Ganjam Electricity Supply / ଅନ୍ଧାରରେ ଗଞ୍ଜାମ ଓ ଗଜପତିର ଅନେକ ଅଞ୍ଚଳ; ୫୬,୭୦୬ ଟ୍ରାନ୍ସଫର୍ମର ପ୍ରଭାବିତ
·33 mins ago·3 min read

Key Points
ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରଭାବିତ ବିଦ୍ୟୁତ ଭିତ୍ତିଭୂମି
ଏବେ ବି ଅନ୍ଧାରରେ ରହିଛି ଅନେକ ଅଞ୍ଚଳ
ବନ୍ୟା ପାଣି ଛାଡ଼ିଛି, ହେଲେ କମିନି ଦୁର୍ଦ୍ଦଶା
ଏବେ ବି ଅନ୍ଧାରରେ ରହିଛି ଅନେକ ଅଞ୍ଚଳ
ବନ୍ୟା ପାଣି ଛାଡ଼ିଛି, ହେଲେ କମିନି ଦୁର୍ଦ୍ଦଶା
ଗଞ୍ଜାମ/ଗଜପତି: ବାତ୍ୟା ପରେ ବନ୍ୟାରେ ଦୋହଲିଯାଇଛି ଦକ୍ଷିଣ ଓଡ଼ିଶା । ହଠାତ୍ ବନ୍ୟାଜଳ ମାଡ଼ି ଆସିବାରୁ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଘନ ଅନ୍ଧକାରରେ ରହିଛି ଗଞ୍ଜାମ ଓ ଗଜପତି ଜିଲ୍ଲାର ଅନେକ ଅଞ୍ଚଳ । ଯଦି ଆମେ ପୂରା ଦକ୍ଷିଣ ଓଡ଼ିଶା କଥା କହିବା ତେବେ ପ୍ରାୟ ୫୬ ହଜାର ୭୦୬ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଛି । ଆସ୍କା, ପୁରୁଷୋତ୍ତମପୁର, ସୋରଡ଼ା, ଭଞ୍ଜନଗର ବିଶେଷ ପ୍ରଭାବିତ ହୋଇଛି । ଯୁଦ୍ଧକାଳୀନ ଭିତିରେ ଚାଲିଛି ମରାମତି କାମ।
ସମଗ୍ର ଦକ୍ଷିଣ ଓଡ଼ିଶାରେ ସମୁଦାୟ ୧୭ ଲକ୍ଷ ୮୮ ହଜାର ୯୪୨ ଉପଭୋକ୍ତା ବାତ୍ୟା ଓ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ବନ୍ୟା ବିତ୍ପାତ ସତ୍ତ୍ୱେ ଯୁଦ୍ଧକାଳୀନ ଭିତିରେ ବିଦ୍ୟୁତ ଭିତ୍ତିଭୂମିର ଶତ ପ୍ରତିଶତ ପୁନରୁଦ୍ଧାର କରୁଛି ଟିପିଏସ୍ଓଡିଏଲ୍ । ଟିପିଏସ୍ଓଡିଏଲ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ସୁଦ୍ଧା ମୋଟ ୧୬ ଲକ୍ଷରୁ ଅଧିକ ଉପଭୋକ୍ତାଙ୍କ ପାଖରେ ବିଦ୍ୟୁତ ସରବରାହ ପହଞ୍ଚିସାରିଛି ।
ପଢନ୍ତୁ ଏହି ଖବର: ଭଞ୍ଜନଗରରେ ନିଖୋଜଙ୍କୁ ଖୋଜିବ ନାଭାଲ ହେଲିକପ୍ଟର

- ୧୬ ଲକ୍ଷଙ୍କ ନିକଟରେ ପହଞ୍ଚିଲା ବିଜୁଳି
- ଏହି ଜିଲ୍ଲାରେ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ଶେଷ
ପଢନ୍ତୁ ଏହି ଖବର: ଭଞ୍ଜନଗରରେ ନିଖୋଜଙ୍କୁ ଖୋଜିବ ନାଭାଲ ହେଲିକପ୍ଟର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବନ୍ୟା କାରଣରୁ ପୁନରୁଦ୍ଧାର କାର୍ଯ୍ୟ ଅପେକ୍ଷାକୃତ ଭାବେ କଷ୍ଟକର ହୋଇଥିଲେ ସୁଦ୍ଧା ଟିପିଏସ୍ଓଡିଏଲର କ୍ଷେତ୍ରୀୟ କର୍ମଚାରୀମାନେ ରାସ୍ତାରେ ପଡ଼ିଥିବା ଗଛ ହଟାଇବା, ଭାଙ୍ଗିଥିବା ଖୁଣ୍ଟ ବଦଳାଇବା, ଓ କ୍ଷତିଗ୍ରସ୍ତ ତାର ଓ ଉପକରଣ ମରାମତି ପାଇଁ ନିଜର ସବୁ ସେକ୍ସନ, ସବ୍-ଡିଭିଜନ୍, ଡିଭିଜନ୍, ତଥା ସର୍କଲ ପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ରଖିଥିଲା । କେଉଁଠି ଅଣ୍ଟାଏ ପାଣି ଭିତରେ ପଶି ଟ୍ରାନ୍ସଫର୍ମର ପାଖରେ ପହଞ୍ଚି ତାହାର ପୁନରୁଦ୍ଧାର କରିଥିଲେ ତ ଆଉ କେଉଁଠାରେ ଜଙ୍ଗଲ ଭିତରକୁ ପଶି ବିଜୁଳି ଖୁଣ୍ଟ ସଜାଡିଥିଲେ ।
- ଜରୁରୀ ଫୋନ ନମ୍ବର ଜାରି କଲା TPSODL
Related Topics
Explore more stories