Landslide / ‘ଅପରେସନ୍ ଜୀବନ’ର ଆବେଗଭରା କାହାଣୀ; ମାଟି-ପଥର ତଳୁ ଖୋଜା ଚାଲିଛି ଜୀବନ
·43 mins ago·2 min read

Key Points
- ବିପନ୍ନଙ୍କ ସାଥୀରେ ଠିଆ ହୋଇଛି ପୂରା ପ୍ରଶାସନ
- ଚାରି ଦିନ ହେଲା ଜାରି ରହିଛି ଉଦ୍ଧାର
- ଉଦ୍ଧାରରେ ବାଧକ ସାଜିଛି ବଡ଼ ବଡ଼ ପଥର
ବ୍ରହ୍ମପୁର: ଗଞ୍ଜାମ ଗିଡ଼ିପାବାଲିରେ ଜାରି ରହିଛି ‘ଅପରେସନ୍ ଜୀବନ’ । ମାଟି ଓ ପଥର ତଳୁ ଜୀବନ ଖୋଜିବା ପାଇଁ ଚାଲିଛି ମାରାଥନ୍ ଉଦ୍ଧାର କାର୍ଯ୍ୟ । ଡିନାମାଇଟ୍ ଦ୍ୱାରା ବଡ଼ ବଡ଼ ପଥର ଫଟା ଯାଉଥିବା ବେଳେ ବିପନ୍ନଙ୍କ ପାଖରେ ଛିଡ଼ା ହୋଇଛି ପୂରା ପ୍ରଶାସନ ।
ପ୍ରକୃତିର କରାଳ ରୂପ କିଭଳି ଜୀବନକୁ ଓଲଟପାଲଟ କରିଦିଏ, ତାହାର ଏକ ଜ୍ୱଳନ୍ତ ନମୂନା ଦେଖିବାକୁ ମିଳିଛି । ଚାରି ଦିନ ହେଲା ଉଦ୍ଧାର କାର୍ଯ୍ୟ ଚାଲୁ ରହିଥିଲେ ମଧ୍ୟ ବାଧକ ସାଜିଛି ବଡ଼ ବଡ଼ ପଥର ।
ଏଥିସହ ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ପରବର୍ତ୍ତୀ ଅବପାତ ଜନିତ ବନ୍ୟାରେ ଛାରଖାର ଗଞ୍ଜାମ
ଅକ୍ଟୋବର ୨୮ ତାରିଖ ରାତିର ସେହି କଳା କାହାଣୀ ଯେକୌଣସି ବ୍ୟକ୍ତିଙ୍କ ଛାତି ଥରାଇ ଦେବ । ପାହାଡ଼ରୁ ଖସିଥିବା ବିରାଟ ପଥର ଓ ମାଟି ଗଦା ତଳେ ୯ଟି ପୂରା ଘର ଚାପି ହୋଇ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି । ଗାଁର ୨୫ ଜଣ ବାସିନ୍ଦାଙ୍କ ମଧ୍ୟରୁ ୧୩ ଜଣ କୌଣସିମତେ ଜୀବନ ବଞ୍ଚାଇ ପଳାଇ ଆସିଥିଲେ ହେଁ, ଏବେ ବି ଅନେକ ନିଖୋଜ ଅଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଥରଗୁଡ଼ିକର ଆକାର ଏତେ ବଡ଼ ଯେ, ଘର ଭଳି ଦେଖାଯାଉଥିବା ସେହି ପଥରଗୁଡ଼ିକୁ ହଟାଇବା ପାଇଁ ରେଳ ବିଭାଗର ଚେନ୍ ପୁଲିଂ ଟେକ୍ନିକ୍ ମଧ୍ୟ ବିଫଳ ହୋଇଥିଲା । ଶେଷରେ ଡିନାମାଇଟ୍ ଏବଂ ଖଣି ବିଭାଗର ସହାୟତାରେ କଣ୍ଟ୍ରୋଲ୍ ବ୍ଲାଷ୍ଟ୍ କରି ପଥର ଫଟାଯାଉଛି ।
