Landslide / ଗିଡ଼ିପାବାଲିରେ 'ଅପରସେନ୍ ଜୀବନ'ର ତୃତୀୟ ଦିନ; କଣ୍ଟ୍ରୋଲ୍ ବ୍ଲାଷ୍ଟ କରି ଫଟାଇଲେ ବଡ଼ ବଡ଼ ପଥର
·1 hour ago·3 min read

Key Points
- ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ମାଟି ଓ ପଥର ତଳୁ ଜୀବନର ସନ୍ଧାନ
- କଣ୍ଟ୍ରୋଲ୍ ବ୍ଲାଷ୍ଟ କରି ବଡ଼ ବଡ଼ ପଥରକୁ ଫଟାଇଲେ ଉଦ୍ଧାରକାରୀ ଦଳ
- ଉଦ୍ଧାରରେ ସାମିଲ ସନ୍ଧାନୀ କୁକୁର ସୁଲତାନ୍ ଓ ରୋବୋଟିକ୍ ସ୍କାନର ମେସିନ୍
ଗଞ୍ଜାମ: କନ୍ଧମାଳ ସୀମାନ୍ତ ଗଞ୍ଜାମ ଗିଡ଼ିପାବାଲି ଗାଁରେ ଆଜି ତୃତୀୟ ଦିନରେ ବି ଜାରି ରହିଛି ସଂଘର୍ଷ ଓ ସଂକଳ୍ପର ସେହି ଦୁଃସାହସିକ 'ଅପରେସନ୍ ଜୀବନ' । ଛାତି ଥରାଇ ଦେଲା ଭଳି ଭୂସ୍ଖଳନ ଗୋଟିଏ ପୂରା ଗାଁକୁ ମାଟି ତଳେ ପୋତି ଦେଇଛି । ଆଉ ମାଟି ଓ ବିଶାଳ ପଥର ତଳୁ ଜୀବନକୁ ଖୋଜି ବାହାର କରିବାକୁ ଚାଲିଛି ଦିନରାତି ଏକ କରି ଅଭିଯାନ ।
ଘଞ୍ଚ ଜଙ୍ଗଲ, ବିପଦପୂର୍ଣ୍ଣ ନଈନାଳ, ସନ୍ଧାନୀ କୁକୁର 'ସୁଲତାନ୍'ର ସୁରାକ୍ ଆଉ ଡିନାମାଇଟ୍ର ଶବ୍ଦ ଭିତରେ ଚାଲିଛି ରେସ୍କ୍ୟୁ । ଉଜୁଡ଼ି ଯାଇଥିବା ଗିଡ଼ିପାବାଲିର ପ୍ରତିଟି କୋଣରୁ ଶେଷ ନିଖୋଜ ଲୋକଙ୍କୁ ନଖୋଜିବା ଯାଏ ହାର୍ ମାନିବେନି ଉଦ୍ଧାରକାରୀ ଟିମ୍ ।
ଘଞ୍ଚ ଜଙ୍ଗଲ ଓ ନଈନାଳ ଡେଇଁ ପହଞ୍ଚୁଛନ୍ତି ଉଦ୍ଧାରକାରୀ । ପରିସ୍ଥିତି ଏତେ ବିପଦପୂର୍ଣ୍ଣ ଯେ, ନଦୀ ପାର ହେବାକୁ କେବଳ ଗଛ ଡାଳ ହିଁ ସାହାରା । ସେହି ଡାଳ ଉପରେ ଷ୍ଟ୍ରେଚର ଧରି ଜୀବନକୁ ବାଜି ଲଗାଇ ଘଞ୍ଚ ଜଙ୍ଗଲ ଓ ନଈନାଳ ଭିତରେ ଆଗକୁ ବଢ଼ୁଛନ୍ତି ଉଦ୍ଧାରକାରୀ ଦଳ ।
ଏଥିସହ ପଢ଼ନ୍ତୁ: ଇନ୍ଦ୍ରଗଡ଼ ଛାରଖାର୍; ଗାଁକୁ ଭସାଇ ନେଲା ସାଲକି ନଦୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭୟଙ୍କର ଭୂସ୍ଖଳନ ଗୋଟିଏ ସମ୍ପୂର୍ଣ୍ଣ ଗାଁକୁ ଉଜାଡ଼ି ଦେଇଛି । ଘରଦ୍ୱାର, ଆସବାବପତ୍ର, ଫ୍ୟାନ୍ରୁ ନେଇ ଲୁଗା ବାକ୍ସ ସବୁ କିଛି ମାଟି ତଳେ । ବଡ଼ ବଡ଼ ପଥର ଖଣ୍ଡ ଘର ଭାଙ୍ଗି ପଶିଯାଇଛି । କନ୍ଧମାଳ ସୀମାନ୍ତ ଗିଡ଼ିପାବାଲି ଗାଁରେ ଆଜି ତୃତୀୟ ଦିନରେ ବି ଜାରି ରହିଛି ଆଶା, ଆଶଙ୍କା ଓ ସଂଘର୍ଷ । ମାଟି ତଳେ ଚାପି ହୋଇ ରହିଥିବା ଜୀବନକୁ ଖୋଜି ବାହାର କରିବା ପାଇଁ ‘ଅପରେସନ୍ ଜୀବନ’ ।
