Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କଲେ ମହିଳା

Jitendra Dash
Browse all articles by Jitendra Dash
·2 years ago·1 min read
ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା କଲେ ମହିଳା

ଅର୍ଗସ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନାରେ ଘଟିଛି  ଅଭାବନୀୟ ଘଟଣା । ଜଣେ ବିଭାହିତ ମହିଳା ବାପା ଘରକୁ ବୁଲି ଆସିଥିବା ବେଳେ ଘରେ କେହି ନଥିବା ସମୟରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ।  ମୃତକ ଜଣଙ୍କ ହେଲେ ବିଜୟଲକ୍ଷ୍ମୀ ଗୌଡ଼ । ସୂଚନା ମୁତାବକ ବିଜୟଲକ୍ଷ୍ମୀ ଦୀର୍ଘ ୩ ବର୍ଷ ହେବ ସୋରଡ଼ା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମରେ ବିବାହ କରିଥିଲେ ଓ ତାଙ୍କର  ଦେଢ଼ ବର୍ଷର ଏକ ଶିଶୁ ପୁତ୍ର ମଧ୍ୟ ରହିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତ କିଛି ଦିନ ହେବ ବାପା ଘର ଜୟନଗର ଗ୍ରାମକୁ ବୁଲିଆସି ଥିଲେ । ବାପା ଛେଳି କୁଆରୀରେ ଏବଂ ମା ଓ ଭାଇ କୌଣସି ଏକ କାମରେ ମେଡିକାଲକୁ ଯାଇଥିବା ବେଳେ ବିଜୟଲକ୍ଷ୍ମୀ ନିଜ ପୁଅକୁ ଗ୍ରାମର ଜଣେ ସମ୍ପର୍କୀୟଙ୍କ ଘରେ ଛାଡି ଆସିଥିଲେ । ପମ୍ପ ଚଳାଇବା ପାଇଁ ଘରେ ରଖାଯାଇଥିବା ପେଟ୍ରୋଲକୁ ଦେହରେ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି । ହେଲେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଂଚି ଅର୍ଦ୍ଧଦଗ୍ଧ ସବକୁ ଜବତ କରିବା ସହ ଘଟଣାର ଅଧିକା ତଦନ୍ତ ଚଳାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ganjam Suicide Case | Argus News