୪ ଦିନ ହେଲା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରାସ୍ତା ନଥିବାରୁ ଟ୍ରାକ୍ଟର କିମ୍ବା ଭାରୀ ଯନ୍ତ୍ରପାତି ନେବା ଅସମ୍ଭବ ହୋଇପଡ଼ିଛି । ତଥାପି ଖଣି ବିଭାଗ ଓ ଅତ୍ୟାଧୁନିକ ରୋବୋଟିକ୍ ସ୍କାନର ମେସିନ୍ ସାହାଯ୍ୟରେ ମାଟି ଓ ପଥର ତଳେ ମଣିଷର ଉପସ୍ଥିତି ଖୋଜା ଚାଲିଛି ।
ଏହି ଦୁଃଖର ସମୟରେ କଟିଙ୍ଗିଆ ଗ୍ରାମପଞ୍ଚାୟତର କିଲାପାଙ୍ଗା ସ୍କୁଲରେ କରାଯାଇଥିବା ଅସ୍ଥାୟୀ ଥଇଥାନ କେନ୍ଦ୍ରରେ ଆଶ୍ରୟ ନେଇଥିବା ବିପନ୍ନ ପରିବାରଗୁଡ଼ିକର ମନୋବଳ ଦୃଢ଼ କରିବା ପାଇଁ ଆଗେଇ ଆସିଛି ପ୍ରଶାସନ । ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଏସ୍ପି ଆଶ୍ରୟସ୍ଥଳରେ ବିପନ୍ନଙ୍କ ଦୁଃଖ-ସୁଖ ପଚାରି ବୁଝିଛନ୍ତି ।
ତଳେ ବସି ଦୁଃଖୀ ମଣିଷଙ୍କ ସହ ମିଶି ଖାଦ୍ୟ ଖାଇଛନ୍ତି । ନିଜ ପରିବାରକୁ ହରାଇ ଭାଙ୍ଗି ପଡ଼ିଥିବା ଛୋଟ ପିଲାମାନଙ୍କ ପାଇଁ ଖାଦ୍ୟ ଓ ରାତିରେ ଶୋଇବା ପାଇଁ ମସୁରୀ ବଣ୍ଟନ କରାଯାଇଛି । ବିଡିଓ ଏବଂ ତହସିଲଦାର ଆତ୍ମୀୟଙ୍କୁ ହରାଇଥିବା ନିରୀହ ଲୋକଙ୍କ ଆଗାମୀ ଜୀବନ ଓ ଜୀବିକା ପାଇଁ କିଭଳି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ସେନେଇ ରୂପରେଖ ପ୍ରସ୍ତୁତ କରୁଛନ୍ତି । ବିପତ୍ତି ସମୟରେ ପୁରା ପ୍ରଶାସନ ଏମାନଙ୍କ ସହ ଛିଡ଼ା ହୋଇଛି ।
ଏଥିସହ ପଢ଼ନ୍ତୁ: ଇନ୍ଦ୍ରଗଡ଼ ଛାରଖାର୍; ଗାଁକୁ ଭସାଇ ନେଲା ସାଲକି ନଦୀ
ପ୍ରକୃତିର ଏହି କରାଳ କୋପ ଭିତରେ ମଣିଷର ମହାନତା ଏବଂ ପ୍ରଶାସନର ଏହି ସମ୍ବେଦନଶୀଳ ପଦକ୍ଷେପ ଏବେ ସମସ୍ତଙ୍କ ହୃଦୟ ଜିତିଛି । ଶେଷ ନିଖୋଜ ବ୍ୟକ୍ତିଙ୍କୁ ଖୋଜି ବାହାର ନକରିବା ପର୍ଯ୍ୟନ୍ତ ଏହି ‘ଅପରେସନ୍ ଜୀବନ’ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ଦୃଢ଼ୋକ୍ତି ଦିଆଯାଇଛି ।