Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ଦାଦନ ଦୁଃଖ

Odisha

ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ଦାଦନ ଦୁଃଖ

Jitendra Dash
Browse all articles by Jitendra Dash
·2 years ago·2 min read
ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ଦାଦନ ଦୁଃଖ

ଅର୍ଗସ ବ୍ୟୁରୋ : ୧୪ ଦିନ ପରେ ଗାଁକୁ ଫେରିଲା ମୃତଦେହ । ଦାଦନ ଖଟିବାକୁ ଯାଇ ବିଦେଶରେ ଜୀବନ ହାରିଥିବା ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଗଲପୁର ଗ୍ରାମର କାର୍ତିକ ପ୍ରଧାନଙ୍କ ଏକ ମାତ୍ର ରୋଜଗାରିଆ ପୁଅ ସାଗର ପ୍ରଧାନଙ୍କ ଶବ ଭିଟା ମାଟିକୁ ଫେରିଛି । ତାର ମୃତ ଦେହକୁ ଭିଟାମାଟିକୁ ଫେରାଇ ଆଣିବା ପାଇଁ ଅର୍ଗସରେ ପ୍ରଥମେ ଓ ବାରମ୍ବାର ଖବର ପ୍ରସାରଣ କରାଯାଇଥିଲା । ଦୀର୍ଘ ୧୪ ଦିନ ପରେ ଗାଁରେ ଆସି ପହଞ୍ଚିଲା ମୃତ ଶରୀର । ଆଉ ମୃତଦେହ ଗାଁରେ ପହଁଞ୍ଚିବା ପରେ ବାଗଲପୁର  ଶ୍ମଶାନରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ ଶ୍ମଶାନ। 

ଏ ତ କେବଳ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମର କଥା । ଉପକୂଳ ଜିଲ୍ଲା କେନ୍ଦ୍ରାପଡାର ମହାକାଳପଡା ନିର୍ବାଚନ ମଣ୍ଡଳୀର କଥା । ଆଉ ଏଠି  ଦାଦନ ଖଟିବାକୁ ଯାଇ ସୁରଟରେ ପଡ଼ି ରହିଛି ସ୍ୱାମୀର ମୃତ ଦେହ । ଆଉ ମୃତ ଶରୀରକୁ ଫେରାଇ ଆଣିବାକୁ ସ୍ତ୍ରୀର ଆକୁଳ ନିବେଦନ । ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବଡକୁଳ ପଞ୍ଚାୟତର ବେନୁପାଳ ଗାଁର, ସ୍ୱର୍ଗତ ବଟ ସ୍ୱାଇଁଙ୍କ ଏକ ମାତ୍ର ପୁଅ ସଞ୍ଜୟ ସ୍ୱାଇଁ । ଦାଦନ ଖଟିବାକୁ ସୁଦୂର ଗୁଜୁରାଟର ସୁରାଟର ଏକ ସୁତା ମିଲରେ କାମ କରି ପରିବାର ପ୍ରତି ପୋଷଣ କରୁଥଲେ । ଆଉ ସଞ୍ଜୟର ମୃତ୍ୟ ପରେ ତାଙ୍କ ଶବ ଫେରାଇ ଆଣିବା ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଗାଁ ଗାଁରେ କରାଯାଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀଙ୍କୁ ବିରୋଧ । ଗଞ୍ଜାମରୁ ଆସିଛି ବଦଳୁଥିବା ଓଡିଶାର ରାଜନୀତି ଚିତ୍ର । ପୁଣି ହଟ୍ଟହଟ୍ଟା ହୋଇଛନ୍ତି ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ । ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ପୁଣି ପ୍ରାର୍ଥୀ ହୋଇଥିବା ସୂର୍ଯ୍ୟମଣି ବୈଦ୍ୟଙ୍କୁ ପାଣି ପାଇଁ କରାଯାଇଛି ବିରୋଧ । ଖଲ୍ଲିକୋଟ ନିର୍ବାଚନୀ ମଣ୍ଡଳୀର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମକୁ ପ୍ରଚାର ନିମନ୍ତେ ଯାଇଥିଲେ ବିଧାୟିକା ପ୍ରାର୍ଥିନୀ । ହେଲେ ଗ୍ରାମର ବହୁ ମହିଳା ଓ ପୁରୁଷ ମାନେ ରାସ୍ତାରେ ମାଠିଆ ବାଲ୍ଟି ରଖି ପ୍ରତିବାଦ କରିଥିଲେ । ଗ୍ରାମର କୁମ୍ଭାର ସାହି ଛକ ଓ ବଡ଼ ସାହି ଛକ ନିକଟରେ ଏପରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ବିଧାୟିକାଙ୍କୁ ଲୋକେ କରିଥିଲେ ପ୍ରଶ୍ନ ।

Argus Whatsapp Channel Mobile Top
Sponsored
ganjam migraine death case | Argus News