦ୍ଵ ବଢ଼ାଇଲା ନରକଙ୍କାଳ । କଙ୍କାଳ କାଳିଆର ନା ଦିବ୍ୟର । ୧୬ ନମ୍ବର ଜାତୀୟ ରାଜପଥ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ବେଣ୍ଟ ଜଙ୍ଗଲରୁ କଙ୍କାଳ ଜବତ ଘଟଣାରେ ନୂଆ ମୋଡ଼ । କଙ୍କାଳଟି ଓସ୍ତପଡ଼ାର କାଳିଆ ସାହୁଙ୍କର ନା ଯାଜପୁର ଜିଲ୍ଲା ଗୋପାଳପୁରର ଦିବ୍ୟ ମହାପାତ୍ରଙ୍କର । ଏବେ ତାକୁ ନେଇ ହରଡ଼ଘଣାରେ ପଡ଼ିଛି ପୋଲିସ ।

ଅଗଷ୍ଟ ୧୯ ତାରିଖରେ ଚାନ୍ଦପୁର ଥାନା NH-16 କଡ଼ରେ ଥିବା ବେଣ୍ଟ ଜଙ୍ଗଲର ଏକ ନାଳରୁ ନର କଙ୍କାଳ ମିଳିଥିଲା । କଙ୍କାଳ ଗୋଡ଼ରେ ନୀଳ ରଙ୍ଗର ପ୍ୟାଣ୍ଟ ଥିବା ବେଳେ ପ୍ରଥମେ ତାହା ସ୍ଥାନୀୟ ଓସ୍ତପଡ଼ା ଗାଁର କାଳିଆ ସାହୁଙ୍କର ବୋଲି ଦାବି କରାଯାଇଥିଲା । ଯାହା ପରେ ପୋଲିସ କଙ୍କାଳ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ୍ ପଠାଇ ଦେଇଥିଲା ।

ଏଥିସହ ପଢ଼ନ୍ତୁ: କାଦୁଅରୁ ଧରାପଡ଼ିଲା ଚୋରି କାର; ଭୁବନେଶ୍ଵରରୁ ଲୁଟ୍, ଅନୁଗୁଳରୁ ଗିରଫ 

ଏବେ ଉକ୍ତ ଜବତ ଉଦ୍ଧାର ଘଟଣାରେ ଆସିଛି ନୂଆ ମୋଡ଼ । ଜବତ କଙ୍କାଳଟି ଓସ୍ତପଡ଼ାର କାଳିଆଙ୍କର ନୁହେଁ ବରଂ ଯାଜପୁର ଜିଲ୍ଲା ଗୋପାଳପୁର ଅଞ୍ଚଳର ଦିବ୍ୟ ମହାପାତ୍ରଙ୍କର ବୋଲି ଦାବି ହୋଇଛି । କଙ୍କାଳଟି ପୁଅ ଦିବ୍ୟଙ୍କର ବୋଲି ଦାବି କରିଛନ୍ତି ବାପା ରାଜେନ୍ଦ୍ର ମହାପାତ୍ର ।

କଙ୍କାଳ ନିକଟରେ ପଡ଼ିଥିବା ପୋଷାକ, ମାଳି, ବ୍ରେସ୍‌ଲେଟ୍‌ର ଭିଡିଓ ଓ ଫଟୋ ଦେଖି ଚିହ୍ନଟ ତାହା ତାଙ୍କ ପୁଅ ଦିବ୍ୟଙ୍କର ବୋଲି ଦାବି କରିଛନ୍ତି ରାଜେନ୍ଦ୍ର । ଏପରିକି ଦିବ୍ୟଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ପୂର୍ବରୁ ଗଳିତ ଶବର ପଞ୍ଚନାମା ପାଇଁ କଟକ ଫରେନ୍‌ସିକ୍ ଲାବୋରେଟୋରିକୁ ପଠାଯାଇଛି ।

ଗଳିତ ମୃତଦେହକୁ ନେଇ ଦୁଇ ପରିବାର ଦାବି କରିବା ପରେ ଅଡ଼ୁଆ ବଢ଼ିଛି । ଫଳରେ ପୋଲିସ ଉଭୟ ଦାବିଦାର୍ ପରିବାରର ରକ୍ତ ନମୁନ ସଂଗ୍ରହ କରି DNA ଟେଷ୍ଟ ପାଇଁ ପଠାଇଛି । କଙ୍କାଳର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ କେମିତି ହେଲା ମୃତ୍ୟୁ ?

ଏଥିସହ ପଢ଼ନ୍ତୁ: ମୁଣ୍ଡରୁ ରକ୍ତସ୍ରାବ ହୋଇ ଭିଜି ଯାଇଛି ଲୁଗା; ଦୋକାନ ଭିତରୁ ମାଲିକାଣୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ 

ମାମଲାକୁ ନେଇ ଶରଣକୁଳ SDPO ଦୀପ୍ତକାନ୍ତ ପ୍ରଧାନ କହିଛନ୍ତି, "ଡିଏନ୍ଏ ଟେଷ୍ଟ ରିପୋର୍ଟ ଆସିବା ପରେ ନରକଙ୍କାଳ କାହାର ବୋଲି ଜଣା ପଡ଼ିବ । ଉଭୟ କାଲିଆ ଓ ଦିବ୍ୟ ନିଖୋଜ ନେଇ ପୋଲିସ ସମସ୍ତ ଦିଗରକୁ ତଦନ୍ତ କରୁଛି । କଙ୍କାଳ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ।

ଯାଜପୁରର ଦିବ୍ୟ ବେଣ୍ଟରେ ଥିବା ଏକ ଚିଙ୍ଗୁଡ଼ି କାରଖାନାରେ କାମ କରୁଥିଲେ । ସେ ୩ରୁ ୪ ଦିନ ହେଲା ଫୋନ୍ ଉଠାଉ ନଥିବା ବେଳେ କାରଖାନା ଠାରୁ ୨୦୦ ମିଟର ଦୂରରୁ କଙ୍କାଳ ମିଳିଛି । ଆଉ ଉକ୍ତ କଙ୍କାଳକୁ ଦିବ୍ୟଙ୍କର ବୋଲି ଦାବି କରୁଛନ୍ତି ପରିବାର ଲୋକେ । ଏବେ କଙ୍କାଳର ବ୍ୟବଚ୍ଛଦ ରିପୋର୍ଟ ସହ DNA ରିପୋର୍ଟ ଆସିବା ପରେ ସବୁ ସନ୍ଦେହ ଉପରୁ ପରଦା ଉଠିବ ବୋଲି ପୋଲିସ କହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: