Videos
|
Odisha

Ganjam Flood Havoc / ଗଞ୍ଜାମ ବନ୍ୟା; ଜନଜୀବନକୁ ଛାରଖାର କରିଛି, ବର୍ଷକର ଆହାର ଛଡ଼ାଇନେଇଛି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଗଞ୍ଜାମ ବନ୍ୟା; ଜନଜୀବନକୁ ଛାରଖାର କରିଛି, ବର୍ଷକର ଆହାର ଛଡ଼ାଇନେଇଛି
Ganjam Flood Havoc

Key Points

ଗଞ୍ଜାମରେ ବନ୍ୟାର କାରଣ ଖୋଜୁଛି ଅର୍ଗସ୍ ଟିମ୍
ଋଷିକୂଲ୍ୟାରେ ହୋଇଥିଲା ୨ ଶହ ଫୁଟର ଘାଇ
ଘରଦ୍ଵାର ବୁଡ଼ାଇ ଗାଁଦାଣ୍ଡରେ ୨୦ଫୁଟର ପାଣି
ଆଗକୁ ଚାଷ ବାସ କେମିତି ହେବ ତାକୁ ନେଇ ଚିନ୍ତା
ଗଞ୍ଜାମ: ନଦୀର କରାଳ ରୂପ ଆଉ ବନ୍ୟାର ପ୍ରଳୟ କିପରି ଏକ ଜନଜୀବନକୁ ସମ୍ପୂର୍ଣ୍ଣ ଛାରଖାର କରିଦିଏ, ତାର ଏକ ଜ୍ୱଳନ୍ତ ଉଦାହରଣ ଗଞ୍ଜାମ ଜିଲ୍ଲା । ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ମହାବନ୍ୟା ପୁରୁଷୋତ୍ତମପୁରଠାରୁ ଆରମ୍ଭ କରି ସୋରଡ଼ା ପର୍ଯ୍ୟନ୍ତ ସବୁକିଛି ଉଜାଡ଼ି ଦେଇଛି । ପୁରୁଷୋତ୍ତମପୁର ଆଛୁଲି ନିକଟରେ ୨୦୦ ଫୁଟର ବିରାଟ ଘାଇ ସୃଷ୍ଟି ହୋଇ, ଗାଁ ଦାଣ୍ଡରେ ୨୦ ଫୁଟର ଉଚ୍ଚର ବନ୍ୟା ପାଣି ବୁହାଇ ନେଇଥିଲା ସ୍ୱପ୍ନ ଓ ସମ୍ଭାବନା । କେବଳ ଘରଦ୍ୱାର କି ଖାଦ୍ୟଶସ୍ୟ ନୁହେଁ, ବରଂ ଚାଷ ଜମିରେ ୬ ଫୁଟର ବାଲି ଓ ପଟୁ ମାଡ଼ିଯିବାରୁ ଆଜି ଚିନ୍ତାରେ କ୍ଷତିଗ୍ରସ୍ତ ଚାଷୀ । ବର୍ଷକର ଆହାର ଛଡ଼ାଇ ନେଇଥିବା ଏହି ଦୁର୍ଦ୍ଦଶା ଏବଂ ସରକାରୀ ସହାୟତାକୁ ନେଇ ଚାଷୀଙ୍କ ଅସନ୍ତୋଷର ଚିତ୍ର ସାମ୍ନାକୁ ଆସିଛି।

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳକୁ ସମ୍ପୂର୍ଣ୍ଣ ଛାରଖାର କରିଦେଇଛି । ବନ୍ୟା ଛାଡ଼ିଯିବା ପରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବନ୍ୟାର କାରଣ ଖୋଜିଛି ଅର୍ଗସ୍ ଟିମ୍ । କ୍ୟାମେରାର ଲେନ୍ସରେ କଏଦ ହୋଇଛି ଦୁର୍ଦ୍ଦଶାର ଚିତ୍ର । ଋଷିକୂଲ୍ୟା ବନ୍ୟାରେ ପୁରୁଷୋତ୍ତମପୁର ଏନ୍‌ଏସି ସମେତ ହାଣ୍ଡିଘର, ଆଛୁଲି, କେଏନ୍‌ ପୁର ଓ ଅନ୍ତରିଗାଁ ପଞ୍ଚାୟତ ସର୍ବାଧିକ ପ୍ରଭାବିତ ହୋଇଛି ।

