Videos
|
Odisha

Gidipabali Landslide / ସରୁନି ଗିଡ଼ିପାବାଲି ଦୁଃଖ, ଭୂସ୍ଖଳନ ସ୍ଥଳରୁ ଉଦ୍ଧାର ହେଲା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ

Santosh Kumar Sahoo
Browse all articles by Santosh Kumar Sahoo
·49 mins ago·1 min read
ସରୁନି ଗିଡ଼ିପାବାଲି ଦୁଃଖ, ଭୂସ୍ଖଳନ ସ୍ଥଳରୁ ଉଦ୍ଧାର ହେଲା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ
Gidipabali Landslide

Key Points

ଗିଡ଼ିପାବାଲି ଭୂସ୍ଖଳନ
ମାଟି ତଳୁ ଉଦ୍ଧାର ହେଲା ୫ ମୃତଦେହ
ଶୋକରେ ବୁଡ଼ିଲା ଅଞ୍ଚଳ
ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ଆଉ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମାଟି ତଳୁ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ଠାବ କରିଛନ୍ତି ଉଦ୍ଧାରକାରୀ ଦଳ । ଏହି ହୃଦୟବିଦାରକ ଘଟଣା ପରେ ସମଗ୍ର ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା ।

ମୃତକଙ୍କ ପରିବାର ସଦସ୍ୟମାନେ ଭୂସ୍ଖଳନ ସ୍ଥଳରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ସେହି ସ୍ଥାନରେ ୫ ଜଣଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିଲା ।
ସୂଚନା ଅନୁସାରେ, ଏହି ଭୂସ୍ଖଳନରେ ପୂର୍ବରୁ ୨ଟି ମୃତଦେହ ଉଦ୍ଧାର ହୋଇଥିଲା । ଏବେ ଆଉ ୫ଟି ମୃତଦେହ ମିଳିବା ପରେ ମୋଟ ୧୩ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେ ବି ୬ ଜଣ ନିଖୋଜ ଅଛନ୍ତି ।

ନିଖୋଜଙ୍କୁ ଖୋଜିବା ପାଇଁ ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳରେ ଜୋରଦାର ସର୍ଚ୍ଚ ଅପରେସନ ଚାଲିଥିଲା । ଓଡ୍ରାଫ୍, ଅଗ୍ନିଶମ ବାହିନୀ ଏବଂ ଡିଭିଏଫ୍ ଯବାନମାନେ ଦିନତମାମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିଲେ । ତେବେ ବଡ଼ ବଡ଼ ପଥର ସର୍ଚ୍ଚ ଅପରେସନରେ ବାଧକ ସାଜିଥିଲା । ପଥର ହଟାଇ ମାଟି ଖୋଳିବା ପରେ ଦୀର୍ଘ ପରିଶ୍ରମରେ ମିଳିଥିଲା ୫ଟି ମୃତଦେହ ।

ମୃତକମାନେ ହେଲେ ବିଜୟ ପ୍ରଧାନ, ଭୂମିକା ପ୍ରଧାନ, ସେମାନଙ୍କ ୭ ବର୍ଷର ପୁଅ ଅରୁଣ ପ୍ରଧାନ, ୬ ବର୍ଷର ଝିଅ ବିଜୟଲକ୍ଷ୍ମୀ ପ୍ରଧାନ ଏବଂ ଏକ ବର୍ଷର ଶିଶୁକନ୍ୟା ଜୟଲକ୍ଷ୍ମୀ ପ୍ରଧାନ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୋଟିଏ ହସଖୁସିର ପରିବାର ଏକାଥରେ ମାଟି ତଳେ ଚାପି ହୋଇ ଜୀବନ ହରାଇବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଅନ୍ୟ ୬ ଜଣ ନିଖୋଜଙ୍କ ସନ୍ଧାନ ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।