Ganjam Flood / ରାସ୍ତା ଉପରେ ୮ ଫୁଟ୍ର ପାଣି; ବନ୍ୟାଜଳରେ ଉବୁଟୁବୁ ଆସିକା, ଘୋଡ଼ାହାଡ଼ ବ୍ରିଜ
·52 mins ago·3 min read

Key Points
ପ୍ରବଳ ବର୍ଷାରେ ଫୁଲିଲା ଋଷିକୁଲ୍ୟା ଓ ବଡନଦୀ
ଆସିକା ସହରେ ପଶିଲା ବନ୍ୟାଜଳ
ରାସ୍ତା ଉପରେ ଚାଲୁଛି ୧୦ଫୁଟ୍ର ପାଣି
ଆସିକା ସହରେ ପଶିଲା ବନ୍ୟାଜଳ
ରାସ୍ତା ଉପରେ ଚାଲୁଛି ୧୦ଫୁଟ୍ର ପାଣି
ଗଞ୍ଜାମ: ଆସିକା ସହରେ ପଶିଲା ବନ୍ୟାଜଳ । ଋଷିକୁଲ୍ୟା ଓ ବଡନଦୀର ବନ୍ୟାଜଳ ପଶିବା ପରେ ଉବୁଟୁବୁ ଆସିକା ମେଡିକାଲ ରୋଡ । ଆସିକା ବ୍ରହ୍ମପୁର, ଆସିକା ସୋରଡା ଓ ଆସିକା ଭଞ୍ଜନଗର ଗାଡି ଚଳାଚଳ ବନ୍ଦ । ଆସିକା ପାଟିଳୁଗୁଡା ଗାଁ ପାଣି ଘେରରେ ରହିଛି । ଧରାକୋଟ ଦାମୋଦରପଲି ଓ ମୁଣ୍ଡମରାଇ ଗ୍ରାମ ବି ପାଣି ଘେରରେ । ବାତ୍ୟା ପରେ ପ୍ରବଳ ବର୍ଷା ଯୋଗୁଁ ପୂରା ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ସୋରଡା ଦାରିଙ୍ଗବାଡ଼ି ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି । ତଳିଆ ଅଞ୍ଚଳରେ ଲୋକେ ଜଳବନ୍ଦୀ ଘେରରେ ରହିବା ପରେ ସେମାନଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଛନ୍ତି NDRF ଟିମ । କବିସୂର୍ଯ୍ୟନଗର ବୁଢାମ୍ବ ପୋଲିସ ଫାଣ୍ଡିର ଭାଙ୍ଗିଲା କାନ୍ଥ । କବିସୂର୍ଯ୍ୟନଗର ଗାଙ୍ଗପୁର ଓ ସୁନାପଲି ମୁଖ୍ୟ ସଡ଼କ ଉପରେ ବନ୍ୟାଜଳ ପ୍ରବାହିତ ହେବା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କବିସୂର୍ଯ୍ୟନଗର ଭେଟସିଙ୍ଗି ରାସ୍ତାରେ ପ୍ରବାହିତ ହେଉଛି ବନ୍ୟାଜଳ ।

- ଆସିକାରେ ଭୟାବହ ବନ୍ୟା
- ୭ ଫୁଟ୍ ବନ୍ୟା ପାଣିରେ ଫସିଲା ମହିନ୍ଦ୍ରା ଥାର୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ରାସ୍ତା ଉପରେ ବିରାଟ ବଡ଼ ପଥର; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ, ଘାଟିରାସ୍ତାରେ ଭୂସ୍ଖଳନ
ଗାଡ଼ି ଭିତରେ କେ.ବି. ରବିଚନ୍ଦ୍ରନ ଏବଂ ଡି. ସରୋଜ କୁମାର ନାମକ ଦୁଇ ବ୍ୟକ୍ତି ବନ୍ଦୀ ହୋଇ ରହିଥିଲେ । ଚାରିଆଡ଼େ ଜଳମଗ୍ନ ପରିସ୍ଥିତି ଏବଂ ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ ଥିବାବେଳେ ଖବର ପାଇ ସୋରଡ଼ା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଗ୍ନିଶମ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଅତ୍ୟନ୍ତ ସାହସ ଓ ଦକ୍ଷତାର ସହିତ ଉଭୟଙ୍କୁ ଗାଡ଼ି ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ବିପଦ ସମୟରେ ଅଗ୍ନିଶମ ବାହିନୀର ଏହି ତତ୍ପରତା ଓ ସାହସିକତା ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଁଟିଛି ।

- ଘୋଡ଼ାହାଡ଼ ବ୍ରିଜ ଉପରେ ୮ ଫୁଟର ବନ୍ୟାଜଳ
Related Topics
Explore more stories