Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଡ଼ିଲା ମୁଣ୍ଡ : ଘରେ ଶୋଇଥିବା ସମୟରେ ଯୁବକଙ୍କୁ କଲେ ହତ୍ୟା

Jitendra Dash
Browse all articles by Jitendra Dash
·2 years ago·1 min read
ଗଡ଼ିଲା ମୁଣ୍ଡ : ଘରେ ଶୋଇଥିବା ସମୟରେ ଯୁବକଙ୍କୁ କଲେ ହତ୍ୟା

ଅର୍ଗସ ବ୍ୟୁରୋ :  ଗଞ୍ଜାମରେ ପୁଣି ଗଡ଼ିଲା ମୁଣ୍ଡ । ପୁରୁଷୋତ୍ତମପୁର ଥାନା ପାଣ୍ଡିଆ ପନ୍ଦରା ସାହିରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଘରେ ଶୋଇଥିବା ସମୟରେ ଯୁବକକୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ମୃତକ ସେହି ଗ୍ରାମର ମୁରଲୀ ବାଡ଼ତ୍ୟା । ଗତ ରାତିରେ ମୁରଲୀ ଘରେ ସୋଇଥିବା ବେଳେ ତାଙ୍କ ବାପା ବାରଣ୍ଡାରେ ସୋଇଥିଲେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୂଚନା ଅନୁସାରେ, ମୁରଲି ଘରେ ଶୋଇଥିବା ବେଳେ ତାଙ୍କ ବାପା ବାରଣ୍ଡାରେ ଶୋଇଥିଲେ । ତେବେ ବାପା ପାଣି ପିଇବା ଲାଗି ଘର ଭିତରକୁ ଯାଇଥିବା ବେଳେ ପୁଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ପୁଅକୁ ଚିକିତ୍ସା ଲାଗି ହିଞ୍ଜିଳି ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ସେଠାରେ ମୁରଲିଙ୍କୁ ମୃତ ଘୋଷଣା କରିଥିଲେ । ପୁରୁଷୋତ୍ତମପୁର ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ganjam murder case | Argus News