ଫାୟାର୍, SOG ଏବଂ ରେଲୱେର ମିଳିତ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ । SOGର ୪୨ ଜଣ, ODRAFର ୧୫ ଜଣ, NDRFର ୩୪ ଜଣ ସଦସ୍ୟ ଓ ୪ ଅଧିକାରୀ ଏବଂ ଅଗ୍ନିଶମ ବିଭାଗର ୩୫ ଜଣ ଅଭିଜ୍ଞ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ।
ମାଟି ତଳୁ ଜୀବନର ସନ୍ଧାନ ପାଇଁ ସ୍ୱତନ୍ତ୍ର ଲାଇଫ୍ ଡିଟେକ୍ସନ ୟୁନିଟ୍ ସହ ଅଗ୍ନିଶମ ବାହିନୀର ସନ୍ଧାନୀ କୁକୁର ‘ସୁଲତାନ୍’ ନିରନ୍ତର ସର୍ଚ୍ଚ ଅପରେସନ୍ ଚଳାଇଛି । ଗତକାଲି କାଦୁଅ ଗଦା ତଳୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ବିଶାଳ ପଥର ତଳେ ଚାପି ହୋଇ ରହିଛନ୍ତି ଅନ୍ୟ ନିଖୋଜ ଗ୍ରାମବାସୀ ।
ପଥରଗୁଡ଼ିକୁ ହଟାଇବା ପାଇଁ ରେଳ ବିଭାଗର ଅଭିଜ୍ଞ ଇଞ୍ଜିନିୟରଙ୍କ ପ୍ରତ୍ୟକ୍ଷ ତଦାରଖରେ ଆରମ୍ଭ ହୋଇଛି ‘କଣ୍ଟ୍ରୋଲ୍ ବ୍ଲାଷ୍ଟ’ । ୧୦୦ଟି ବ୍ଲାଷ୍ଟିଂ ଜେଲାଟିନ୍ ଷ୍ଟିକ୍ ଓ ଡିନାମାଇଟ୍ ବ୍ୟବହାର କରି ବିଶାଳ ପଥରଗୁଡ଼ିକୁ ଛୋଟ ଛୋଟ ଖଣ୍ଡରେ ପରିଣତ କରାଯାଉଛି । ପଥର ହଟିବା ପରେ ମାଟି ତଳେ ଜୀବନ ଖୋଜିବା ପାଇଁ ମଇଦାନକୁ ଓହ୍ଲାଇଛି ସ୍ୱତନ୍ତ୍ର ରୋବୋଟିକ ମେସିନ୍ ।
ଅନ୍ୟପଟେ ଉଦ୍ଧାର ଦଳ କେବଳ ମଣିଷ ନୁହେଁ, ମାଟି ଭିତରୁ କିଛି ଗୃହପାଳିତ ପଶୁଙ୍କୁ ଜୀବନ୍ତ ଉଦ୍ଧାର କରି ଚିକିତ୍ସା ଯୋଗାଇ ଦେଉଛନ୍ତି । ଗତକାଲି ଉଦ୍ଧାର ହୋଇଥିବା ମୃତଦେହକୁ ସମ୍ମାନର ସହ ସ୍ଥାନୀୟ ଅଞ୍ଚଳରେ ପରିବାର ସଦସ୍ୟଙ୍କ ଅନୁମତି କ୍ରମେ ଶେଷକୃତ୍ୟ କରିଛି ପ୍ରଶାସନ ।
ଏଥିସହ ପଢ଼ନ୍ତୁ: ମନରୁ ଲିଭିନି 'ଅର୍ଣ୍ଣବ'; ଆସୁଛି 'ମୁରାସୁ'...ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର

କନ୍ଧମାଳ ଜିଲ୍ଲାପାଳ, ଗଞ୍ଜାମ ପ୍ରଶାସନିକ ଅଧିକାରୀ, ପୋଲିସ, ରେଲୱେ, NDRF ଓ ODRAFର ମିଳିତ ଟିମ୍ର ଏହି ଅପରେସନ୍ ଆଜି ସନ୍ଧ୍ୟା ଯାଏ ସମ୍ପୂର୍ଣ୍ଣ ଜୋରଦାର ଚାଲିବ । ଉଜୁଡ଼ି ଯାଇଥିବା ଗିଡ଼ିପାବାଲିର ପ୍ରତିଟି କୋଣରୁ ଶେଷ ନିଖୋଜ ବ୍ୟକ୍ତିଙ୍କୁ ନବାହାର କରିବା ଯାଏଁ ଜାରି ରହିବ ଏହି ‘ଅପରେସନ୍ ଜୀବନ’ ।
ବିପର୍ଯ୍ୟୟ ଭିତରେ ଚମତ୍କାର
ଗୋଟିଏ ଗାଁର ୯ଟି ପରିବାର ନିଶ୍ଚିହ୍ନ ହୋଇଯାଇଥିବାବେଳେ ଅତି ଆଶ୍ଚର୍ଯ୍ୟଜନକ ଭାବେ ବର୍ତ୍ତିଯାଇଛି ଗୋଟିଏ ଘର । ଆଉ ସେହି ଘର ନିକଟ କାଠ ପଲା ତଳେ ଥିବା ମା' କାଳୀ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁଇଟି ଫଟୋ ସେମିତି ସୁରକ୍ଷିତ ରହିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚର୍ଚ୍ଚା ହେଉଛି ।