Videos
|
Odisha

Gidipabali Landslide / ଏବେ ବି ମାଟି ତଳେ ମୃତଦେହ; ୭ଦିନ ପରେ ବି ୬ ନିଖୋଜଙ୍କ ମିଳୁନି ପତ୍ତା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଏବେ ବି ମାଟି ତଳେ ମୃତଦେହ; ୭ଦିନ ପରେ ବି ୬ ନିଖୋଜଙ୍କ ମିଳୁନି ପତ୍ତା
Gidipabali Landslide Rescue Operation

Key Points

ଗିଡ଼ିପାବାଲି ଭୂସ୍ଖଳନ ଘଟଣା
ଜାରି ରହିଛି ରେସ୍କ୍ୟୁ ଅପରେସନ
୭ଦିନ ପରେ ବି ୬ ନିଖୋଜଙ୍କ ମିଳୁନି ପତ୍ତା
ଗଞ୍ଜାମ କନ୍ଧମାଳ ସୀମାନ୍ତ ଅଞ୍ଚଳ ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳରେ ଚାଲିଛି ରେସ୍କ୍ୟୁ ଅପରେସନ୍ । ବିପର୍ଯ୍ୟୟର ୭ ଦିନ ପରେ ମଧ୍ୟ ୬ ନିଖୋଜଙ୍କ ମିଳୁନି ପତ୍ତା । ଭୂସ୍ଖଳନ ସ୍ଥଳରେ ଓଡ୍ରାଫ ଟିମ୍‌, ଅଗ୍ନିଶମ ବିଭାଗ ଟିମ୍ ସହ ଡିଭିଏଫର ଜବାନମାନେ ସର୍ଚ୍ଚ ଅପରେସନରେ ସାମିଲ ହୋଇଛନ୍ତି । ସର୍ଚ୍ଚ ଅପରେସନରେ ବଡ଼ ବଡ଼ ପଥର ବାଧକ ସାଜୁଥିବା ବେଳେ ଚାଲିଛି ରେସ୍କ୍ୟୁ ଅପରେସନ୍ । ବର୍ତ୍ତମାନ ୧୩ଟି ମୃତଦେହରୁ ୭ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଉ ୬ ଜଣ ନିଖୋଜଙ୍କ ମୃତଦେହ ମିଳିପାରି ନାହିଁ।

ତେବେ ଗତକାଲି ଉଦ୍ଧାର ହୋଇଥିଲା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ । ପରିବାର ଲୋକ ଭୂସ୍ଖଳନସ୍ଥଳକୁ ଯାଇ ଶେଷ ଦର୍ଶନ କରିଥିଲେ । ସେହି ସ୍ଥାନରେ ହିଁ ୫ ମୃତଦେହର ଅନ୍ତିମ ସଂସ୍କାର ହୋଇଥିଲା । ଏହି ୫ ମୃତକମାନେ ହେଲେ ବିଜୟ ପ୍ରଧାନ, ଭୂମିକା ପ୍ରଧାନ, ତାଙ୍କ ୭ ବର୍ଷର ପୁଅ ଅରୁଣ ପ୍ରଧାନ, ୬ ବର୍ଷର ଝିଅ ବିଜୟଲକ୍ଷ୍ମୀ ପ୍ରଧାନ ଓ ଏକ ବର୍ଷର ଝିଅ ଜୟଲକ୍ଷ୍ମୀ ପ୍ରଧାନ । ବାପା-ମାଆ ଓ ୩ ଛୁଆଙ୍କ ମୃତଦେହ ଉଦ୍ଧାର ପରେ ହେଲା ଅନ୍ତିମ ସଂସ୍କାର । ପୂର୍ବରୁ ୨ଟି ମୃତଦେହ ଉଦ୍ଧାର ହୋଇଥିଲା ।

  • ଜାରି ରହିଛି ଉଦ୍ଧାର କାର୍ଯ୍ୟ
ପାଗରେ ଉନ୍ନତି ଆସିବା ଯୋଗୁଁ ମାଟି ଧସିବା କମିଛି ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ବର୍ତ୍ତମାନ ଘଟଣାସ୍ଥଳରେ ଓଡ୍ରାଫ୍, ଅଗ୍ନିଶମ ବାହିନୀ, DVI ଏବଂ SCU ଟିମ୍ ନିୟୋଜିତ ଅଛନ୍ତି । କ୍ଷେତ୍ରରେ ପ୍ରାୟ ୧୦୦ରୁ ଅଧିକ କର୍ମଚାରୀ ଓ ମୋଟାମୋଟି ଭାବେ ୨୦୦ରୁ ୨୫୦ ଜଣିଆ ଟିମ୍ ଏହି ମିଶନରେ ସାମିଲ ରହିଛନ୍ତି । ରେଳବାଇର ବ୍ଲାଷ୍ଟିଂ ଓ ମାଇନିଂ ଟିମ୍ ବିଶାଳ ପଥରଗୁଡ଼ିକୁ ବ୍ଲାଷ୍ଟ କରି ହଟାଇବାରେ ସାହାଯ୍ୟ କରିବା ପରେ ଫେରିଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ପୁନର୍ବାର ଡକାଯିବ । ନିଖୋଜ ଥିବା ବାକି ୬ ଜଣଙ୍କୁ ଖୋଜିବା ପାଇଁ ଆଗାମୀ ଦିନରେ ମଧ୍ୟ ରେସ୍କ୍ୟୁ ଅପରେସନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ପଢନ୍ତୁ ଏହି ଖବର: ସରୁନି ଗିଡ଼ିପାବାଲି ଦୁଃଖ, ଭୂସ୍ଖଳନ ସ୍ଥଳରୁ ଉଦ୍ଧାର ହେଲା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଗିଡ଼ିପାବାଲିରେ କଣ ହୋଇଥିଲା ?
ଓଡ଼ିଶାର ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସୀମାନ୍ତରେ ଥିବା ଗିଡ଼ିପାବାଲି ଗ୍ରାମରେ ଅକ୍ଟୋବର ୨୮ ତାରିଖ ବୁଧବାର ରାତି ପ୍ରାୟ ୩ଟା ସମୟରେ ଏକ ଭୟଙ୍କର ଭୂସ୍ଖଳନ ଘଟିଥିଲା । ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଏହି ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହୋଇଥିଲା । ଚାରିଆଡ଼େ ପାହାଡ ଘେରା ଛୋଟ ଗାଁ ଗିଡି଼ପାବାଲିରେ ଭୂସ୍ଖଳନ ଯୋଗୁଁ ପାହାଡ଼ରୁ ବିଶାଳ ପଥର, ମାଟି ଓ ଗଛ ତଳକୁ ଖସିଆସି ଗ୍ରାମର ଅନେକ ଘରକୁ ସମ୍ପୂର୍ଣ୍ଣ ରୂପେ ପୋତି ଦେଇଥିଲା । ଗ୍ରାମର ପ୍ରାୟ ୨୫-୨୬ ଜଣ ବାସିନ୍ଦାଙ୍କ ମଧ୍ୟରୁ ୧୨-୧୩ ଜଣ ବଞ୍ଚି ଯାଇଥିବା ବେଳେ ୧୩ ଜଣ ମାଟି ଓ ପଥର ତଳେ ଚାପି ହୋଇ ନିଖୋଜ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରର ୫ ଜଣ ଓ ଅନ୍ୟ ୨ ଜଣଙ୍କ ମୃତଦେହ ମିଳିସାରିଛି । ଏବେ ୬ ନିଖୋଜଙ୍କୁ ଖୋଜା ଚାଲିଛି ।