Videos
|
Odisha

ପୁଣି ଅଶାନ୍ତ ହେଲା ଗଞ୍ଜାମ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ଅଶାନ୍ତ ହେଲା ଗଞ୍ଜାମ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ଅର୍ଗସ ବ୍ୟୁରୋ : ପୁଣି ଅଶାନ୍ତ ହେଲା ଗଞ୍ଜାମ । ଖଲ୍ଲିକୋଟ ଥାନା ଅଞ୍ଚଳରେ ପୁଣି ଘଟିଛି ଏକ ହତ୍ୟା । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କୈରାଶୀ ଗ୍ରାମରେ । ଧାରୁଆ ଛୁରୀରେ ହତ୍ୟା କରିଥିବା ସୂଚନା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ସୂଚନା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ବର୍ଷେ ପୂର୍ବରୁ କ୍ରିକେଟ ଖେଳୁକୁ ନେଇ ଜଣକୁ କିଛି ଯୁବକ ବ୍ୟାଟରେ ମାଡ ମାରିଥିବା ଭିଡିଓ ଭାଇରାଲ ହେବା ପରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଜେଲ ଯାଇଥିବା ଯୁବକ ବେଲରେ ଆସିବା ପରେ ରାଗରେ ହତ୍ୟା କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି । ମୃତକ ହେଲେ କୈରାଶୀ ଗ୍ରାମ ବେଗୁନିଆପଡା ସାହିର ଅରୁଣ ଦାସଙ୍କ ପୁଅ ରାଜେଶ ଦାସ । ମୃତ ରାଜେଶଙ୍କ ଶବକୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବ୍ୟବଛେଦ ପାଇଁ ରଖାଯାଇଛି । ଘଟଣା ସ୍ଥଳରେ ପୋଲିସ ତଦନ୍ତ ଜାରି ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ganjam Murder Case | Argus News