Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜ୍ୟ କାର୍ଯ୍ୟାଳୟରେ ‘ଗାଁକୁ ଚାଲ ଅଭିଯାନ କର୍ମଶାଳା’ ଅନୁଷ୍ଠିତ

Odisha

ରାଜ୍ୟ କାର୍ଯ୍ୟାଳୟରେ ‘ଗାଁକୁ ଚାଲ ଅଭିଯାନ କର୍ମଶାଳା’ ଅନୁଷ୍ଠିତ

Jitendra Dash
Browse all articles by Jitendra Dash
·2 years ago·2 min read
ରାଜ୍ୟ କାର୍ଯ୍ୟାଳୟରେ ‘ଗାଁକୁ ଚାଲ ଅଭିଯାନ କର୍ମଶାଳା’ ଅନୁଷ୍ଠିତ

ଅର୍ଗସ ବ୍ୟୁରୋ : ଆଜି ରାଜ୍ୟ କାର୍ଯ୍ୟାଳୟରେ ‘ଗାଁକୁ ଚାଲ ଅଭିଯାନ କର୍ମଶାଳା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୯ରୁ ୧୧ତାରିଖ ଭିତରେ ଓଡ଼ିଶାର କୋଟିଏ ପରିବାରଙ୍କୁ ବିଜେପି କାର୍ଯ୍ୟକର୍ତା ଭେଟିବେ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଶାସନକାଳରେ ଅର୍ଥାତ ଗତ ୯ ବର୍ଷରେ ୧୮ଲକ୍ଷ ୮୩ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନୁଦାନ, ସହାୟତା ଓ ସହଯୋଗ କରିଛନ୍ତି, କିନ୍ତୁ ତାହା ଗ୍ରାଉଣ୍ଡ ଜିରୋରେ ପହଂଚୁନାହିଁ । ମୋଦିଜୀ ବିଭିନ୍ନ ଯୋଜନା ପଠାଉଛନ୍ତି କିନ୍ତୁ ତାହା ଓଡିଶାବାସୀ ପାଉନାହାନ୍ତି । ମୋଦିଜୀଙ୍କ ଯୋଜନାର ଲାଭ ଗାଁର ଲୋକ ଉପକୃତ ହେଉଛନ୍ତି କି ନାହିଁ, ତାହା ସ୍ଥିତି ପରଖିବ ବିଜେପି । 

କେନ୍ଦ୍ରରୁ ଆସୁଥିବା ଟଙ୍କାକୁ ବିଜେଡିର ମନ୍ତ୍ରୀ, ନେତା, କର୍ମୀମାନେ ହଡପ କରୁଛନ୍ତି । ଏ କଥାର ଫର୍ଦ୍ଦାଫାସ ପାଇଁ ବିଜେପିର କାର୍ଯ୍ୟକର୍ତା ୧କୋଟି ପରିବାର ପାଖକୁ ଯାଇ ଜନସମ୍ପର୍କ କରିବ । ଏଥି ସହ ଏହାର କାରଣ ଖୋଜାଯାଇ ବଂଚିତ ହିତାଧିକାରୀଙ୍କୁ ଅବଗତ କରାଯିବ । ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଓଡିଶାରେ ସରକାର ଗଠନ କରିବା ନିଶ୍ଚିତ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି । ଆଜିର କର୍ମଶାଳା ପ୍ରସଙ୍ଗରେ ସୁଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ, ବିଜେଡି ଶାସନରେ ମହିଳା ବ୍ୟଭିଚାର ଶିଖର ଛୁଇଁଲାଣି । ସେହିପରି ରାଜ୍ୟର ଦେଢ କୋଟି ଓଡିଆ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି, ଜଳସେଚନ ବ୍ୟବସ୍ଥା ନାହିଁ, ଶୀତଳ ଭଣ୍ଡାର ନାହିଁ । ଓଡିଶା ଓ ଓଡିଆଙ୍କ ଅସ୍ମିତା, ସଂସ୍କୃତି ଓ ଭାବାବେଗ ସହ ଖେଳ ଖେଳାଯାଉଛି । ୩୫ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓଡ଼ିଶାକୁ ଆସିଥିଲା, କିନ୍ତୁ ଓଡ଼ିଶାର ଯୋଗ୍ୟ ହିତାଧିକାରୀ ପାଇବାରୁ ବଂଚିତ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ସ୍ୱଚ୍ଛ ଭାରତ ମାଧ୍ୟମରେ ଶୌଚାଳୟ ଆସିଥିଲା, ତାହା ମଧ୍ୟ ସମସ୍ତଙ୍କ ଗାଁରେ ପହଂଚିଲା ନାହିଁ । ଚାଷୀ ଓ ଚାଷ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ, ପିଏମ କିସାନନିଧି ଯୋଜନାରେ ଯୋଗ୍ୟ ଚାଷୀଙ୍କ ତାଲିକା ଜାଣିଶୁଣି ଦେଉନାହାନ୍ତି ରାଜ୍ୟ ସରକାର, ଓଡ଼ିଶାରେ ୨ଲକ୍ଷ ୭୦ହଜାର ସରକାରୀ ପଦବୀ ଖାଲି, କେନ୍ଦ୍ର ଦେଉଥିବା କୃଷି ଯନ୍ତ୍ରପାତିକୁ ହଡପ କରୁଛି ବିଜେଡି । ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ପ୍ରତି ଯେଉଁ ଅନ୍ୟାୟ କରୁଛନ୍ତି ତାହା ଲୋକଙ୍କୁ ଜଣାଇବା ସହ ଗାଁ ଗାଁକୁ ଯାଇ ଲୋକଙ୍କ ପାଖରେ ଶାସକ ବିଜେଡିର ଭ୍ରଷ୍ଟାଚାର, ଦୁର୍ନୀତି ସଂପର୍କରେ ଲୋକମାନଙ୍କୁ ଅବଗତ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଏହି କର୍ମଶାଳାରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ କର୍ମଶାଳା ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ଦୀପକ ପ୍ରକାଶ, ସାଂସଦ ପ୍ରତାପ ଷଡଙ୍ଗୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତା ରଞ୍ଜନ ପଟେଲ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି, ଶାରଦା ଶତପଥୀ, ରାଜ୍ୟ ସଂପାଦକ ସିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ ପ୍ରମୁଖ କର୍ମଶାଳାରେ ଆଲୋଚନା କରିଥିଲେ ।

Sponsored
'Ganku Chaal Abhiyan Karmasala' held at State Office | Argus News