  • ଆଗକୁ ଚାଷ ବାସ କେମିତି ହେବ ?
ପୁରୁଷୋତ୍ତମପୁର ଆଚୁଲି ନିକଟ ଋଷିକୂଲ୍ୟାରେ ହୋଇଥିଲା ୨୦୦ ଫୁଟର ବିରାଟ ଘାଇ । ଯାହା ସମଗ୍ର ଅଞ୍ଚଳକୁ ବୁଡ଼ାଇ ଦେଲା । ଘର ଦ୍ବାର ବୁଡ଼ାଇ ଗାଁ ଦାଣ୍ଡରେ ବହିଲା ୨୦ ଫୁଟର ଉଚ୍ଚର ବନ୍ୟା ପାଣି । କ୍ଷେତରୁ ବର୍ଷଯାକର ଫସଲ ତ ଉଜାଡ଼ି ଦେଲା, ଘରେ ସାଇତା ଖାଦ୍ୟଶସ୍ୟ ବି ଛଡ଼ାଇ ନେଲା । ବନ୍ୟାର ପ୍ରଖର ସ୍ରୋତରୁ ରକ୍ଷା ପାଇବା ପାଇଁ ଘରେ ସଵୁ ଜିନିଷ ଛାଡ଼ି ଲୋକେ ଜୀବନ ବିକଳରେ ଉଚ୍ଚ ସ୍ଥାନକୁ ଚାଲିଗଲେ । ୯ ଦିନ ପରେ ଫେରିଥିବା ଆଛୁଲିବାସୀଙ୍କ ଚିନ୍ତା- ଆଗକୁ ଚାଷ ବାସ କେମିତି ହେବ, କେମିତି ଚଳିବେ ପିଲା ଓ ପରିବାର?

  • ମାଟିରେ ପୋତି ହୋଇଯାଇଛି ଧାନଗଛ
ଋଷିକୂଲ୍ୟାରେ ମିଶିଛି ଅନ୍ୟ ୩ଟି ନଦୀ । ଆଉ ଅର୍ଣ୍ଣବ ବାତ୍ୟା ପରେ ଲଗାଣ ବର୍ଷା ଯୋଗୁଁ କରାଳ ରୂପ ଧାରଣ କରିଥିଲା ନଦୀ । ବନ୍ଧ ଡେଇଁ ପାଣି ସୋରଡ଼ାରେ ପଶିଥିଲା । ବନ୍ୟା ପାଣି ଛାଡ଼ିଗଲା ପରେ ସୋରଡ଼ା ଅଞ୍ଚଳର ଚାଷ ଜମିରେ ଛିଡ଼ା ହୋଇଛି ୬ ଫୁଟର ବାଲି ଓ ମାଟି । ଧାନ ଗଛ ମାଟିରେ ପୋତି ହୋଇ ଯାଇଥିବା ବେଳେ ଉପରକୁ କେବଳ ଦେଖା ଯାଉଛି କେଣ୍ଡା । ଏଥିରୁ ଅନୁମାନ କରି ହେଉଛି ଋଷିକୂଲ୍ୟାର ବନ୍ୟା କେମିତି ସୁନାର କ୍ଷେତକୁ ଉଜାଡ଼ି ଦେଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: କଟା ଘା'ରେ ଚୂନ ମାରିବା ଭଳି ୧୦ ଦିନ ପରେ ନିଜ ନିର୍ବାଚନ ମଣ୍ଡଳୀ ଯାଇଛନ୍ତି ନବୀନ

କେନ୍ଦ୍ରୀୟ ଟିମ୍ ଆସି କ୍ଷୟକ୍ଷତି ଅନୁଧ୍ୟାନ କରି ଯାଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ସହାୟତା ପ୍ୟାକେଜକୁ ନେଇ ଚାଷୀ ଆପତ୍ତି ଉଠାଇଛନ୍ତି । କ୍ଷେତରେ ଯେଉଁଭଳି ବାଲି ଓ ପଟୁ ମାଡ଼ିଛି ଏକର ପିଛା ୧୮ ହଜାର ଟଙ୍କାରେ ଏହାକୁ ବାହାର କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି ।