Videos
|
Odisha

Ganjam Schools Reopen / ଗଞ୍ଜାମ ବନ୍ୟା ବିଭୀଷିକା; ଦୀର୍ଘ ୧୨ ଦିନ ପରେ ଖୋଲିଲା ସ୍କୁଲ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଗଞ୍ଜାମ ବନ୍ୟା ବିଭୀଷିକା; ଦୀର୍ଘ ୧୨ ଦିନ ପରେ ଖୋଲିଲା ସ୍କୁଲ
Ganjam Schools Reopen After Flood

Key Points

ବନ୍ୟା ପରେ ସୁଧୁରୁଛି ଗଞ୍ଜାମ ଦୁଃଖ
ଦୀର୍ଘ ୧୨ଦିନ ପରେ ଖୋଲିଲା ସ୍କୁଲ
ପୁଣି ବ୍ୟାଗ ଧରି ସ୍କୁଲ ଗଲେ ପିଲାଏ
ଗଞ୍ଜାମ: ବାତ୍ୟା 'ଅର୍ଣ୍ଣବ' ପରେ ଭୟଙ୍କର ବନ୍ୟାରେ ବେହାଲ ହୋଇପଡ଼ିଥିଲା ଗଞ୍ଜାମ । ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ପରେ ହଠାତ୍ ନଦୀଜଳ ସ୍ତର ବଢିଥିଲା ଓ ଗାଁ ଓ ସହରକୁ ପାଣି ମାଡ଼ିଆସିଥିଲା । ବନ୍ୟାପାଣିରେ ସ୍କୁଲ, ଅଙ୍ଗନବାଡ଼ି, କଲେଜ ଘର ବୁଡ଼ି ରହିଥିଲା । କିନ୍ତୁ ଏବେ ବନ୍ୟା ବିଭୀଷିକାର ୧୨ ଦିନ ପରେ ଧୀରେ ଧୀରେ ସ୍ଥିତି ସୁଧୁରିବାରେ ଲାଗିଛି । ପ୍ରାୟ ୨ ସପ୍ତାହ ପରେ ସ୍କୁଲ ମାଟି ମାଡ଼ିଛନ୍ତି କୁନିକୁନି ପିଲା । ବ୍ୟାଗ ଧରି ସ୍କୁଲ ଯାଇଛନ୍ତି ।

  • ୧୨ ଦିନ ପରେ ଖୋଲିଲା ସ୍କୁଲ
୧୨ ଦିନ ଧରି ସ୍କୁଲ ବନ୍ଦ ରହିବା ପରେ ଆଜି ଗଞ୍ଜାମ ଜିଲ୍ଲାର ଅଧିକାଂଶ ସ୍କୁଲ ଖୋଲିଛି । ହେଲେ ବନ୍ୟାର ଚିହ୍ନ ଏବେ ବି ଲିଭିନି । କେଉଁଠି ନଷ୍ଟ ହୋଇଛି ଆସବାବପତ୍ର, ତ ଆଉ କେଉଁଠି ପାଣିରେ ଭିଜି ନଷ୍ଟ ହୋଇଛି ବହି ଓ ଖାତା । ଦୀର୍ଘ ୬ ଦିନର ପରିଶ୍ରମ ପରେ ସଫା ହୋଇଛି ସ୍କୁଲ ପରିସର । ଆଉ ଏବେ ପୁଣି ଶ୍ରେଣୀଗୃହକୁ ଫେରିଛନ୍ତି ଛାତ୍ରଛାତ୍ରୀ ।

  • ସ୍କୁଲରେ ଏବେ ବି ରହିଛି ବନ୍ୟାର ଚିହ୍ନ
ବନ୍ୟାପାଣି ସିନା ଛାଡ଼ିଯାଇଛି, ହେଲେ ଏହା କେତେ ଯେ ଭୟଙ୍କର ଥିଲା ତାର ଚିହ୍ନ ଲିଭିନି । ଏବେ ବି ସଫେଇ କର୍ମଚାରୀମାନେ ସ୍କୁଲ ପରିସରକୁ ସଫା କରୁଛନ୍ତି । କୁନି କୁନି ପିଲାମାନେ ଭିଜା ବହିପତ୍ର ଗୁଡିକୁ ଖରାରେ ଶୁଖାଇବା ସହ କ୍ଳାସ ରୁମକୁ ସଫା କରିଛନ୍ତି । ଭଞ୍ଜଜନଗର ବ୍ଲକ ଢୁଢୁଆ ଗାଁ ଡି. କଇଠ ପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏମିତି କିଛି ଦୃଶ୍ୟ । ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ରହିଥିବା ଖେଳ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଛି । ପିଲାମାନେ ତାକୁ ଖରାରେ ଶୁଖାଉଥିବା ଦେଖିବାକୁ ମିଳିଛି ।

ପଢନ୍ତୁ ଏହି ଖବର:  ବନ୍ୟାକୁ ୧୦ ଦିନ ବିତିଥିଲେ ବି ସୁଧୁରୁନି ସ୍ଥିତି; ୪୯୮ଟି ସ୍କୁଲ ଏବେ ଅସୁରକ୍ଷିତ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ବନ୍ୟାରେ ୪୯୮ଟି ବିଦ୍ୟାଳୟ ପ୍ରଭାବିତ
ଗଞ୍ଜାମରେ ବନ୍ୟା ଯୋଗୁଁ ଭାଙ୍ଗିପଡ଼ିଥିଲା ଶିକ୍ଷା ବ୍ୟବସ୍ଥା । ଜିଲ୍ଲାର ମୋଟ ୪୯୮ଟି ବିଦ୍ୟାଳୟର ସ୍ଥିତି ଅତି ସାଂଘାତିକ ହୋଇପଡ଼ିଥିଲା । ପ୍ରାଥମିକ ଆକଳନ ଅନୁଯାୟୀ, ୧୦୩୨ଟି ଶ୍ରେଣୀଗୃହ ଏବଂ ୨୧୫ଟି ବିଦ୍ୟାଳୟର ପାଚେରି ବି କ୍ଷତିଗ୍ରସ୍ତ ହୋଇଥିଲା । କେଉଁଠି ସ୍କୁଲ ଘର କାନ୍ଥ ଫାଟିଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବନ୍ୟା ଯୋଗୁଁ ସ୍କୁଲ ଘର ଓ ପରିସରରେ ମାଟି ବହଳ ମାଡ଼ି ଯାଇଥିଲା । ଏହାକୁ ସଫା କରିବାକୁ ମଧ୍ୟ ବହୁ ସମୟ ଲାଗିଥିଲା । ତେବେ ଖୁସିର କଥା, ପ୍ରାୟ ୧୨ ଦିନ ପରେ ପୁଣି ସ୍ଥିତି ସ୍ଵାଭାବିକ ହୋଇଛି । ପିଲାମାନେ ନିଜର ଦୈନନ୍ଦିନ ଜୀବନକୁ ଫେରିଛନ୍ତି । ସ୍କୁଲ ଘର ମଧ୍ୟ ପିଲାଙ୍କୁ ପାଇଁ ପୁଣି ହସୁଛି ।