Cyclone Akvan / ଗୋଟିଏ ଦିନ ପାଇଁ ବନ୍ଦ ରହିବ ସମସ୍ତ ବସ୍ ସେବା; 'ଅକଭାନ' ପାଇଁ ନିର୍ଦ୍ଦେଶ
·46 mins ago·2 min read

Key Points
'ଅକଭାନ' ଗୋପାଳପୁର ନିକଟରେ ମାଡ଼ ହେବା ଆଶଙ୍କା କରାଯାଉଥିବାରୁ ପ୍ରଶାସନ ସତର୍କ ପଦକ୍ଷେପ ଗ୍ରହଣ କରିଛି । ଆସନ୍ତାକାଲି ପାଇଁ ଜିଲ୍ଲାରେ ସମସ୍ତ ଘରୋଇ ବସ୍, ଟ୍ରକ୍, CRUT ଏବଂ OSRTC ବସ୍ ସେବା ବନ୍ଦ ରହିବ ।
ବ୍ରହ୍ମପୁର: ବଙ୍ଗୋପାସଗରରେ ଭୀଷଣ ବାତ୍ୟା 'ଅକଭାନ' ମାଡ଼ି ଆସୁଛି । ଶୁକ୍ରବାର ସକାଳେ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବା ନେଇ IMD ଆକଳନ କରିଛି । ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ହାଇଆଲର୍ଟରେ ରହିଥିବା ବେଳେ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ।
'ଅକଭାନ' ଗୋପାଳପୁର ନିକଟରେ ମାଡ଼ ହେବା ଆଶଙ୍କା କରାଯାଉଥିବାରୁ ପ୍ରଶାସନ ସତର୍କ ପଦକ୍ଷେପ ଗ୍ରହଣ କରିଛି । ଆସନ୍ତାକାଲି ପାଇଁ ଜିଲ୍ଲାରେ ସମସ୍ତ ଘରୋଇ ବସ୍, ଟ୍ରକ୍, CRUT ଏବଂ OSRTC ବସ୍ ସେବା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ଯୁକ୍ତ ଦୁଇ ପରୀକ୍ଷା ପାଇଁ ବାଜିଲା ବିଗୁଲ୍; ପ୍ରକାଶ ପାଇଲା ତାରିଖ, ୧୦ଟାରୁ ଦିନ ୧ଟା ଯାଏଁ ଚାଲିବ
ଗୋପାଳପୁର ସମେତ ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା 'ଅକଭାନ'ର ପ୍ରଭାବକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନଭେମ୍ବର ୨୦ ତାରିଖରେ ଜିଲ୍ଲାରେ ସମସ୍ତ ଘରୋଇ ବସ୍, ଟ୍ରକ୍, CRUT ଏବଂ OSRTC ବସ୍ ସେବା ବନ୍ଦ ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଜରୁରୀକାଳୀନ ସେବା, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତଥା ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ ଯାନବାହନଗୁଡ଼ିକ ଏହି କଟକଣାରୁ ବାଦ୍ ଦିଆଯିବ । ଜନସାଧାରଣ ଓ ଯାନବାହନ ମାଲିକମାନେ ଏହି ନିର୍ଦ୍ଦେଶକୁ ଅନୁପାଳନ କରିବା ସହ ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।
ଏବେ 'ଅକଭାନ' କେଉଁଠି ?
ପଶ୍ଚିମ କେନ୍ଦ୍ରୀୟ ସାଙ୍ଗରରେ ଘଣ୍ଟାପ୍ରତି ୧୩ କିଲୋମିଟର ବେଗରେ ଭୀଷଣ ବାତ୍ୟା 'ଅକଭାନ' ଆଗକୁ ବଢ଼ୁଛି । ଏବେ ଉତ୍ତର ଦିଗରେ ଗତି କରୁଛି ବାତ୍ୟା । ଆନ୍ଧ୍ରର ନର୍ସାପୁର ଠାରୁ ପୂର୍ବ-ଦକ୍ଷିଣ ପୂର୍ବରେ 'ଅକଭାନ' ୩୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ।
ସେହିଭଳି କଳିଙ୍ଗପାଟ୍ଟଣମ୍ ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ବାତ୍ୟା ୩୨୦ କିଲୋମିଟର ଦୂରରେ ରହିଥିବା ବେଳେ ଗୋପାଳପୁର ଠାରୁ ଦକ୍ଷିଣରେ ୪୧୦ କିଲୋମିଟର ଏବଂ ପୁରୀ ଠାରୁ ଦିକ୍ଷଣରେ ୪୭୦ କିଲୋମିଟର ଦୂରରେ 'ଅକଭାନ' ରହିଛି ।
ଏଥିସହ ପଢ଼ନ୍ତୁ: ଗୋପାଳପୁରରୁ ୪୧୦ କିଲୋମିଟର ଦୂରରେ ବାତ୍ୟା 'ଅକଭାନ'
ଭୀଷଣ ବାତ୍ୟା 'ଅକଭାନ' ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶର ୟାନମ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ । ଶୁକ୍ରବାର ମଧ୍ୟାହ୍ନରେ 'ଅକଭାନ' ଗୋପାଳପୁର ନିକଟରେ ଉପକୂଳ ଅତିକ୍ରମ କରିବା ଆକଳନ କରାଯାଇଛି ।

'ଅକଭାନ' ସ୍ଥଳଭାଗ ଛୁଇଁବା ସମୟରେ ପ୍ରବଳ ବର୍ଷା ସହ ପବନ ନେଇ ଆସିବ । ଲ୍ୟାଣ୍ଡଫଲ୍ ବେଳେ ଘଣ୍ଟାପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ଏବଂ ଝଟ୍କା ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୧୦ କିଲୋମିଟର ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।